ଭଗବାନ ଶ୍ରୀ କୃଷ୍ଣ କହିଛନ୍ତି କେଉଁ କର୍ମ କଲେ ମିଳିଥାଏ କୁକୁର ଜନ୍ମ, ଆପଣ ଏହି 3 ଟି ଭୁଲ କରୁଛନ୍ତି କି ?

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ପ୍ରତ୍ଯେକଟି ପ୍ରାଣୀଙ୍କୁ ତା’ ର ଯେମିତି କର୍ମ ଅନୁସାରେ ଉପଯୁକ୍ତ ଫଳ ମିଳିଥାଏ । ସେହିପରି କର୍ମ ଓ ସର୍ବ ଉପରେ ପ୍ରାଣୀର ପାପ ଓ ପୂଣ୍ୟ ଓ ଅନ୍ୟାନ୍ୟ ତଥ୍ୟକୁ ପରିସର ଭୁକ୍ତ କରି ତାକୁ ଆର ଜନ୍ମରେ କେଉଁ ଜନ୍ମ ମିଳିବ। ତାହା ନିର୍ଦ୍ଧାରଣ କରାଯାଇଥାଏ । ଆଜି ଆପଣ ଜାଣିବାକୁ ପାଇବେ । କେଉଁ କର୍ମ କରିଲେ କୁକୁର ଜନ୍ମ ମିଳିଥାଏ । ଶ୍ରୀରାମଙ୍କ ଦରବାରରେ ପ୍ରତିଦିନ ଭଳି ସଭା କାର୍ଯ୍ୟ ଚଳୁଥିଲା ।

ସେଠାରେ ଏକ କୁକୁର ଭୋକିଲା । ତେଣୁ ସେଠାରେ ଉପସ୍ଥିତ ସମସ୍ତ କର୍ମକର୍ତ୍ତା ଓ ପ୍ରଭୁ ଶ୍ରୀରାମ ମଧ୍ୟ ବ୍ୟସ୍ତ ହୋଇ ସେଠାରୁ ସେହି କୁକୁରକୁ ଘଉଡାଇ ଦେବାକୁ ପ୍ରହରୀ ମାନଙ୍କୁ କହିଲେ । ସେହିପରି ଦିତୀୟ ଦିନ ଭୁକିବାରୁ ଦ୍ଵାରପାଳ ଆସି ପୁଣି ଠାରେ କୁକୁରକୁ ସେଠାରୁ ବିଦା କରିଦେଲେ । ତୃତୀୟ ଯେତେବେଳେ ସେହି କୁକୁରଟି ଆସି ପୁନଃ ଭୋକିଲା ।

ତେବେ ଶ୍ରୀରାମ କୁକୁରକୁ ସେଠାରୁ ଘଉଡାଇ ଦେବାକୁ ଦ୍ଵାର ପାଳଙ୍କୁ ନକହି କୁକୁରକୁ ଦରବାରକୁ ଆଣି ତାର  ଭୋକିବାର କାରଣ ପଚାରିବାକୁ କହିଲେ  ଦ୍ଵାରପାଳ ଯେତେବେଳେ କୁକୁରଟିକୁ ଦରବାର ଭିତରକୁ ଯିବା ପାଇଁ କହିଲେ । କୁକୁରଟି ଦରବାର ଭିତରକୁ ଯିବା ପାଇଁ ମନା କରିଦେଲା । ଦ୍ଵାରପାଳଙ୍କୁ କୁକୁର କହିଲା ମୁଁ ଏକ ପାପ ଶ୍ରେଣୀରେ ଜନ୍ମ ଲାଭ କରିଛି ।

ତେଣୁ ମନ୍ଦିର କିମ୍ବା ଦରବାର ଭଳି କୌଣସି ପବିତ୍ର ଜାଗା ଭିତରକୁ ମୁଁ ଯାଇପାରିବିନି । ଆପଣ ପ୍ରଭୁ ଶ୍ରୀରାମଙ୍କୁ ଏଠାକୁ ଡାକି ଆଣନ୍ତୁ । ଦ୍ଵାରପାଳଙ୍କ କଥା ଶୁଣି ପ୍ରଭୁ ଶ୍ରୀରାମ ନିଜେ କୁକୁର ପାଖକୁ ଗଲେ ।ସେଠାକୁ ଯାଇ କୁକୁର ପ୍ରତିଦିନ ଦରବାର ସାମ୍ନାରେ ଭୋକିବାର କାରଣ ପଚାରିଲେ । କୁକୁର କହିଲା ପ୍ରଭୁ ମୁଁ କୌଣସି ପ୍ରକାର ଭୁଲ କରିନଥିବା ସତ୍ବେ ମଧ୍ୟ ଏକ ସନ୍ୟାସୀ ଟେକା ପକାଇ ମୋର ଗୋଡକୁ ଖଣ୍ଡିଆ କରିଦେଇଛି ।

ତାପରେ ପ୍ରଭୁଙ୍କର ଆଦେଶ କ୍ରମେ ସେହି ସନ୍ୟାସୀକୁ ସେଠାକୁ ଡକା ଗଲା । ସନ୍ୟାସୀଙ୍କୁ କୁକୁରକୁ ମାରିବାର କାରଣ ପଚାରିବାରୁ ସନ୍ୟାସୀ ଜଣଙ୍କ କହିଲେ ।ମୁଁ ଭିକ୍ଷା ମାଗିକି ଆଣିବା ସମୟରେ ଏହି କୁକୁର ମୋତେ ଆସି ଛୁଇଁ ଦେଇଥିଲା । ସେତେବେଳେ ମୁଁ ଭୋକିଲା ଥିଲି । ତେଣୁ ମୁଁ ରାଗରେ ଟେକା ମାରି କୁକୁରର ଗୋଡକୁ ରକ୍ତାତ କରିଦେଲି ।

ତାପରେ ପ୍ରଭୁ ଶ୍ରୀରାମ କହିଲେ କୁକୁର ଏକ ସାମାନ୍ୟ ପ୍ରାଣୀ । ସେ ଭୁଲ୍ ବଶତଃ ଆପଣଙ୍କୁ ଛୁଇଁ ଦେଇଥିବା କାରଣରୁ ଆପଣ ତା’ ର ଗୋଡକୁ ଟେକା ମାରି ଏପରି ରକ୍ତାତ କରିଦେଇଛନ୍ତି । ତାପରେ ପ୍ରଭୁ ରାମ କୁକୁରକୁ କହିଲେ । କୁକୁର ସନ୍ୟାସୀ ହେଉଛି ତୋର ଅପରାଧୀ ତୁ ଯାହା ଚାହୁଁଛୁ । ସେହି ଦଣ୍ଡ ସନ୍ୟାସୀକୁ ଦେଇପାରିବୁ ।

ତାପରେ କୁକୁର କହିଲା ତେବେ ସନ୍ୟାସୀଙ୍କୁ ଶିବାଳୟର ଅଧିପତି କରିଦିଅନ୍ତୁ । ତାପରେ କୁକୁରର କହିବା ଅନୁସାରେ ସନ୍ୟାସୀକୁ ଶିବାଳୟର ଅଧିପତି କରାଇ ଦିଆଗଲା । ତାପରେ ଅନ୍ୟ କର୍ମକର୍ତ୍ତା ମାନେ ପ୍ରଭୁଙ୍କୁ ପଚାରିଲେ ।ସନ୍ୟାସୀ ଜଣଙ୍କ ଅପରାଧ ହୋଇ  ମଧ୍ୟ ତାକୁ ଶିବାଳୟର ଅଧିପତି କରି ଦିଆଗଲା କାହିଁକି ? ପ୍ରଭୁ ରାମ କୁକୁର ମୁହଁରୁ ଏହି ଉତ୍ତର ଜାଣିବାକୁ ଚାହୁଁଥିଲେ ।

ସେ କୁକୁରକୁ ଏହାର କାରଣ ପଚାରିବାରୁ କୁକୁର ଜଣଙ୍କ କହିଲା । କ୍ଷେତରେ ବାହାରୁଥିବା ଅନ୍ନକୁ ରଖୁଥିବା ଲୋକ, ମଠ, ବଗିଚା, ଗ୍ରାମ ଓ ଶିବାଳୟର ଯେଉଁ ମାନେ ଅଧିପତି ବା ମାଲିକ, ଚୋରୀ କରୁଥିବା ଲୋକ, ବ୍ରାହ୍ମଣ ଭୋଜନ ଚୋରୀ କରୁଥିବା ଲୋକ, ଅନ୍ୟାୟ କରୁଥିବା ରାଜା ଓ ଗାଳି ଗୁଲଜ କରୁଥିବା ଲୋକମାନେ ମରିଲେ । କୁକୁର ଜନ୍ମ ପାଇଥାନ୍ତି ।

କୁକୁର କହିଲା ସେହି ସନ୍ୟାସୀର ଭୁଲ୍ ପାଇଁ ମୁଁ ତାକୁ ଏହି ଦଣ୍ଡ ଦେଲେ । ଯେତେବେଳେ ସନ୍ୟାସୀ ଜଣଙ୍କ ମୃତ୍ୟୁ ବରଣ କରିବ । ସେ ଆର ଜନ୍ମରେ କୁକୁର ହୋଇ ଜନ୍ମଲାଭ କରିବ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜୁକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *