ମାସକୁ 1 ଥର ଲଗେଇ ନିଅନ୍ତୁ, କେଶ ହେବ ଲମ୍ବା ଆଉ ଘନ (Hair Growth Tips)

ନମସ୍କାର ବନ୍ଧୁଗଣ ତେବେ ଆଜିର ଦୁନିଆରେ ସମସ୍ତେ ଯବାନ ଦେଖା ଯିବାକୁ ପସନ୍ଦ କରୁଛନ୍ତି ଏବଂ ସେଥିପାଇଁ ନିଜ ସୁନ୍ଦରତା ବଢାଇବାକୁ ସେମାନେ ବହୁତ ପ୍ରକାର କେମିକାଲ ଯୁକ୍ତ ବ୍ୟୁଟି ପ୍ରୋଡ଼କ୍ଟ ବ୍ୟଭାର କରୁଛନ୍ତି । ଯାହା ସେହି ସମୟ ପାଇଁ ତ ଲାଭକାରୀ ହୁଏ କିନ୍ତୁ ପରେ ଏହାର ସାଇଡ ଇଫେକ୍ଟ ଦେଖିବାକୁ ମିଳେ । ସେହିଭଳି ଆଜିକାଲିର ଏହି ସବୁ ବ୍ୟୁଟି ପ୍ରୋଡକ୍ଟ ଓ ଖାଦ୍ଯପାନୀୟ ଆମ କେଶକୁ ବହୁତ କମ ବୟସରୁ ଖରାପ କରିଦେଉଛି ।

ଯେମିତି କେଶ ଝଡିବା, କେଶ ପାଚିବା ଚନ୍ଦାପଣ ଇତ୍ୟାଦି । ଏହା ସହିତ ଆଜିକାଲି ଭୁଲ ଖାଦ୍ୟପେୟ ଏବଂ ଭୁଲ ଜୀବନଶୈଳୀ କାରଣରୁ ଲୋକମାନଙ୍କର କେଶ ଅଳ୍ପ ବୟସରେ ହିଁ ଧଳା ହୋଇଯାଉଛି । ଏହା ଛଡା ପ୍ରଦୂଷଣ ଏତେ ବଢି ଯାଇଛି କି ଯାହାର ଖରାପ ପ୍ରଭାବ ଆମ କେଶ ଉପରେ ମଧ୍ୟ ପଡୁଛି ।

ପ୍ରାୟତଃ ଲୋକମାନଙ୍କର କେଶ ଧଳା ହୋଇଯିବା ଏକ ବହୁତ ବଡ ସମସ୍ୟା ହୋଇଗଲାଣି । ତେବେ ଆଜି ଆମେ କିଛି ଘରୋଇ ଉପଚାର ବିଷୟରେ କହିବୁ ଯାହା ଦ୍ୱାରା ଆପଣ ସହଜରେ ନିଜର କେଶ କୁ ଘନ ଏବଂ ମଜବୁତ କରି ପାରିବେ ତେବେ ଆସନ୍ତୁ ଜାଣିନେବା ।  ୧- ପ୍ରଥମ ରେ ହେଉଛି ଆମ କେଶ ପାଇଁ ଭିଟାମିନ ଏ ର ବହୁତ ଆବଶ୍ୟକ ରହିଛି । ତେବେ ଜତୁନ ତେଲ ଏବଂ ଲେମ୍ବୁ ରେ ଭିଟାମିନ ଏ ଭରପୁର ମାତ୍ରାରେ ରହିଥାଏ ।

ତେବେ ଆପଣ କିଛି ଲେମ୍ବୁ ରସ ଏବଂ ଜତୁନ ତେଲ କୁ ଗୋଟିଏ ପାତ୍ର ରେ ନିଅନ୍ତୁ ଏବଂ ଏହି ମିଶ୍ରଣ କୁ ନିଜ କେଶ ରେ ଲଗେଇ ଦିଅନ୍ତୁ ଏହାର ୨୦ ମିନିଟ ପରେ କେଶ କୁ ଧୋଇ ଦିଅନ୍ତୁ । ତେବେ ଏହା ଦ୍ୱାରା ଆପଣ ଅତି ସହଜରେ ନିଜ କେଶ କୁ କଳା ଏବଂ ଘନ କରି ପାରିବେ ।

୨- ଦ୍ଵିତୀୟ ରେ ହେଉଛି ଭିଟାମିନ ସି ଅର୍ଥାତ ଅଁଳା । ତେବେ ଅଁଳା ରସ ମଧ୍ୟ କେଶ ପାଇଁ ବେଶ ଗୁଣକାରୀ । ଏହା କେବଳ କେଶଖୁ ଘନ କରେ ନାହିଁ କେଶର ସୌନ୍ଦର୍ଯ୍ୟ ମଧ୍ୟ ବଢ଼ାଏ । କେଶ ମୂଳରେ ଅଁଳା ରସ ଲଗାନ୍ତୁ ଏବଂ ଅଳ୍ପ ଉଷୁମ ପାଣିରେ କେଶକୁ ଧୋଇ ଦିଅନ୍ତୁ । କେଶଶୁ ଘନ କରିବା ପାଇଁ ସପ୍ତାହକୁ ଥରେ ଏପରି ପ୍ରୟୋଗ କରନ୍ତୁ ।

୩- ତୃତୀୟ ଉପାୟ ଟି ହେଉଛି ଘିଅକୁଆଁରୀ କିମ୍ବା ଆଲୋବେରା । ତେବେ ଘିଅକୁଆଁରୀ ଏକ ଔଷଧୀୟ ବୃକ୍ଷ । ଘିଅକୁଆରୀର ଔଷଧୀୟ ଗୁଣ ଅପାଣଙ୍କ କେଶକୁ ଘନ କରିବାରେ ସାହଯ୍ୟ କରେ । ଏହି ଜେଲକୁ କେଶ ମୂଳେ ଲଗାନ୍ତୁ ଓ ଅଧା ଘଂଟା ପର୍ଯ୍ୟନ୍ତ ଛାଡ଼ି  ଦିଅନ୍ତୁ । ତା’ପରେ ଉଷୁମ ପାଣିରେ କେଶକୁ ଧୋଇ ଦିଅନ୍ତୁ । ପତଳା କେଶ ସମସ୍ୟାରୁ ରକ୍ଷା ପାଇବା ପାଇଁ ଏହି ଉପଚାର ଆପଣାନ୍ତୁ ।


୪- ଚତୁର୍ଥ ରେ ହେଉଛି ଗ୍ରୀନ ଟି । ତେବେ ଗ୍ରୀନ ଟି ଆମ ଶରୀର ସହିତ ଆମ କେଶ ପାଇଁ ମଧ୍ୟ ଖୁବ ଲାଭବାନ ହୋଇଥାଏ । ଗ୍ରୀନ ଟି ପଲିଫିନସେନ ରେ ଭର୍ତ୍ତି ହୋଇରହିଥାଏ ଯାହା ଆମ କେଶ କୁ ଘନ କରିବା ପାଇଁ ବହୁତ ଲାଭଦାୟକ ହୋଇଥାଏ । ତେବେ ଆପଣ ଗରମ ପାଣି ରେ ଦୁଇଟି ଗ୍ରୀନ ଟି ର ପ୍ୟାକେଟ କୁ ପକାନ୍ତୁ ଏବଂ ବୁଡ଼େଇ ରଖିବା ପରେ କାଢି ଦିଅନ୍ତୁ ଏବଂ ଥଂଡା ହେବାକୁ ଦିଅନ୍ତୁ ତେବେ ସାମ୍ପୁ କରିବା ପରେ ଏହି ଗ୍ରୀନ ଟି ର ପାଣି ରେ କେଶ କୁ ଧୋଇ ଦିଅନ୍ତୁ । ଦେଖିବେ ଆପଣଙ୍କ କେଶ ବହୁତ ଘନ ଲମ୍ବା ଏବଂ ମଜବୁତ ରହିବ ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ

Leave a Reply

Your email address will not be published. Required fields are marked *