ପବିତ୍ର କାର୍ତ୍ତିକ ମାସରେ ନିଶ୍ଚୟ ପାଳନ କରନ୍ତୁ ଏହି 5ଟି ନିୟମ, ପୁଣ୍ୟ ପ୍ରାପ୍ତି ହେବ (Kartikapurnima 2021)

ବନ୍ଧୁଗଣ, ପବିତ୍ର କାର୍ତ୍ତିକ ମାସର ଆରମ୍ଭ ହୋଇ ସାରିଛି । ଏହି କାର୍ତ୍ତିକ ମାସରେ ପାଳନ କରନ୍ତୁ ଏହି ୫ ଟି ନିୟମ । ଆପଣଙ୍କ ଜୀବନ ହସ ଖୁସି ରେ ଭରିଯିବ । କାର୍ତ୍ତିକ ମାସକୁ ହିନ୍ଦୁ ଧର୍ମ ର ସବୁଠାରୁ ପବିତ୍ର ମାସ ଭାବରେ ମାନାଯାଇଥାଏ । ହିନ୍ଦୁ ଧର୍ମ ରେ କୁହାଯାଇଅଛି ଯେ ଏହି ମାସ ଟି ଭଗବାନ ବିଷ୍ଣୁ ଙ୍କର ଅତି ପ୍ରିୟ ଅଟେ । ଏହି ମାସ କୁ ଅଧିକ ପୂଜନୀୟ ମାନାଯାଇଥାଏ ।

ଶାସ୍ତ୍ର ଅନୁସାରେ ଏହି ସମୟରେ ବ୍ରତ, ତପ, ଦାନଧର୍ମ ଏବଂ ପୂଜାପାଠ ଆଦି କରିବା ଦ୍ଵାରା ଜୀବନର ସବୁ ସମସ୍ୟା ଦୂର ହୋଇଥାଏ । ଏବଂ ଘରେ ସୁଖ ଶାନ୍ତି ଭରି ରହିଥାଏ । ଏହି ମାସରେ ୫ ଟି ମୁଖ୍ୟ ନିୟମ ରହିଅଛି । ଏହାକୁ ପାଳନ କରିବା ଦ୍ଵାରା ସମସ୍ତ ମନୋଷ୍କାମନା ପୂରଣ ହୋଇଥାଏ । ଏବଂ ଗୃହ କୁ ସୁଖ ଶାନ୍ତି ର ଆଗମନ ହୋଇଥାଏ । ଆସନ୍ତୁ ଜାଣିବା ସେହି ନିୟମ ବିଷୟରେ ।

୧;- ଶ୍ରୀ ହରି ଙ୍କର ତୁଳସୀ ଅତି ପ୍ରିୟ ହେବାରୁ ଏହି ମାସରେ ତୁଳସୀ ଙ୍କୁ ଅଧିକ ମହତ୍ଵ ଦିଆଯାଇଥାଏ । କହିବାକୁ ଗଲେ ତୁଳସୀ ମାତାଙ୍କ ସର୍ବଦା ପୂଜା କରିବା ଉଚିତ । ଏହି ମାସରେ ତାଙ୍କର ପୂଜାର୍ଚ୍ଚନା କରିବା ଦ୍ଵାରା ଦେବୀ ଲକ୍ଷ୍ମୀ ଏବଂ ଭଗବାନ ବିଷ୍ଣୁ ଙ୍କର କୃପା ମିଳିଥାଏ । ଏହି ମାସରେ ତୁଳସୀ ମାତା ଙ୍କୁ ପୂଜା କରିବା ଉଚିତ ହୋଇଥାଏ ।

୨;- କାର୍ତ୍ତିକ ମାସରେ ନଦୀ ଏବଂ ପୋଖରୀ ରେ ଦୀପ ଦାନ କରିବା ଉଚିତ ହୋଇଥାଏ । ଏହାଦ୍ଵାରା ଘରେ ଉପସ୍ଥିତ ଥିବା ନକାରାତ୍ମକ ବାତାବରଣ ଦୂର ହୋଇଥାଏ । ଏହା ସହିତ ଆପଣଙ୍କ ଜୀବନକୁ ସୁଖ ର ଆଗମନ ହୋଇଥାଏ ।

୩;- ଶାସ୍ତ୍ର ଅନୁଯାୟୀ କାର୍ତ୍ତିକ ମାସରେ ବିଛଣା ଅପେକ୍ଷା ଭୂମିରେ ଶୋଇବା ଆବଶ୍ୟକ ହୋଇଥାଏ । ମାନାଯାଇଅଛି ଯେ ଏହି ମାସରେ ଭୂମିରେ ଶୋଇବା ଦ୍ଵାରା ବ୍ୟକ୍ତି ର ମନ ଶୁଦ୍ଧ ହୋଇଥାଏ । ବ୍ୟକ୍ତି ର ମନରୁ ନକାରାତ୍ମକ ଭାବନା ଦୂର ହୋଇ ସକାରାତ୍ମକ ବିଚାର ଧାରା ପ୍ରବେଶ ହୋଇଥାଏ । ଏବଂ ଶରୀରର ରକ୍ତ ସଂଚାଳନ ପ୍ରକ୍ରିୟା ସଠିକ ଭାବରେ ହୋଇଥାଏ ।

୪;- ମାନ୍ୟତା ରହିଅଛି ଯେ କାର୍ତ୍ତିକ ମାସରେ ତେଲ ଲଗାଇବା ଉଚିତ ନୁହେଁ । ଯଦି କେହି ଶରୀରରେ ତେଲ ଲଗାଇବାକୁ ଯାଉଥାନ୍ତି ତେବେ କେବଳ ନରକ ଚତୁର୍ଦସୀ ଅର୍ଥାତ କାର୍ତ୍ତିକ କୃଷ୍ଣ ପକ୍ଷ ଚତୁର୍ଦସୀ ଦିନ ତେଲ ଲଗାଇ ପାରିବେ ।

୫;- କାର୍ତ୍ତିକ ମାସରେ ମୁଗ, ମଶୁର, ଚଣା, ଏବଂ ମଟର ଆଦି ଖାଦ୍ୟ ପଦାର୍ଥ ସେବନ କରିବା ଉଚିତ ନୁହେଁ । ଏହା ଦ୍ଵାରା ବ୍ୟକ୍ତି ଙ୍କୁ ନିଶାଦ୍ରବ୍ୟ ତଥା ମାଂସ ଠାରୁ ଦୂରେଇ ରହିବା ଆବଶ୍ୟକ ହୋଇଥାଏ । ବନ୍ଧୁଗଣ ପବିତ୍ର କାର୍ତ୍ତିକ ମାସରେ ଏହିସବୁ ନିୟମ ମନି ଚଳନ୍ତୁ, ଆପଣଙ୍କର ମଙ୍ଗଳ ହେବ ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ

Leave a Reply

Your email address will not be published. Required fields are marked *