କେମିତି ହୋଇଥାଏ ‘A’ ନାମକ ଲୋକଙ୍କ ସ୍ଵଭାଵ ଓ କ୍ୟାରିୟର

‘A’ ନାମକ ବ୍ୟକ୍ତିମାନେ ବହୁତ ପରିଶ୍ରମୀ ଓ କଥାରେ ଏତେ ଧନି ଅଟନ୍ତି ଯେ , ସାମ୍ନାରେ ଥିବା ଲୋକଟି ତାଙ୍କ ଆଡ଼କୁ ଆକର୍ଷିତ ହୋଇଯାଇଥାଏ । ଏହି ଲୋକମାନେ ଜ୍ଞାନର ବହୁତ ଭୋକିଲା ଅଟନ୍ତି । ଯେଉଁଠାରେ ଜ୍ଞାନ ମିଳେ ସେହି ଜ୍ଞାନକୁ ସେମାନେ ହାସଲ କରିବାକୁ ଚେଷ୍ଟା କରନ୍ତି ।

ଏମାନଙ୍କ ହୃଦୟ ସଫା ଅଟେ । କେବେ କେବେ ଏମାନଙ୍କ ରାଗ ସେମାନଙ୍କୁ ଅନ୍ୟମାନଙ୍କ ସାମ୍ନାରେ ଖରାପ କରିଦେଇଥାଏ ।

ଏହି ‘A’ ନାମକ ଲୋକମାନେ ସତ୍ୟ ଓ ନିଜର ସିଦ୍ଧାନ୍ତ ଠାରୁ କେବେବି ପଛକୁ ହଟନ୍ତି ନାହିଁ , ଏଥିପାଇଁ ସେ କାହାସହ ମଧ୍ୟ ଝଗଡା କରିବାପାଇଁ ପ୍ରସ୍ତୁତ ହେଇଯାଆନ୍ତି । ଏମାନେ ନିଜକୁ ବଡ ପ୍ରମାଣିତ କରିବାପାଇଁ ଚେଷ୍ଟା କରନ୍ତି । ଏମାନେ ଜୀବନରେ ବହୁତ ହସମୁଖ ଓ ବିଳାସି କିସମର ହୋଇଥାଆନ୍ତି । ଏମାନେ ପାର୍ଟି ଓ ଫନସନ  ବହୁତ ଖୁସି ଓ ମଜା ଉଠେଇଥାନ୍ତି ।

ଏମାନେ ବହୁତ ରଚନାତ୍ମକ ହୋଇଥାଆନ୍ତି ,ଏମାନଙ୍କୁ କୌଣସି କାମ ଅଲଗା ଅନ୍ଦାଜରେ କରିବା ବହୁତ ପସନ୍ଦ ଲାଗେ । ଏମାନଙ୍କୁ ଭିଡରେ ଚାଲିବା ବିଲକୁଲ ପସନ୍ଦ ନୁହେଁ । ଏମାନେ ନିଜର ଉତ୍ତମ ବୁଝାବଣାରେ ନିଜର ଆସିବିଧାକୁ ଦୁରେଇ ଦେଇଥାନ୍ତି । ଏମାନେ ନିଜର ପର୍ସନାଲ କଥା ଅନ୍ୟକୁ ସେୟାର କରିବା ବିଲକୁଲ ପସନ୍ଦ କରନ୍ତି ନାହିଁ ।

ଏମାନେ ପ୍ରେମ ମାମଲାରେ ଅଳ୍ପ ଲାଜକୁଳା ଅଟନ୍ତି । ଏମାନେ ବହୁତ ଭାବିଥାନ୍ତି ହେଲେ ,କେବେବି ଆଗକୁ ଯାଇନଥାନ୍ତି । ପ୍ରେମମମାଲରେ ଏମାନେ ବହୁତ ଗମ୍ଭୀର ମଧ୍ୟ ଅଟନ୍ତି । ଏହି ଲୋକମାନେ ଯାହାକୁ ପ୍ରେମ କରନ୍ତି ସେମାନଙ୍କ ସହ ଅଧିକ ନିବିଡ଼ ମଧ୍ୟ ହୋଇଯାନ୍ତି । ବ୍ୟବାହିକ ଜୀବନରେ ନିଜର ଦବଦବା ରଖିବାକୁ ଚେଷ୍ଟା କରିଥାନ୍ତି । ଏହି କାରଣରୁ ଏମାନଙ୍କ ଦାମ୍ପତ୍ୟ ଜୀବନରେ ତାଳମେଳ କମ ଦେଖାଦେଇଥାଏ ।

ଏହି ନାମର ମହିଳାମାନଙ୍କର ଅଧିକ ପ୍ରଭାବୀ ରହିବାର ଭାବନା ରହିଥାଏ । ତେଣୁ ଏହି ନାମର ମହିଳାମାନେ କେତେଥର ମଧ୍ୟ ବିବାହ ପରେ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ । କିନ୍ତୁ ପୁରୁଷ ମାନଙ୍କର ବିବାହ ପରେ ଜୀବନ ସୁଖମୟ ହୋଇଯାଇଥାଏ । ଏହି ଲୋକମାନେ ନିଜ ପରିଶ୍ରମରେ ନିଜର ଧନ ସମ୍ପତି ଓ ମାନ ମର୍ଯ୍ୟାଦା କରିଥାନ୍ତି ।

ଆମ ପେଜକୁ ଲାଇକ କରି ଦିଅନ୍ତୁ । ଆମେ ସବୁ ସମୟରେ କିଛି କାମରେ ଆସିବା ଭଳି ଲେଖା ଆଣି ଥାଉ । ଯାହା ଫଳରେ ସେ ସବୁ ଆପଣ ପାଇ ପାରିବେ । ଲେଖାଟି କେମିତି ଲାଗିଲା ନିଜ ମତାମତ ଜଣାନ୍ତୁ ଓ ଅନ୍ୟମାନଙ୍କ ସହ ସେଆର କରନ୍ତୁ ।

Leave a Reply

Your email address will not be published. Required fields are marked *