ମୃତ୍ୟୁ ପରେ ଶବକୁ କଣ ପାଇଁ ଏକୁଟିଆ ଛଡା ଯାଏନି ? ଜାଣନ୍ତୁ ରହସ୍ୟ !

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଏହି ମୃତ୍ୟୁ ଲୋକରେ ଯେଉଁ ପ୍ରାଣୀ ଜନ୍ମ ଗ୍ରହଣ କରିଥାଏ । ତା’ ର ମୃତ୍ୟୁ ଦିନେ ନା ଦିନେ ହେବ ତାହା ସ୍ତିର ନିର୍ଦ୍ଧାର୍ଜ୍ୟ ହୋଇଥାଏ । ତେବେ ଏହି ମୃତ୍ୟୁ ନାମକ କଡା ସତ୍ୟକୁ ବହୁତ ଲୋକ ମାନିନେବାକୁ ପ୍ରସ୍ତୁତ ନଥାନ୍ତି । ତେବେ ମୃତ୍ୟୁ ହେଲା ପରେ ମୃତ ଶରୀରର ଦାହ ସଂସ୍କାର କରାଯାଇଥାଏ । ତେବେ ମୃତ୍ୟୁ ହେବା ଠାରୁ ନେଇ କରି ଦାହ ସଂସ୍କାର ପର୍ଯ୍ୟନ୍ତ ସମୟ ମଧ୍ୟରେ ଶବକୁ ଏକୁଟିଆ ଛଡା ନଯିବା ପଛର କାରଣ କଣ ହୋଇଥାଏ ।

ସେହି ବିଷୟରେ ଆଲୋଚନା କରିବା । ତେବେ ଯଦି କୌଣସି ବ୍ୟକ୍ତିର ମୃତୁ ରାତି ସମୟରେ ହୋଇଥାଏ । ତେବେ ସେ ବ୍ୟକ୍ତିର ରାତ୍ରିରେ ସମୟରେ ଦାହ ସଂସ୍କାର କରାଯାଇନଥାଏ । ତାପର ଦିନ ସକାଳର ସମୟରେ ଯାଇ ଦାହ ସଂସ୍କାର କରାଯାଇଥାଏ ।

ଯଦି କୌଣସି ବ୍ୟକ୍ତିର ପଞ୍ଚକ ଅର୍ଥାତ ସୂର୍ଯ୍ୟାସ୍ତ ପର ସମୟରେ ମୃତ୍ୟୁ ହୋଇଯାଇଥାଏ । ତେବେ ସେହି ବ୍ୟକ୍ତିର ମଧ୍ୟର ଦାହ ସଂସ୍କାର ସେହି ସମୟରେ କରାନଯାଇ ପଞ୍ଚକ ସମୟ ସରିବା ପର୍ଯ୍ୟନ୍ତ ଅପେକ୍ଷା କରାଯାଇଥାଏ । କାରଣ ଏହି ସମୟରେ ବ୍ୟକ୍ତିର ଶରୀରକୁ ଦାହ କରାଗଲେ । ମୃତ ବ୍ୟକ୍ତିର ଆତ୍ମାକୁ ମୋକ୍ଷ ପ୍ରାପ୍ତି ହୋଇନଥାଏ ।

ତେବେ ମୃତ ଶବକୁ ଏକୁଟିଆ ଛଡା ନଯିବାର କେତେକ କାରଣ ମଧ୍ୟ ରହିଛି । ଯଦି ମୃତ ଶରୀରକୁ ଏକୁଟିଆ ଛଡାଯାଇଥାଏ । ତେବେ ତା’ ର ଶରୀରକୁ ବିଲେଇ, କୁକୁର ଆଦି ଘରେ ପଶି ଖାଇ ଯିବାର ସମ୍ଭାବନା ରହିଥାଏ । ଏପରି ହେଲେ ମୃତ ଆତ୍ମାକୁ ଶାନ୍ତି ମିଳିନଥାଏ । ଯଦି ମୃତ ଶରୀରକୁ ଏକୁଟିଆ ଛଡା ଯାଇଥାଏ । ତେବେ ମୃତ ଶରୀରରୁ ଦୁର୍ଗନ୍ଧ ବାହାରିବାକୁ ଆରମ୍ଭ କରିଥାଏ ।

ତେଣୁ କେହି ନା କେହି ଶବ ପାଖରେ ଜଗି ରହି ଶବ ପାଖରେ ଧୂପକାଠି ଜାଳିଥାନ୍ତି । ଯଦି ଶବକୁ ଏକୁଟିଆ ଛଡାଯାଇଥାଏ । ତେବେ ତା’ ର ଆଖ ପାଖରେ ଘୁରି ବୁଲୁଥିବା ଖରାପ ଆତ୍ମା ମଧ୍ୟ ସେହି ମୃତ ଶରୀରରେ ପ୍ରବେଶ କରିଯିବାର ସମ୍ଭାବନା ରହିଥାଏ ।  ଯଦି ହଟାତ କୌଣସି ବ୍ୟକ୍ତିଙ୍କର ରାତ୍ରି ସମୟରେ ମୃତ୍ୟୁ ହୋଇଯାଇଥାଏ । ତେବେ ତାଙ୍କର ବାହାରେ ଥିବା ପୁଅ କିମ୍ବା ଝିଅ ନଆସିବା ପର୍ଯ୍ୟନ୍ତ ଶବକୁ ଦାହ କରାଯାଇନଥାଏ ।

କାରଣ ଯଦି ନିଜ ସନ୍ତାନ ମୁଖାଗ୍ନୀ ଦେଇନଥାଏ । ତେବେ ସେହି ଆତ୍ମାକୁ କେତେ ବର୍ଷ ପର୍ଯ୍ୟନ୍ତ ଅତୃପ୍ତି ହୋଇ ବୁଲିବାକୁ ପଡିଥାଏ । ଯଦି ରାତ୍ରି ସମୟରେ କାହାର ଶରୀରକୁ ଜଳାଯାଇଥାଏ । ତେବେ ସେ ଅସୁର, ପିଶାଚ ଏହିଭଳି ରାକ୍ଷସ ଯୋନୀରେ ଜନ୍ମ ଗ୍ରହଣ କରିଥାଏ ।

ତେବେ ଏହି ସବୁ କାରଣ ଯୋଗୁ ରାତ୍ରି ସମୟରେ ମୃତ ଶରୀରକୁ ଏକୁଟିଆ ଛଡା ନଯିବା ସହ ତା’ କୁ ରାତ୍ରି ସମୟରେ ଦାହ ମଧ୍ୟ କରାଯାଇନଥାଏ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *