Astrology- ନିଶ୍ଚୟ ଜାଣନ୍ତୁ କେଉଁ ସମୟରେ ଜନ୍ମ ହେଲେ ଥାଏ କେଉଁ ସବୁ ଲକ୍ଷଣ ? କଣ କହୁଛି ଆପଣଙ୍କ ଜନ୍ମ ସମୟ

ବନ୍ଧୁଗଣ ଆମ ଜ୍ଯୋତିଷ ଶାସ୍ତ୍ର ଅନୁଯାୟୀ ବ୍ଯକ୍ତିର ଜନ୍ମ ତିଥି ଅନୁଯାୟୀ ତାର ଭାଗ୍ୟ ଓ ଜାତକର ଆକଳନ କରାଯାଏ । ଏହା ବି କୁହାଯାଇଛି କି ଜନ୍ମ ସମୟ ବ୍ଯକ୍ତିର ସ୍ଵଭାବ ଓ ଚରିତ୍ର ଉପରେ ଅନେକ ପ୍ରଭାବ ଆଣିଥାଏ । ଯେପରି ଶୁଭ ସମୟରେ ଜନ୍ମ ହୋଇଥିବା ବ୍ୟକ୍ତି ସୌଭାଗ୍ୟଶାଳୀ ହୋଇଥାଏ ସେହିପରି ଅଶୁଭ ସମୟରେ ଜନ୍ମ ନେଇଥିବା ବ୍ୟକ୍ତି ଖରାପ ଜାତକ ନେଇ ଜନ୍ମ ହୋଇଥାଏ ।

ଆଜି ଆମେ ଆପଣଙ୍କୁ କହିବୁ କେଉଁ ସମୟରେ ଜନ୍ମ ନେଲେ ବ୍ୟକ୍ତି କେଉଁ ପ୍ରକାରର ଭାଗ୍ଯର ଅଧିକାରୀ ହୋଇଥାଏ । ୧- ଯେଉଁ ବ୍ୟକ୍ତି ଭୋର ୪ଟାରୁ ୬ଟା ଭିତରେ ଜନ୍ମ ନେଇଥାନ୍ତି ଶାସ୍ତ୍ର ଅନୁଯାୟୀ ସେମାନଙ୍କର ଜୀବନ ସାଧାରଣ ରହିଥାଏ । ଏହା ପରେ ହଠାତ ଏମାନଙ୍କ ଜୀବନରେ ଉନ୍ନତି ଦେଖିବାକୁ ମିଳିଥାଏ । ଏମାନେ ସର୍ବଦା କର୍ମ ଉପରେ ବିଶ୍ଵାସ ରଖିଥାନ୍ତି । ଏମାନେ ସ୍ବଭାବରେ ପରିଶ୍ରମୀ ହେବା ସହ ସମସ୍ତ କାର୍ଯ୍ୟରେ ସଫଳତା କରାଇଥାଏ ।

୨- ସକାଳ ୬ଟାରୁ ୮ଟା ଭିତରେ ଜନ୍ମ ନେଇଥିବା ବ୍ୟକ୍ତି ସ୍ଵଭାବରେ ଧାର୍ମିକ, ଚିନ୍ତାବାଦୀ, ଜିଦ ଖୋର ସ୍ଵଭାବର ହୋଇଥାନ୍ତି । ଏମାନଙ୍କର ବୁଦ୍ଧି ତୀବ୍ର ହୋଇଥାଏ । ଏମାନେ ବହୁତ ଜଲ୍ଦି ସବୁ ଜିନିଷକୁ ଶିଖି ଯାଇଥାନ୍ତି ।

୩- ସକାଳ ୮ଟା ରୁ ୧୦ଟା ମଧ୍ୟରେ ଜନ୍ମ ନେଇଥିବା ବ୍ଯକ୍ତିର ସ୍ଵଭାବ ସାନ୍ତ, ସରଳ, ଚିନ୍ତାଶୀଳ ହୋଇଥାଏ । ଏମାନେ ନିଜ ପ୍ରିୟଜନଙ୍କର ପ୍ରିୟର ପାତ୍ର ହୋଇଥାନ୍ତି । ଏମାନଙ୍କୁ ବନ୍ଧୁ ଓ ପରିବାରର ସୁଖ ପ୍ରାପ୍ତ ହୁଏ ।

୪- ଯେଉଁ ବ୍ୟକ୍ତି ଦିନ ୧୦ଟା ରୁ ୧୨ ଟା ମଧ୍ୟରେ ଜନ୍ମ ନେଇଥିବା ବ୍ୟକ୍ତି ସେମାନଙ୍କ ଜୀବନରେ ପ୍ରତେକ କ୍ଷେତ୍ରରେ ସଫଳତା ପାଇଥାନ୍ତି । ନିଜର ଇଚ୍ଛାକୁ କର୍ମରେ କରି ଖୁସି ହୋଇଥାନ୍ତି । ଏମାନଙ୍କର ଶେଷ ଜୀବନ ସୁଖପୂର୍ଣ୍ଣ ରହିଥାଏ ।

୫- ଦିନ ୧୨ଟା ରୁ ୨ଟା ଭିତରେ ଜନ୍ମ ନେଇଥିବା ବ୍ୟକ୍ତି ସ୍ବଭାବରୁ ଶାନ୍ତ, ସରଳ, ନିର୍ଭୀକ, ଦୟାଳୁ ଓ ପରିଶ୍ରମୀ ହୋଇଥାନ୍ତି । ମାନଙ୍କୁ ସର୍ବଦା ରାଜନୀତି କ୍ଷେତ୍ରରେ ସଫଳତା ମିଳିଥାଏ । ଏମାନେ ବହୁତ ଜଲ୍ଦି ଧନବାନ ହୋଇଥାନ୍ତି ।

୬- ଦିନ ୨ଟା ରୁ ୪ଟା ମଧ୍ୟରେ ଜନ୍ମ ନେଇଥିବା ବ୍ୟକ୍ତି ସର୍ବଦା ସଙ୍କଟ ପୂର୍ଣ୍ଣରେ ରହିଥାନ୍ତି । ଏମାନେ ରୋଗାଗ୍ରସ୍ତ ରହିଥାନ୍ତି । ଅର୍ଥ ସଙ୍କଟ ଲାଗି ରହିଥାଏ । ଏମାନଙ୍କର ଶେଷ ସମୟ ଦୁଖଦପୂର୍ଣ୍ଣ ରହିଥାଏ ।

୮- ଦିନ ୪ଟା ରୁ ୬ଟା ମଧ୍ୟରେ ଜନ୍ମ ନେଇଥିବା ବ୍ୟକ୍ତି ସ୍ଵଭାବରେ ଅଳସୁଆ, କାର୍ଯ୍ୟରେ ବିଳମ୍ବ ଓ ଆଶାବାଦୀ ହୋଇଥାନ୍ତି । ସବୁ କାମରେ ବାଧା ସୃଷ୍ଟି ହୋଇଥାଏ ।

୯- ସନ୍ଧ୍ୟା ୬ଟା ରୁ ୮ଟା ମଧ୍ୟରେ ଜନ୍ମିତ ବ୍ୟକ୍ତିର ସ୍ଵଭାବ ଶାନ୍ତ, ସରଳ, ଦୟାଳୁ, ପରୋପକାରୀ ହୋଇଥାନ୍ତି । ଏମାନଙ୍କର ପ୍ରଥମ ଜୀବନ ଆର୍ଥିକ ଅଭାବରେ ଥିଲେ ବି ପରେ ଉନ୍ନତି କରିଥାନ୍ତି ।

୧୦- ସନ୍ଧ୍ୟା ୮ଟା ରୁ ୧୦ଟା ଭିତରେ ଜନ୍ମିତ ବ୍ୟକ୍ତିର ସ୍ଵଭାବ ଶିଳ୍ପୀକାରୀ, ରାଗି, ଜିଦିଆ ହୋଇଥାନ୍ତି । ଏମାନଙ୍କ ଉପରେ ଭାଗ୍ୟ ଦେବୀ ସର୍ବଦା ପ୍ରସନ୍ନ ରହିଥାନ୍ତି ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *