ମାଳିକା ଭବିଷ୍ୟବାଣୀ: କେଉଁ ମାନେ ପର ସ୍ତ୍ରୀ କୁ ନିଜର କରିବେ ? (Baba Divakar Das)

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ମାଳିକା ବଚନ କେ କରିବା ଆନ । ଏହି କଥାର ଅର୍ଥ ବହୁତ ଲୋକଙ୍କୁ ନିହାତି ଭାବରେ ଜଣା ଥିବ । ଏହି କଥାର ଅର୍ଥ ମାଳିକାର ବଡ ବଡ ପ୍ରବକ୍ତାଙ୍କ ମୁଖରେ ଯେଉଁ ସବୁ କଥା ମାଳିକା ବହିରେ ଲିଖିତ ହୋଇ ରହିଥିଲା । ଏହି କଳିଯୁଗରେ ଗୋଟି ଗୋଟି କରି ସତ ହେବ । ମାଳିକାରେ ଲେଖା ହୋଇଥିବା କଥା କେବେ ମଧ୍ୟ ମିଥ୍ୟା ପ୍ରମାଣିତ ହେବ ନାହିଁ ।

ମାଳିକାରେ ଲେଖା ପୁରୁଷ ଜଗିବେ ଘର ନାରୀ ବୁଲୁବେ ଯାଇ ବାହାର । ଏହି କଥାର ସତ୍ୟତା ସବୁ ଲୋକଙ୍କ ଦ୍ରୁଷ୍ଟିଗୋଚର ହେଲାଣି । ପୁରୁଷ ମାନେ ଘର ସମ୍ଭାଳୁଥିବା ବେଳେ ଘରର ନାରୀ ବାହାର ବୁଲୁଛନ୍ତି । ମାଳିକାରେ ଲିଖିତ ମଣିଷ ପାଖରେ କୁକୁର ସୋଇବ ବାହାରେ ବୁଲିବ ଗାଈ । ଏହି କଥାଟି ହେଉଛି ଆଜି କାଲିର ବର୍ତ୍ତମାନ ସମୟରେ ଲୋକମାନେ ଗାଈର ଦାମ ୧୦, ୦୦୦ ପରିବର୍ତ୍ତେ  ଅଧିକ ଟଙ୍କାର କୁକୁର ରଖିବାକୁ ପସନ୍ଦ କରୁଛନ୍ତି ।

ଗୋମାତା ଭଳି ପବିତ୍ର ପ୍ରାଣୀଙ୍କୁ ହତାଦର କରୁଥିବା ବେଳେ ଅନ୍ୟ ପକ୍ଷରେ କୁକୁର ଭଳି ଜୀବଙ୍କୁ ନିଜ ବେଡ୍ ରୁମ୍ ରେ ଆଣି ଶୁଆଉଛନ୍ତି । ମାଳିକାରେ ଉଲ୍ଲିଖିତ ନାରୀ ମାନେ ପୁଣି ଘର ଚଳାଇବେ ପୁରୁଷ ଗଞ୍ଜେଇ ଖାଇ । ଏଠାରେ ଏପରି ହିଁ ହେଉଛି । ଆଗ ସମୟରେ ପୁରୁଷମାନେ ବାହାର କାର୍ଯ୍ୟ ସମ୍ପାଦନ କରୁଥିବା ସମୟରେ ମହିଳା ମାନେ ଘରର କାର୍ଯ୍ୟ ତଥା ପରିବାରର କାର୍ଯ୍ୟ ତୁଲାଉଥିଲେ ।

କିନ୍ତୁ କଳିଯୁଗରେ ମହିଳା ମାନେ ବାହାରକୁ ଗୋଡ କାଢି ରୋଜଗାର ପନ୍ଥା ଆପଣାଉଥିବା ସମୟରେ ପୁରୁଷ ମାନେ ନିଶାଦ୍ରବ୍ୟ ସେବନ କରିବାରେ ନିଜକୁ ବ୍ୟସ୍ତ ରଖୁଛନ୍ତି । ଏପରି ଘଟଣା ସବୁଠି ହେଉଥିବା ସତ କିନ୍ତୁ ପ୍ରାୟତଃ ଜାଗାରେ ଏହି ଘଟଣା ଘଟୁଥିବାର ପ୍ରମାଣ ମିଳୁଛି । ବର୍ତ୍ତମାନ ସମୟରେ ଘରର ସମସ୍ତ ସଦସ୍ୟ ଖଟିଲେ ମଧ୍ୟ ଘରର ଆବଶ୍ୟକତା ପୂରଣ ହେଉନାହିଁ ।

ଯେତେ ଅର୍ଜନ କରିଲେ ମଧ୍ୟ ଟଙ୍କା କୁଆଡେ ଉଭାନ ହୋଇଯାଉଛି ।  ବୋହୁ ମାନେ ଘରର ମୁରବି ବୋଲାଇବେ । ଶାଶୁ, ଶଶୁର କଥା ମାନିବେ ନାହିଁ । ସ୍ତ୍ରୀ ମାନେ ସ୍ଵାମୀ ସହିତ ଯୁକ୍ତି କରିବେ ଓ ତାଙ୍କ କଥା ଉପରେ କଥା କହିବେ । ସବୁଆଡେ ପାପ ସମ୍ପର୍କ ବଢିବ । ପ୍ରେମ ବୋଲି ଯେଉଁ କଥା ଆଗେ ଗୋପନ ରହୁଥିଲା ।

ସେହି କଥା ଏବେ ପାପରେ ପରିଣତ ହୋଇ ଦାଣ୍ଡ ହାଟରେ ଗଡୁଛି । ପୁରୁଷ ମାନେ ନିଜ ସ୍ତ୍ରୀ ସଙ୍ଗ ଛାଡି ପର ମହିଳା ସହିତ ପୀରତି କରିବା ବେଳେ ମହିଳା ମାନେ ମଧ୍ୟ ତା’ ର ଅନୁରୂପ କାର୍ଯ୍ୟ କରିବେ । ମାଳିକା ଲିଖିତ ସମସ୍ତେ ସମସ୍ତଙ୍କର ମନ ମର୍ଜି କାର୍ଯ୍ୟ କରିବେ । ଯଦି ଏହି ସବୁ କଥା ଉପରେ ଆଗରୁ ସଚେତନ ହୋଇବେ ନାହିଁ ।

ତେବେ ଆଗକୁ ବହୁତ ବଡ ଖରାପ ପରିଣାମ ସମସ୍ତଙ୍କୁ ଭୋଗିବାକୁ ପଡିବ ବୋଲି ମାଳିକାରେ ସ୍ପଷ୍ଟରେ ଲିଖିତ ହୋଇଛି । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *