ତୁରନ୍ତ ଛାଡି ଦିଅନ୍ତୁ ଏହି ଅଭ୍ଯାସ ନଚେତ ଆପଣଙ୍କ ବାଳକୁ ଝଡିବାରୁ କେହି ବି ଅଟକେଇ ପାରିବେନି (Hair Fall Tips)

ନମସ୍କାର ବନ୍ଧୁଗଣ ତେବେ କେଶ ଝଡିବା ଆଜିକାଲି ସାଧାରଣ ସମସ୍ୟା ହୋଇଗଲାଣି । ଏହି ସମସ୍ୟା ମହିଳା ମାନଙ୍କର ଚିନ୍ତାର ବିଷୟ ପାଲଟିଛି । ପ୍ରଥମେ ଆସନ୍ତୁ ଜାଣିବା କେଶ ଉପୁଡିବାର ମୁଖ୍ୟ କାରଣ । ପରିବର୍ତ୍ତିତ ଜୀବନ ଶୈଳୀ ହେତୁ ଦେଖାଯାଇଥାଏ କେଶଝଡିବା ଭଳି ଭୟଙ୍କର ସମସ୍ୟା । ବ୍ୟସ୍ତବହୁଳ ଜୀବନଶୈଳୀ ଯୋଗୁଁ ଖାଦ୍ୟ-ପାନୀୟ ଉପରେ ବିଶେଷ ଗୁରୁତ୍ୱ ନଦେବା ହେତୁ ଦେଖାଯାଇଥାଏ ଏଭଳି ସମସ୍ୟା ।

ମାତ୍ର ଅନେକ ପ୍ରସାଧନ ସାମଗ୍ରୀ କୁପ୍ରଭାବ ହେତୁ ମଧ୍ୟ କେଶ ଉପୁଡିବା ଭଳି ସମସ୍ୟା ଦେଖାଦେଇଥାଏ । ତେବେ ଆସନ୍ତୁ କେଶ ଝଡ଼ିବାର କିଛି ମୁଖ୍ୟ କାରଣ ଗୁଡିକ ବିଷୟରେ ଆଲୋଚନା କରିନେବା । ୧- ପ୍ରଥମ ରେ ହେଉଛି ଗରମ ପାଣି ରେ ନିଜ କେଶ କୁ ଧୋଇବା । ତେବେ କିଛି ଲୋକମାନେ ଗରମ ପାଣି ରେ ଗାଧୋଇବା ସହ କେଶ ମଧ୍ୟ ଧୋଇ ଥାଆନ୍ତି କିନ୍ତୁ ଏଭଳି କରିବା ଉଚିତ ନୁହେଁ ।

କାରଣ ଗରମ ପାଣି ଯୋଗୁଁ କେଶ ରେ ଥିବା ତେଲ ଶୁଖି ଯାଇଥାଏ । ଯାହା ଯୋଗୁଁ କେଶ ଶୁଖିଲା ହୋଇଯାଏ ଏବଂ ଝଡ଼ିବାକୁ ଆରମ୍ଭ ହୁଏ । ତେଣୁ କେବେ ବି ଗରମ ପାଣି ରେ କେଶ ଧୋଇବା ଉଚିତ ନୁହେଁ ।


୨- ଦ୍ଵିତୀୟ ରେ ହେଉଛି ଅତ୍ୟଧିକ ଚିନ୍ତା ଯୋଗୁଁ ମଧ୍ୟ କେଶ ଝଡିଥାଏ । ଚିନ୍ତା ମସ୍ତିଷ୍କଠାରୁ ଅଧିକ କେଶ ଉପରେ ପ୍ରଭାବ ପକାଇଥାଏ ଯାହାଦ୍ୱାରା କେଶ ଉପୁଡିବା ଭଳି ସମସ୍ୟା ଦେଖାଯାଇଥାଏ । ତେଣୁ ଅତ୍ୟଧିକ ଚିନ୍ତା କରିବା ନାହିଁ ମୁଣ୍ଡ କୁ ଥଂଡା ରଖିବା ଏବଂ ସମ୍ଭବତଃ କିଛି ସମୟ ପ୍ରାଣାୟମ କରିବା ।


୩- ତୃତୀୟ ରେ ହେଉଛି କେଶ କୁ ନ ଧୋଇବା । ତେବେ କିଛି ଲୋକ ଏଭଳି ଅଛନ୍ତି ଯେଉଁମାନେ ସପ୍ତାହ ସପ୍ତାହ ଧରି ନିଜର କେଶ କୁ ଧୁଆନ୍ତି ନାହିଁ । ତେବେ ଏହା ଦ୍ୱାରା ଯେଉଁ ନୂଆ କେଶ ଆସିବା ପ୍ରକ୍ରିୟା ବନ୍ଦ ହୋଇଯାଇଥାଏ ଏବଂ ନୂଆ କେଶ ଆସେ ନାହିଁ । ତେଣୁ ସପ୍ତାହ ରେ ଦୁଇଥର ମୁଣ୍ଡ ଧୋଇବା ଉଚିତ ।


୪- ଚତୁର୍ଥ ରେ ହେଉଛି ହେୟାର ଡ୍ରାଏର । ତେବେ କିଛି ଲୋକ ନିଜ କେଶ କୁ ଶୁଖେଇବା ପାଇଁ କିମ୍ବା ଷ୍ଟାଇଲ କରିବା ପାଇଁ ଏହି ହେୟାର ଡ୍ରାଏର ବ୍ୟବହାର କରିଥାନ୍ତି । ତେବେ କିନ୍ତୁ ଏହାର ଗରମ ପବନ ମୁଣ୍ଡ ରେ ବାଜି ଲେ କେଶ ରେ ଥିବା ସମସ୍ତ ପ୍ରୋଟିନ କୁ ନଷ୍ଟ କରି ଦେଇଥାଏ ଏବଂ ଯାହା ଯୋଗୁଁ କେଶ ଶୁଖିଲା ହୋଇଯାଏ ଏବଂ ଉ-ପୁ-ଡି-ବା-କୁ ଲାଗେ । ତେଣୁ ହେୟାର ଡ୍ରାଏର ର ବ୍ୟବହାର କରିବା ଉଚିତ ନୁହେଁ । ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *