କେହି ଆପଣଙ୍କ ସାଥ ଦେଉ ନାହାଁନ୍ତି ? ତ ଏହାକୁ ଥରେ ଶୁଣନ୍ତୁ ପୁରା ଦୁନିଆ ଆପଣଙ୍କ ପାଦ ତଳେ…(Best Motivational Tips)

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଜୀବନରେ ଏପରି କିଛି ପରିସ୍ଥିତି ଆସି ଠିଆ ହୋଇଯାଇଥାଏ । ଯେଉଁ ସ୍ଥିତିରେ ବ୍ୟକ୍ତି କଣ କରିବ ବୋଲି କିଛି ଭାବିପାରିନଥାଏ । ବେଳେ ବେଳେ ବ୍ୟକ୍ତି ଆତ୍ମବିଶ୍ବାସ ହରାଇ ଆତ୍ମ ହରା ହୋଇଯାଇଥାଏ । ତେଣୁ ବ୍ୟକ୍ତିକୁ ଯେତେବେଳେ ଲାଗୁଛି ସେ ସଂପୂର୍ଣ୍ଣ ରୂପେ ଭାଙ୍ଗି ପଡୁଛି । ସେ ଏପରି କିଛି ଭଗବାନଙ୍କ ମୁଖ ନିସୃତ ବାଣୀକୁ ଶୁଣି ନିଜ ପରିସ୍ଥିତିକୁ ନଡରି ବଂର ପରିସ୍ଥିତିକୁ ସାମ୍ନା କରିବାକୁ ଶିଖିଯିବ ।

ସେପରି କିଛି ଅମୂଲ୍ୟ ବାଣୀ ଜାଣିବାକୁ ପାଇବେ। ଜୀବନରେ ଯେତେ ସବୁ ସମସ୍ଯା ଆସିଥାଏ । ସେହି ସବୁ ସମସ୍ଯା ଆମକୁ କଷ୍ଟ ଦେବା ପାଇଁ ନୁହେଁ ବଂର ବ୍ୟକ୍ତିକୁ ଶିକ୍ଷା ଦେବା ପାଇଁ ଆସିଥାଏ । ତେଣୁ ସମସ୍ଯାକୁ ଭୟ କରନ୍ତୁ ନାହିଁ । ସେହି ସମସ୍ଯାର ସମାଧାନର ବାଟ ଖୋଜନ୍ତୁ । ସବୁ ପରିସ୍ଥିତିରେ କିଛି ନା କିଛି ସଂଯମତା ଅବଲମ୍ବନ କରିବାକୁ ପଡିଥାଏ ।

ଯଦି ଏକେଲା ଅଛନ୍ତି । ତେବେ ନିଜ ବିଚାର ଓ ଭାବନା ଉପରେ କାବୁ ସଂଯମ ରଖନ୍ତୁ । ଯେତେବେଳେ ସମସ୍ତଙ୍କ ସାଥିରେ ଅଛନ୍ତି । ସେତେବେଳେ ନିଜ ବାଣୀ ଉପରେ ସଂଯମ ରକ୍ଷା କରନ୍ତୁ । ଯେଉଁ ସମ୍ପର୍କ ହୃଦୟ ଓ ଭାବରୁ ହୋଇଥାଏ । ସେପରି ସମ୍ପର୍କ ସବୁବେଳେ ଅତୁଟ ରହିଥାଏ । ଯେଉଁ ସମ୍ପର୍କ ସ୍ଵାର୍ଥକୁ ନେଇ ଗଢା ହୋଇଥାଏ । ସେପରି ସମ୍ପର୍କର କିଛି ଅର୍ଥ ନଥାଏ ଓ ସେହି ସମ୍ପର୍କ ବହୁତ ଶୀଘ୍ର ଭାଙ୍ଗିଯାଇଥାଏ ।

ଜୀବନରେ ବହୁତ ସମ୍ପର୍କର ଆବ୍ଯଶ୍ଯକତା ନଥାଏ । ଯେତିକି ମଧ୍ୟ କାହା ସହିତ ସମ୍ପର୍କ ସୃଷ୍ଟି କରନ୍ତୁ, ସେହି ସମ୍ପର୍କରେ ଜୀବନ ଥିବା ଦରକାର । କୌଣସି ବ୍ୟକ୍ତି ସର୍ବଗୁଣ ସମ୍ପର୍ଣ୍ଣ ହୋଇ ଜନ୍ମ ହୋଇନଥାଏ । ବ୍ୟକ୍ତିର କିଛି ନା କିଛି ଦୋଷ ଦୁର୍ବଳତା ରହିଥାଏ । ତେଣୁ ସେହି ଦୋଷ ଦୁର୍ବଳତାକୁ ଭୁଲି ନିଜର ଗୁଣ ଉପରେ ଧ୍ୟାନ ଦେଇ ଆଗକୁ ବଢନ୍ତୁ ।

ବ୍ୟକ୍ତିର ଜୀବନରେ ଯେତେ ଦୁଃଖ କଷ୍ଟ ଥାଉ । ତାହାକୁ ଅନ୍ୟ ଆଗରେ ଜଣାଇବା ଉଚିତ ନୁହେଁ । କାରଣ ଦୁଃଖରେ ଭାଙ୍ଗିଯାଇଥିବା ଲୋକଙ୍କୁ ଆହୁରି ଭାଙ୍ଗି ଦେବାକୁ ଦୁନିଆରେ ବହୁତ ଲୋକ ଅଛନ୍ତି । ତେଣୁ ନିଜର ଦୁଃଖ କେବଳ ସେହି ବ୍ୟକ୍ତି ଆଗରେ ପ୍ରକାଶ କରନ୍ତୁ । ଯିଏ ଆପଣ କିଛି କହିବା ପୂର୍ବରୁ ଆପଣଙ୍କ ମନର ଭାବନା ପଢିବାର ସକ୍ଷମତା ରଖିପାରୁଥିବ ।

ଯେଉଁ ମାନେ ସବୁବେଳେ ସତ୍ ପଥରେ ଚାଲିଥାନ୍ତି । ସେମାନେ ବହୁତ ସମୟରେ ଏକେଲା ରହିଜାଇଥାନ୍ତି । ଏଥିରେ ବିଚଳିତ ହେବାର କୌଣସି ଆବଶ୍ୟକତା ନାହିଁ । ଯେଉଁ ବ୍ୟକ୍ତିର କେହି ନଥାନ୍ତି । ସେହି ବ୍ୟକ୍ତିର ସାଥ୍ ଦେବା ପାଇଁ ସ୍ଵୟଂ ଭଗବାନ ରହିଥାନ୍ତି । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ ।

Leave a Reply

Your email address will not be published. Required fields are marked *