Health Tips- Kidney ଖରାପ ହେବାର ସବୁଠୁ ବଡ ସଙ୍କେତ ! ଜାଣି ନପାରିଲେ ଭୋଗିବେ ଭୟଙ୍କର ପରିଣାମ…

ନମସ୍କାର ବନ୍ଧୁଗଣ, ଶରୀର ସୁସ୍ଥ ରହିଲେ ହିଁ ମଣିଷ ସର୍ବଦା ଖୁସି ରହିପାରିବ । ଆମ ଶରୀରର ଦୁଇଟି ମୁଖ୍ୟ ଅଙ୍ଗ ରହିଛି ତାହା ହେଉଛି କିଡନୀ । ଦୁଇଟି ମଧ୍ୟରୁ ଯଦି ଗୋଟିଏ ବି ଖରାପ ହୋଇଯାଏ ତେବେ ମଣିଷ ବହୁତ ଅସୁସ୍ଥ ଅନୁଭବ କରିଥାଏ । କିନ୍ତୁ ସବୁଠାରୁ ଚିନ୍ତାର ବିଷୟ ଏହା ହୋଇଥାଏ କି ରୋଗ ହେବାର ବା କିଡନୀ ଖରାପ ହେବା ପରେ ଯାଇ ଶେଷ ସୀମାରେ ମଣିଷକୁ ଜଣା ପଡିଥାଏ ।

ଯେତେବେଳେ କି ତାହାର ଚିକିତ୍ସା କରିବାର କୌଣସି ଉପାୟ ଆଉ ନଥାଏ । ତେଣୁ ଆଜି ଆମେ ଆପଣ ମାନଙ୍କୁ ଜଣାଇବାକୁ ଯାଉଛୁ କିଡନୀ ଖରାପ ହେବାର ସବୁଠୁ ବଡ ସଙ୍କେତ ସମ୍ପର୍କରେ । ସଙ୍କେତକୁ ଚିହ୍ନିବା ସବୁଠାରୁ ବଡ କାମ ହୋଇଥାଏ । ଆପଣ ମାନେ ସଙ୍କେତ ଜାଣିପାରିଲେ ହିଁ ଅଧିକ ଖରାପ ତଥା ଅସୁସ୍ଥ ହେବା ଆଗରୁ ଏହାର ଚିକିତ୍ସା କରାଇ ସୁସ୍ଥ ହୋଇପାରିବାର ସମ୍ଭାବନା ରହିଥାଏ ।

୧- କିଡନୀ ଖରାପ ହେବା ମାତ୍ରେ ହିଁ ଆପଣଙ୍କ ଶରୀରରେ ଅଲଗା ଅଲଗା ଟକସିନ ସବୁ ତିଆରି ହୋଇଥାଏ । ଏହାଦ୍ୱାରା ଆପଣଙ୍କୁ ସବୁବେଳେ ଥକାପଣର ଅନୁଭବ ହେବା ସହ ଦୁର୍ବଳ ମଧ୍ୟ ଲାଗିଥାଏ । ଏହା ଫଳରେ ଆପଣଙ୍କ ଧ୍ୟାନ କୌଣସି ବି କାମରେ ବହୁତ କଷ୍ଟରେ ଲାଗିଥାଏ । ରକ୍ତରେ ଧୀରେ ଧୀରେ ଆଇରନର ମାତ୍ର କମିବାକୁ ଲାଗେ ଯାହାଫଳରେ ଆପଣଙ୍କୁ ଏନିମିଆ ମଧ୍ୟ ହୋଇପାରେ । ଏଥିପାଇଁ ଆପଣଙ୍କ ଠାରେ ଏନିମିଆ ଏବଂ ମୁଣ୍ଡ ବୁଲାଇବା ଭଳି ଲକ୍ଷଣ ମଧ୍ୟ ଦେଖା ଦେଇପାରେ ।

୨- କିଡନୀ ଖରାପ ହୋଇଥିଲେ ପରିସ୍ରା ଗାଢା ହଳଦିଆ ରଙ୍ଗର ହୋଇଯାଏ । ଆପଣଙ୍କ ପରିସ୍ରା ଧୀର ହୋଇଯାଏ । କିମ୍ବା ପୂର୍ବ ଅପେକ୍ଷା ବହୁତ ଅଧିକ ଜୋରେ ହେବାକୁ ଲାଗିବ । ପରିସ୍ରାରୁ ବହୁତ ଅଧିକ ଦୁର୍ଗନ୍ଧ ଆସିଥାଏ, ପରିସ୍ରାରେ ରକ୍ତ ପଡିଥାଏ ଏବଂ ପରିସ୍ରା କରିବା ସମୟରେ ବହୁତ ଅଧିକ କଷ୍ଟ ମଧ୍ୟ ଅନୁଭବ ହୋଇଥାଏ ।

୩- ଅଣ୍ଟାରେ ଅତ୍ୟଧିକ କଷ୍ଟ ଅନୁଭବ ହେବାକୁ ଲାଗିଥାଏ । ଅଣ୍ଟାର ଏହି କଷ୍ଟ ଏକ କୋଣରୁ ଆରାମ୍ଭ ହୋଇ ସମ୍ପୂର୍ଣ ଅଣ୍ଟାରେ ହେବାକୁ ଲାଗିଥାଏ । ଯଦି ଆପଣଙ୍କ କିଡନୀ ଖରାପ ହୋଇଯାଏ ତେବେ ଆପଣଙ୍କ ଶରୀରରେ ବହୁତ ଜାଗାରେ ଲାଲ ଦାଗ ହେବାକୁ ଲାଗିଥାଏ । ସବୁବେଳେ କୁଣ୍ଡାଇ ହେବା ମଧ୍ୟ ଆରମ୍ଭ ହୋଇଯାଏ ।

୪- କିଡନୀ ଖରାପ ହେବାର ଲକ୍ଷଣ ହେଉଛି ପାଦ, ଆଣ୍ଠୁ ଗଣ୍ଠି ଜାଗା ସବୁ ଫୁଲିବା ସହ ଆପଣଙ୍କ ଆଖି ମଧ୍ୟ ଫୁଲିବାକୁ ଲାଗିଥାଏ । ଏହି ସମସ୍ତ ସଙ୍କେତରୁ ଆପଣ ଜାଣିପାରିବେ ଆପଣଙ୍କ କିଡନୀ ଖରାପ ହେବାକୁ ଲାଗିଲାଣି । ଏବଂ ତୁରନ୍ତ ଯାଇ ଏହାର ଚିକତ୍ସା ଆପଣ କରବା ଆବଶ୍ୟକ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ। ଶେୟାର କରିବା ପାଇଁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *