କେଉଁ କାରଣ ପାଇଁ ଜନ୍ମ ହୁଅନ୍ତି ଜାଆଁଳା ଶିଶୁ ? ଜାଣନ୍ତୁ କଣ କୁହେ ବିଜ୍ଞାନ ?

ନମସ୍କାର ବନ୍ଧୁଗଣ , ଏ ଦୁନିଆରେ ମାତା ଶିଶୁକୁ ଜନ୍ମ କରିବାର ପ୍ରକ୍ରିୟା ହେଉଛି ଈଶ୍ଵରକ  ଏକ ଅଦବୁତ ପ୍ରଣାଳୀ । ମାତ ହିଁ ଶିଶୁକୁ ଏହି ଜଗତକୁ ଆଣିଥାଏ  ଓ ଏତବ୍ୟତୀତ ମାତା ଏବଂ ଶିଶୁ ର ସମ୍ପର୍କ  ଏହି ସଂସାର ରୁ ନଅ ମାସ ଅଧିକ ରହିଥାଏ । ଆମେ ବେଳେ ବେଳେ ଦେଖିଥାଉ  ମାତାର ଗର୍ଭରୁ  ଜାଆଁଳା ସନ୍ତାନ ଜନ୍ମ ହୋଇଥାନ୍ତି । ଏହା ଛଡା ଆଉ କେତେକ ବର୍ଗରେ ମାତା ଦୁଇ ରୁ ଅଧିକ ତିନି ଛୁଆ ଙ୍କୁ ମଧ୍ୟ ଜନ୍ମ ଦେଇଥାନ୍ତି । ବିଜ୍ଞାନ ଅନୁସାରେ ମାତା ଶରୀରର ଗୋଟିଏ ସ୍ପମ୍ ରେ ଗୋଟିଏ ଛୁଆ ହିଁ ରହିଥାଏ ।

ତେବେ କ’ଣ ଆମ ଶରୀର ମଧ୍ୟକୁ  ଦୁଇଟା ସ୍ପମ୍ ଯାଇଥାଏ କି ନା ତାହା କେବେ ବି ସମ୍ଭବ ହୋଇନଥାଏ । ତେବେ କ’ଣ   କାରଣ ହୋଇପାରେ ଜାଆଁଳା ଛୁଆ ଙ୍କ  ଜନ୍ମ ପଛରେ , ଯେତେ ବେଳେ ପ୍ରଥମ  ସ୍ପମ୍ ମହିଳାଙ୍କ ଶରୀର  ଭିତରକୁ ଯାଇଥାଏ ତେବେ ଅଣ୍ଡା ତାଙ୍କୁ ଗୋଟିଏ ପ୍ରକାରର ସିଲ୍ କରିଦେଇଥାଏ । ଯେପରିକି ସେହି ସ୍ଥାନରେ ଆଉ ଗୋଟିଏ ସ୍ପମ୍ ପଶିପାରିବ  ନାହିଁ । ତେବେ ଏହାର କାରଣ କ’ଣ ହୋଇପାରେ ଆସନ୍ତୁ ଜାଣିବା ।

ପ୍ରଥମତ୍ଵ ଜାଆଁଳା ଛୁଆ ଦୁଇ ପ୍ରକାରର ଗୋଟିଏ ହେଉଛି identical ଓ ଅନ୍ୟଟି non identical  ବିଜ୍ଞାନ ଭାଷାରେ ଏହାକୁ ମନୋଜାଇଗୋଟିକ ଓ ଡାଇଜାଇଗୋଟିକ କୁହାଯାଇଥାଏ । ବାସ୍ତବରେ ମହିଳାର ଶରୀରରେ ଏକ ଅଣ୍ଡା ରହିଥାଏ , ଯାହା ସ୍ପମ୍ ସହିତ ମିଶି ଏକ ଭୃଣ  ତିଆରି କରିଥାଏ , ହେଲେ ଅନେକ ଥର ଏହା ପଟିଲାଇଜେସନ୍ ପ୍ରକ୍ରିୟାରେ ଗୋଟିଏ ନୁହଁ  ଦୁଇଟି ଛୁଆ ତିଆରି ହୋଇଯାଇଥାନ୍ତି । ଏହି ପ୍ରକ୍ରିୟାରେ ଦୁଇ ପୁଅ ବା ଦୁଇ ଝିଅ ଜନ୍ମ ହୋଇଯାଇଥାନ୍ତି ।

ଏମାନେ ଦେଖିବାକୁ ସମ୍ମାନ ହୋଇଥାନ୍ତି ଯଦି ଓ ତାଙ୍କର ଆଙ୍ଗୁଠି ଛାପା ଭିନ୍ନ ହୋଇଥାଏ । କିନ୍ତୁ ସେମାନଙ୍କ DNA  ମଧ୍ୟ ପାଖା ପାଖି ସମ୍ମାନ ହୋଇଥାଏ । ଏହି ଛୁଆ ମାନଙ୍କୁ  ମନୋଜାଇଗୋଟିକ  ଜାଆଁଳା କୁହାଯାଇଥାଏ । କିନ୍ତୁ ବେଳେ ବେଳେ  ଏହା ମଧ୍ୟ ଘଟେ ଯେ  ମହିଳା ଙ୍କ  ଶରୀରରେ ଥରକରେ ଦୁଇଟି ଅଣ୍ଡା ସୃଷ୍ଟି ହୋଇଯାଏ , ଯାହାକୁ ପଟିଲାଇଜେସନ୍ କରିବାରେ ଦୁଇଟି ଶୂକ୍ରାଣୁ ର ଆବଶ୍ୟକ ହୋଇଥାଏ । ଏଥିରେ ଦୁଇଟି ପୃଥକ ଭୃଣ ତିଆରି କରିଥାଏ ।

ଏହି ଅବସ୍ଥାରେ ଜନ୍ମ ହୋଇଥିବା ଶିଶୁର ନିଜର ସ୍ଥାନ ରହିଥାଏ । ଏକ ପୁଅ ଏକ ଝିଅ ରହିଥାନ୍ତି ବା ଦୁଇଟି ପୁଅ , ଦୁଇଟି ଝିଅ ରହିଥାନ୍ତି । ଏମାନେ ଦେଖିବାକୁ ଅଲଗା ଅଲଗା ହୋଇଥାନ୍ତି ଏବଂ ଏମାନଙ୍କର ଚାଲିଚଳନ , ବ୍ୟବହାର ସବୁ ଭିନ୍ନ ରହିଥାଏ । ଏମାନଙ୍କୁ  ଡାଇଜାଇଗୋଟିକ କୁହାଯାଏ । ଗଣନା ଅନୁସାରେ 40% ପତିଶତ ପ୍ରସବରେ ଏକ ବା ଦୁଇଟି  ଜାଆଁଳା ସନ୍ତାନ ଜନ୍ମ ହୋଇଥାନ୍ତି ।  ଅଧ୍ୟୟନ ରେ ଜଣାଯାଇଛି ଯେ ଅଧିକରୁ ଅଧିକ   ଜାଆଁଳା ଛୁଆ ଜନ୍ମଗ୍ରହଣ କରିଛନ୍ତି । ତେବେ ଏହାର କାରଣ କ’ଣ ହୋଇପାରେ ।

ବିଶେଷଜ୍ଞ  ମାନଙ୍କ ମତରେ ପୂର୍ବ ତୁଳନାରେ ମହିଳା ମାନେ ୩୦ ବର୍ଷ ପରେ ଗର୍ଭବତୀ ହେଉଛନ୍ତି । ଆଉ କେତେକ ମାତା ମାନେ ଆଟି ପିସିଆଲ୍ ଗର୍ଭ ଧାରଣ କରିଛନ୍ତି । ଏହା ମଧ୍ୟ ଏକ କାରଣ ହୋଇପାରେ । ଯଦି ଆପଣଙ୍କ ପରିବାରରେ ପୂର୍ବରୁ ହୋଇଆସିଥାଏ , ତେବେ ଆପଣଙ୍କୁ ମଧ୍ୟ   ଜାଆଁଳା ଛୁଆ ହୋଇପାରନ୍ତି । ଯଦି କୋଣସି ମହିଳାଙ୍କ ଗର୍ଭରେ  ଜାଆଁଳା ଶିଶୁ ରହିଥାନ୍ତି , ତେବେ ଏହାର ବିଶେଷ ଲକ୍ଷଣ ଦେଖାଯାଇଥାଏ । ଏହି ମହିଳାଙ୍କୁ ଅଧିକ  ଭୋକ ଲାଗିଥାଏ ।

ଗର୍ଭ ଅବସ୍ଥାରେ ସାମାନ୍ୟ ଭାବରେ ମହିଳାଙ୍କ ଓଜନ ପଚିଶ ପାଉଣ୍ଟ ରହିଥାଏ । କିନ୍ତୁ ଜାଆଁଳା ଛୁଆ ଗର୍ଭରେ ଥିଲା ମହିଳାଙ୍କ ଓଜନ ତିରିଶ ପାଉଣ୍ଟ ରହିଥାଏ ।  ଯଦି ଏହୁ ଭଳି ଲକ୍ଷଣ ଦେଖାଯାଇଥାଏ ତେବେ ଆପଣ ଜାଣିପାରିବେ ଆପଣଙ୍କ ଗର୍ଭରେ ଜାଆଁଳା ଛୁଆ ରହିବାର ସମ୍ଭାବନା ରହିଛି । ଏଭଳି ପୋଷ୍ଟ ପାଇଁ ଆମ ପେଜ କୁ ଲାଇକ ଶେୟାର ଆଉ କମେଣ୍ଟ କରନ୍ତୁ ।

Leave a Reply

Your email address will not be published. Required fields are marked *