ତ୍ଵଚାରେ ଚମକ ପାଇଁ (Diet for Glowing Skin) କଣ ଖାଇବେ ? Dietician Niharika Dash

ବନ୍ଧୁଗଣ, ସାଧାରଣତଃ ସ୍କିନ କୁ ସଠିକ ରଖିବା ପାଇଁ ହେଲେ ଆପଣ ଏକ ସୁସ୍ଥ ଖାଦ୍ୟ ଖାଇବା ନିହାତି ଭାବରେ ଉଚିତ । ଝିଅ ମାନଙ୍କ କ୍ଷେତ୍ରରେ ହେଉ ଅଥବା ପୁଅ ମାନଙ୍କ କ୍ଷେତ୍ରରେ ହେଉ ଗ୍ରୋଇଙ୍ଗ ସ୍ଟେଜ ରେ ତାଙ୍କ ମୁହଁ ରେ କେତେସାରା ବ୍ରଣ ବାହାରିଥାଏ । ଏବଂ ଝିଅ ମାନଙ୍କର ଯେଉଁ ମାନଙ୍କର ହରମୋନ ଇନବାଲାନ୍ସ ହେଉଛି, ଆଜିକାଲି ତାହା ହେବା ସ୍ଵାଭାବିକ ସେଥିରେ ମଧ୍ୟ ପିମ୍ପଲ୍ସ ଆସିଥାଏ ଏବଂ ସେଥିରେ ମଧ୍ୟ ଦାଗ ହୋଇଥାଏ ।

ବହୁତ ଜଣ ମଧ୍ୟ ପଚାରିଥାନ୍ତି ଯେ ସ୍କିନ ଗ୍ଲୋ କିଭଳି କରିବ ? ସ୍କିନ କୁ କିଭଳି ଆମ୍ଭେ ସଠିକ ରଖିବା ? ତେବେ ସ୍କିନ ପାଇଁ ଯେଉଁ ଖାଦ୍ୟ ରହିଛି ତାକୁ ଖାଇବା ସହିତ ଆପଣଙ୍କୁ ନୀତିଦିନ କିଛି ବ୍ୟାୟାମ ମଧ୍ୟ କରିବାକୁ ହେବ । ମାନସିକ ଦୁଶ୍ଚିନ୍ତା ରୁ ଫ୍ରି ରହିବାକୁ ହେବ । ଶୋଇବା ପାଇଁ ପଡିବ । ପାଣି ଅର୍ଥାତ ସ୍କିନ କୁ  ସବୁବେଳେ ହାଇଡ୍ରେଟେଡ ରଖିବାକୁ ହେବ ।

ତେବେ ଏହିସବୁ ଜିନିଷ ଜେଭଳି କିଛି ଟା ଫୁଡ ରହୁଛି, ଭିଟାମିନ-ସି ଯୁକ୍ତ ଫୁଡ ଭିଟାମିନ-ଇ ଯୁକ୍ତ ଫୁଡ ରହୁଛି ଏହାକୁ ଯଦି ଆପଣ ସଠିକ ମାତ୍ରାରେ ନିଜ ଡାଏଟରେ ନେଇ ପାରିଲେ ଏବଂ ଏହା ସହିତ ଆପଣ ଯେତେସବୁ କେମିକାଲରୁ ନିଜକୁ ଦୂରେଇ ରଖିପାରିବେ । ତେବେ ଆପଣଙ୍କର ସ୍କିନ ନିଶ୍ଚିତ ଭାବରେ ଗ୍ଲୋ କରିବ ଏବଂ ଗ୍ଲେଜ ନିଶ୍ଚିତ ଭାବରେ ଆସିବ । ଆପଣ ପ୍ରତ୍ୟକ ଦିନ ପ୍ରଚୁର ପରିମାଣରେ ପାଣି ପିଅନ୍ତୁ ।

୭ ରୁ ୮ ଘଣ୍ଟା ଶୋଇବାକୁ ଚେଷ୍ଟା କରନ୍ତୁ । ଏହା ସହିତ ପ୍ରତ୍ୟକ ଦିନ ଆପଣ ବ୍ୟାୟାମ କରନ୍ତୁ । ଏବଂ ଖରରେ ଯାଉଛନ୍ତି ତେବେ ଝାଳ ବାହାରିବା ସ୍ଵଭାବିକ କିନ୍ତୁ ଯଦି ଆପଣ ବ୍ୟାୟାମ କରି ଝାଳ ବାହାର କରୁଛନ୍ତି ତେବେ ହିଁ ଆପଣଙ୍କର ସ୍କିନ ଆପେ ଆପେ ନ୍ୟାଚୂରାଲି ଗ୍ଲୋ କରିବ ।  ଯେତେ ଫାଷ୍ଟଫୁଡ ଅଛି ତଥା ସୁଗାର ଥିବା ଜିନିଷ କୁ ଯଦି ଆପଣ ଟିକିଏ କଣ୍ଟ୍ରୋଲ କରିଦେବେ ତେବେ ମଧ୍ୟ ଆପଣଙ୍କ ସ୍କିନ ଗ୍ଲୋ କରିବ ।

ତେବେ ସଠିକ ସମୟରେ ଖାଦ୍ୟ ଖାଇବା ସହିତ ନିଜକୁ ହାଇଡ୍ରେଟ ଯଦି ରଖିପାରୁଛନ୍ତି ତେବେ ଆପଣଙ୍କ ସ୍କିନ ର ଗ୍ଲୋ ନିଶ୍ଚିତ ଭାବରେ ରହିବ । ଆପଣ ଏହିସବୁ ଉପାୟ ନିଶ୍ଚିତ ଭାବରେ କରନ୍ତୁ ଦେଖିବେ ଆପଣଙ୍କ ସ୍କିନ ସମସ୍ୟା ଆଦୌ ହେବନାହିଁ । ତେବେ ବନ୍ଧୁଗଣ , ଆଶା କରୁଛି ଏହା ଆପଣଙ୍କୁ ନିଶ୍ଚିତ ଭାବରେ ପସନ୍ଦ ଆସିଥିବ । ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଲେ ଗୋଟେ ଲାଇକ କରିଦିଅନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *