କେମିତି ସୁସ୍ଥ ରହିବ Liver, Kideny ଆଉ Heart, ନିଶ୍ଚୟ ଜାଣି ରଖନ୍ତୁ (Health Tips)

ବନ୍ଧୁଗଣ ନମସ୍କାର ତେବେ ଆମ ଶରୀର ରେ ଲିବର,କିଡନୀ, ଏବଂ ହାର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ଅଟେ । ଆମର ଦୈନଦିନ ଜୀବନରେ ଆମେ ଅନେକ ପ୍ରକାରର ଖାଦ୍ୟ ଖାଉ । ଏବଂ ଅନେକ କାର୍ଯ୍ୟ କରୁ ମଧ୍ୟ । ପ୍ରାୟତଃ ସମସ୍ତେ ବାହାର ଏବଂ ହୋଟେଲରେ ମସଲା ଜାତୀୟ ଖାଦ୍ୟ ଖାଇବା କୁ ବେଶୀ ପସନ୍ଦ କରିଥାନ୍ତି । ଏବଂ ଘର ଖାଇବାକୁ ଅଳ୍ପ ଖାଆନ୍ତି ଏବଂ ପସନ୍ଦ ମଧ୍ୟ କରନ୍ତି ନାହିଁ । କିନ୍ତୁ ବାହାର କିମ୍ବା ହୋଟେଲ ରେ ଯେଉଁ ଖାଦ୍ୟ ଆମକୁ ଦିଆଯାଏ ସେଥିରେ ଅନେକ ପ୍ରକାରର କେମିକଲ ଥାଏ ଏବଂ ବାସୀ ମଧ୍ୟ ଥାଏ ।

ତା ଛଡା ସେ ଯେଉଁ ତେଲ ରେ ପ୍ରସ୍ତୁତ ହୋଇଥାଏ ତାହା ମଧ୍ୟ ଖରାପ ତେଲ ଥାଏ । ଏବଂ ସେହି ତେଲ ରେ ପ୍ରସ୍ତୁତ ଖାଦ୍ୟ କୁ ଖାଇ ଆମେ ଅନେକ ରୋଗରେ ପୀଡ଼ିତ ହୋଇଥାଉ । ଏହା ସହିତ ଅନେକ ବ୍ୟକ୍ତି ମଦ ର ଅଭ୍ୟାସ ରେ ମଧ୍ୟ ପଡି ଯାଇଥାନ୍ତି ଯାହା ଦ୍ୱାରା ସେମାନଙ୍କ ଲିବର ଏବଂ କିଡନୀ ତଥା ହାର୍ଟ କୁ ମଧ୍ୟ ଧୀରେ ଧୀରେ ଖରାପ ହେବାକୁ ମଧ୍ୟ ଲାଗିଥାଏ ଏବଂ ଅଶୁଦ୍ଧ ଖାଦ୍ୟ ଦ୍ୱାରା ରକ୍ତ ମଧ୍ୟ ଅଶୁଦ୍ଧ ହୋଇ ଥାଏ ।

ଯାହା ଦ୍ୱାରା ଆମ ପାଚନ ନଳୀ ମଧ୍ୟ ଖରାପ ହୋଇଯାଏ ଏବଂ ଖାଦ୍ୟ ସଠିକ ଭାବରେ ହଜମ ହୁଏ ନାହିଁ । ଏବଂ ତା ଯୋଗୁଁ ଯେତେ ଖାଦ୍ୟ ଖାଇଲେ ମଧ୍ୟ ଆପଣଙ୍କ ଦେହ ରେ ଲାଗେ ନାହିଁ । ଏବଂ ଆପଣ ଦୁର୍ବଳ ହୋଇ ଯାଆନ୍ତି । ଏବଂ ସ୍ୱାସ୍ଥ୍ୟ ଖରାପ ହେଲେ ମାନସିକ ସ୍ଥିତି ମଧ୍ୟ ଖରାପ ହୋଇ ଯାଏ । ଏବଂ କୌଣସି କାର୍ଯ୍ୟ କରିବାରେ ମନ ଲାଗେ ନାହିଁ । ତେବେ ଏହି ରୋଗରୁ ମୁକ୍ତି ପାଇଁ ଆମେ ଅନେକ ଔଷଧ ଖାଇଥାଉ ।

ଅଧିକ ଔଷଧ ଖାଇବା ଦ୍ୱାରା ତାର ଓଲଟା ପ୍ରଭାବ ବି ସ୍ୱାସ୍ଥ୍ୟ ରେ ପକାଇ ଥାଏ ଅର୍ଥାତ ତାହା କିଡନୀ ଉପରେ ମଧ୍ୟ ପ୍ରଭାବ ପକାଇ ଥାଏ ତେବେ ଏହି ଅଶୃଙ୍ଖଳିତ ଜୀଵନ ଶୈଳୀ ଯୋଗୁଁ ହାର୍ଟ ଉପରେ ମଧ୍ୟ ଖରାପ ପ୍ରଭାବ ପଡ଼ିଥାଏ । ଆମ ଅଶୁଦ୍ଧ ଖାଦ୍ୟ ଯୋଗୁଁ ଅନେକ ସମସ୍ୟା ମଧ୍ୟ ସୃଷ୍ଟି କରୁଛି ତେବେ ଆଜି ଆମେ ଲିବର,କିଡନୀ ଏବଂ ହାର୍ଟ କୁ କିପରି ଭଲ ରେ ରଖିବା ସହ ନିଜକୁ କିପରି ସୁସ୍ଥ ରଖି ପାରିବେ ସେ ବିଷୟରେ ଆଲୋଚନା କରିବା ।

ତେବେ ପ୍ରଥମେ ହେଉଛି ଏକ ସୁସ୍ଥ ଏବଂ ଶୃଙ୍ଖଳିତ ଜୀଵନ ଶୈଳୀ । ହୋଟେଲ କିମ୍ବା ଫାଷ୍ଟଫୁଡ଼ କିମ୍ବା ଅଧିକ ତେଲ ଜାତୀୟ ଖାଦ୍ୟ କୁ ବାରଣ କରିବା ଏବଂ ସର୍ଵଦା ସବୁଜ ପନି ପରିବା ତଥା ପ୍ରୋଟିନ ଯୁକ୍ତ ଖାଦ୍ୟ ଖାଇବା ଆବଶ୍ୟକ । ଏହା ସହିତ ଶରୀର କୁ ଉପଯୋଗୀ ଜଳ କୁ ମଧ୍ୟ ପିଇବା ଆବଶ୍ୟକ ଦିନକୁ ଅତି କମ ରେ ଆଠ ଲିଟର ପାଣି ପିଇବା ଉଚିତ । ତେବେ ସବୁଠାରୁ ବଡ଼ କଥା ହେଉଛି ଆମ ରକ୍ତ କୁ ଶୁଦ୍ଧ କରିବା ଆବଶ୍ୟକ ରକ୍ତ ଭଲ ରହିଲେ ହିଁ ଆମକୁ କୌଣସି ରୋଗ ହୋଇବନାହିଁ ।

ତେବେ ଏହା ଛଡା ପ୍ରତିଦିନ ବ୍ୟାୟାମ,ଯୋଗ ଏବଂ ପ୍ରାଣାୟମ କରିବା ଆବଶ୍ୟକ । ଭଲ ଭାବରେ ଶୋଇବା ଆବଶ୍ୟକ ଏବଂ ରାତି ଅନିଦ୍ରା ରହିବା ଉଚିତ ନୁହେଁ ଏଵଂ ସବୁବେଳେ ଖୁସି ରହିବା ଏବଂ କିଛି ଅସୁବିଧା ହେଲେ ଡାକ୍ତର ଙ୍କ ପାଖକୁ ଯିବା ଉଚିତ ନିଜ ମନ ଇଛା ରେ ଔଷଧ ଖାଇବା ଉଚିତ ନୁହେଁ ।

Leave a Reply

Your email address will not be published. Required fields are marked *