Garuda Puran- ଆତ୍ମହତ୍ୟା କଣ ଇଶ୍ଵରଙ୍କ ଈଚ୍ଛାରେ ହୋଇଥାଏ ? ନା କେଉଁ ଜନ୍ମର କର୍ମଫଳ ?

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଏହି ଧରା ପୃଷ୍ଟରେ ଜନ୍ମିତ ପ୍ରତ୍ଯେକଟି ପ୍ରାଣୀଙ୍କର ଜନ୍ମ ଅଛି ତେବେ ମୃତ୍ୟୁ ମଧ୍ୟ ଅଛି । ତାହା ଭଗବାନଙ୍କର ଦ୍ଵାରା ପୂର୍ବରୁ ସ୍ତିର ନିଦ୍ଧାର୍ଜ୍ୟ ହୋଇଥାଏ । ତେବେ ପ୍ରତ୍ଯେକଟି ବ୍ୟକ୍ତି କେଉଁ ଜନ୍ମ ପାଇବେ । ଜନ୍ମ ପରେ ଭାଗ୍ୟର ଫଳାଫଳ କିପରି ରହିବ । ତାହା ସେହି ବ୍ୟକ୍ତିର କର୍ମ ଉପରେ ହିଁ ନିର୍ଭର କରିଥାଏ । କାରଣ ଭଗବାନ ସବୁ ପ୍ରାଣୀଙ୍କୁ ସମାନ ଦ୍ରୁଷ୍ଟିରେ ଦେଖିଥାନ୍ତି ।

କାହା ସହିତ ମଧ୍ୟ ପାତର ଅନ୍ତର କରିନଥାନ୍ତି । ତେବେ ଯେଉଁ ବ୍ୟକ୍ତି ଜେଭଳି କର୍ମ କରିବ ତାହାକୁ ତା’ ର କର୍ମ ଫଳ ସେହି ଅନୁସାରେ ହିଁ ପ୍ରାପ୍ତ ହୋଇବ। କର୍ମ ୩ ପ୍ରକାରର ହୋଇଥାଏ । ସଞ୍ଚିତ, ପ୍ରାରମ୍ଭ ଓ କ୍ରିୟାମାଣ । ତେବେ ଅନେକ ଜନ୍ମରୁ କରିଥିବା କର୍ମକୁ ସଞ୍ଚିତ କର୍ମ କୁହାଯାଇଥାଏ । ଏଥିରେ ପୂର୍ବ ଜନ୍ମର ଓ ଏବେ ପର୍ଯ୍ୟନ୍ତ କରିଥିବା କର୍ମ ରହିଥାଏ । ସଞ୍ଚିତ କର୍ମର ଫଳ ଯାହା ଆମେ ଏହି ଜନ୍ମରେ ଭୋଗିଥାଉ ।

ତାହାକୁ ଆମେ ପ୍ରାରମ୍ଭ ବୋଲି କହିଥାଉ । ଯେଉଁ କର୍ମରୁ ବ୍ୟକ୍ତି ବର୍ତ୍ତମାନ ସମୟରେ କରୁଥାଏ । ତାହାକୁ କ୍ରିୟାମାଣ କୁହାଯାଇଥାଏ । ଇଶ୍ଵର ଏହି ଦୁନିଆକୁ କର୍ମ ପ୍ରାଧାନ୍ୟ କରିଛନ୍ତି । ଯିଏ ଯେଉଁ ହିସାବରେ କର୍ମ କରିଥାଏ । ସେହି ଅନୁସାରେ ହିଁ କର୍ମ ଫଳ ଭୋଗ କରିଥାଏ । ତେବେ ବହୁତ ଲୋକ ଭାବିଥାନ୍ତି । ଯଦି ସବୁ ଘଟଣା ପୂର୍ବକର୍ମର ଫଳ ଅନୁଯାଇ ହୋଇଥାଏ ।

ତେବେ କୌଣସି ବ୍ୟକ୍ତି ଯଦି ଆତ୍ମହତୟଆ କରିଥାଏ । ତେବେ ସେ ମଧ୍ୟ ତା’ ର ପୂର୍ବ ଜନ୍ମର କର୍ମ ଅନୁସାରେ ହିଁ ତାହାକୁ ପ୍ରାପ୍ତ ହୋଇଥାଏ । ବନ୍ଧୁଗଣ ଭଗବାନ  ପ୍ରତ୍ଯେକ ବ୍ୟକ୍ତିଙ୍କୁ ତାଙ୍କର କର୍ମ ଅନୁସାରେ ପରିସ୍ଥିତି ଦେଇଥାନ୍ତି । ଏହା ସହିତ ମନସ୍ତିତି ମଧ୍ୟ ଦେଇଥାନ୍ତି । ବ୍ୟକ୍ତିର ପରିସ୍ଥିତି ଯାହା ବି ହେଇଥାଉ ନା କାହିଁକି ? ବ୍ୟକ୍ତି ପାଖରେ ଥିବା ମନସ୍ତତ୍ଵ ଅନୁସାରେ ସେ ନିଜର ପରିସ୍ଥିତିକୁ ମଧ୍ୟ ବଦଳାଇ ଦେଇପାରିବ ।

ଯେତେବେଳେ ବ୍ୟକ୍ତି ନିଜକୁ ସବୁ ଦିଗରୁ ନିରୁପାୟ ହୋଇ ହତାସ ହୋଇଯାଇଥାଏ । ତେବେ ସେ ଦୁନିଆରେ ଆଉ ବଞ୍ଚି ନରହି ଆତ୍ମହତୟଆ କରିବାକୁ ବାଧ୍ୟ ହୋଇଯାଇଥାଏ । ତେବେ ସେହି ସମୟରେ ବ୍ୟକ୍ତିକୁ ନିଜ ଖରାପ ପରିସ୍ଥିତିକୁ ସାହସର ସହିତ ସାମ୍ନା କରିବାକୁ ପଡିବ । ସେ ନିଜର ମନସ୍ତତ୍ଵ ଅନୁସାରେ ଠିକ ଓ ଭୁଲର ବିଚାର କରିବା ଆବଶ୍ୟକ ହୋଇଥାଏ ।

ସେ ନିଜର ମନକୁ ଆଧ୍ୟାତ୍ମିକ ତଥା ଠାକୁରଗାମୀ କରିଦେବା ଉଚିତ । ତାହା ପରେ ପରିସ୍ଥିତିରେ ସବୁ କିଛି ସୁଧାର ଆସିଯିବ । ତେଣୁ ଏପରି କିଛି ଖରାପ ପରିସ୍ଥିତିରେ ହଟାତ କୌଣସି ଭୁଲ ନିଷ୍ପତ୍ତି ନେଇଯିବା ଉଚିତ ନୁହେଁ । କାରଣ ଆତ୍ମହତୟଆ ଗରୁଡ ପୁରାଣରେ ମହାପାପ ହୋଇଥାଏ । ମନୁଷ୍ୟ କରୁଥିବା ଆତ୍ମହତୟଆ ଇଶ୍ଵରଙ୍କର ଇଛାରେ ହୋଇନଥାଏ । କାରଣ ମନୁଷ୍ୟ ସ୍ଵୟଂ ନିଜର  କର୍ମ ଦ୍ଵାରା ଭାଗ୍ୟ ନିର୍ମାଣ କରିଥାଏ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *