Vastu Tips- କିଏ କେତେ ବି ଧାର୍ ମାଗୁ ନା କାହିଁକି, ଭୁଲ୍ ରେ ବି ଦିଅନ୍ତୁନି କାହାକୁ ଏହି ୪ ଜିନିଷ, ନଚେତ୍ ହେଇଯିବେ ଲକ୍ଷ୍ମୀଛଡା

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ କୌଣସି ଆବଶ୍ୟକ ରେ ଥିବା ବ୍ୟକ୍ତି କୁ ସାହାଯ୍ୟ କରିବା ସର୍ବଦା ଉଚିତ ହୋଇଥାଏ ଏବଂ ଏହାଦ୍ବାରା ଆପଣ ପୁଣ୍ୟ ର ଅଧିକାରୀ ମଧ୍ୟ ହୋଇଥାନ୍ତି । କିନ୍ତୁ ଶାସ୍ତ୍ର ରେ କିଛି ଏଭଳି ଜିନିଷ ଗୁଡ଼ିକ ସମ୍ବନ୍ଧରେ ଉଲ୍ଲେଖନୀୟ ରହିଛି ଯେଉଁ ଜିନିଷ ଗୁଡ଼ିକୁ ଅନ୍ୟ କୁ ଧାର ଦେବା ଆଦୋୖ ଉଚିତ ନୁହେଁ ।

ଏହି ଜିନିଷ ଅନ୍ୟକୁ ଧାର ଦେବା ଦ୍ବାରା ଆପଣ ସ୍ୱୟଂ ଦାରିଦ୍ର୍ୟତା ର ଶିକାର ହୋଇଥାନ୍ତି । ତେବେ ଆଜି ଆମେ ଆପଣ ମାନଙ୍କୁ ଏଭଳି ୪ଟି ଜିନିଷ ସମ୍ବନ୍ଧରେ କହିବୁ ଯାହାକୁ ଅନ୍ୟ କୌଣସି ବ୍ୟକ୍ତି କୁ ଉଧାର ରେ ଦେବା ସମ୍ପୂର୍ଣ୍ଣ ଭୁଲ ଅଟେ । ଏହାଦ୍ବାରା ଆପଣଙ୍କୁ ଅଭାବ ଏବଂ ଦାରିଦ୍ର୍ୟତା ର ସାମ୍ନା କରିବାକୁ ପଡ଼ିଥାଏ । ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

୧. ବନ୍ଧୁଗଣ ପ୍ରଥମତଃ, ସନ୍ଧ୍ୟା ସମୟରେ ଅର୍ଥାତ ସୂର୍ଯ୍ୟାସ୍ତ ପରେ କେବେବି ଅନ୍ୟ କୌଣସି ବ୍ୟକ୍ତି କୁ ପିଆଜ ଏବଂ ରସୁଣ ଦେବା ଉଚିତ । ଏପରି କରିବା ଦ୍ୱାରା ଆପଣ ଘର ର ଶାନ୍ତି ସେମାନଙ୍କ ପାଖକୁ ଚାଲି ଯାଇଥାଏ ଏବଂ ଆପଣଙ୍କ ଘରର ବାତାବରଣ କଲହ ରେ ପୁର୍ଣ୍ଣ ହୋଇଯାଏ ।

ସନ୍ଧ୍ୟା ସମୟରେ ଅନ୍ୟ କୌଣସି ବ୍ୟକ୍ତି କୁ ପିଆଜ ଓ ରସୁଣ ଦେବା ଦ୍ବାରା ଘରେ ଅଶାନ୍ତି ସୃଷ୍ଟି ହୋଇଥାଏ ଏବଂ ଆପଣଙ୍କୁ ଏହାର କୁପରିଣାମ ଭୋଗ କରିବାକୁ ପଡ଼ିଥାଏ । ତେଣୁ କେବେବି କୌଣସି ବ୍ୟକ୍ତି କୁ ସନ୍ଧ୍ୟା ସମୟରେ ପିଆଜ ଅଥବା ରସୁଣ ଦିଅନ୍ତୁ ନାହିଁ । ଏହାସହିତ ସନ୍ଧ୍ୟା ସମୟରେ କେବେବି କାହାକୁ ଦହି ମଧ୍ୟ ଦିଅନ୍ତୁ ନାହିଁ । ଏହା ଅଶୁଭ ହୋଇଥାଏ ।


୨. ବନ୍ଧୁଗଣ ଦ୍ବିତୀୟତଃ, ପ୍ରାୟତଃ ବ୍ୟକ୍ତି ଅଛନ୍ତି ଯେଉଁମାନେ ଅନ୍ୟ କୁ ନିଜର ରୁମାଲ ବ୍ୟବହାର ପାଇଁ ଦେଇଥାନ୍ତି । କିନ୍ତୁ ଏପରି କରିବା ସମ୍ପୂର୍ଣ୍ଣ ଭୁଲ ଅଟେ । କେବେବି ଅନ୍ୟ କୌଣସି ବ୍ୟକ୍ତି କୁ ନିଜର ରୁମାଲ ଦେବା ଆଦୋୖ ଉଚିତ ନୁହେଁ । ଏପରି କରିବା ଦ୍ୱାରା ଆପଣଙ୍କ ସମ୍ପର୍କ ରେ ଖରାପ ପ୍ରଭାବ ପଡ଼ିଥାଏ ଏବଂ ସମ୍ପର୍କ ରେ ଦୂରତ୍ୱ ସୃଷ୍ଟି ହୋଇଥାଏ ଏବଂ ଏହା ସହିତ ଅନ୍ୟ କୁ ନିଜର ରୁମାଲ ଦେବା ଦ୍ବାରା ଆପଣଙ୍କ ଆର୍ଥିକ ସ୍ଥିତି ଦୁର୍ବଳ ହୋଇଥାଏ ଏବଂ ଖର୍ଚ୍ଚ ବୃଦ୍ଧି ପାଇଥାଏ ।


୩. ବନ୍ଧୁଗଣ ତୃତୀୟତଃ, କେବେବି ଅନ୍ୟ କାହାକୁ ବି ନିଜର ଆଭୂଷଣ ଦେବା ଉଚିତ ନୁହେଁ । ପ୍ରାୟତଃ ବ୍ୟକ୍ତି ଅନ୍ୟ କୁ କିଛି ସମୟ ପାଇଁ ନିଜର ଆଭୂଷଣ ବ୍ୟବହାର କରିବା ପାଇଁ ଦେଇଥାନ୍ତି । କିନ୍ତୁ ଏପରି କରିବା ଆଦୋୖ ଉଚିତ ନୁହେଁ । ଅନ୍ୟ କୁ ନିଜର ଆଭୂଷଣ ଦେବା ଦ୍ବାରା ସ୍ୱାସ୍ଥ୍ୟ ରେ କୁପ୍ରଭାବ ପଡିଥାଏ ଏବଂ ସ୍ୱାସ୍ଥ୍ୟ ଖରାପ ହୋଇଥାଏ ଏବଂ ଏହା ସହିତ ଆପଣଙ୍କ ମଧ୍ୟରେ ଏକ ନକରାତ୍ମକ ଉର୍ଜା ର ପ୍ରବେଶ ମଧ୍ୟ ହୋଇଥାଏ । ଯାହା ଅତ୍ୟନ୍ତ ଅଶୁଭଦାୟକ ଅଟେ ।


୪. ବନ୍ଧୁଗଣ ଚତୁର୍ଥତଃ, ଯଦି କୌଣସି ବ୍ୟକ୍ତି ଆପଣଙ୍କୁ ଲୁଣ ମାଗିବାକୁ ଆସିଥାନ୍ତି ତେବେ ତାଙ୍କୁ ସମ୍ପୂର୍ଣ୍ଣ ରୂପରେ ମନା କରି ଦେବା ଉଚିତ । ଅନ୍ୟ କୌଣସି ବ୍ୟକ୍ତି କୁ ଲୁଣ ଦାନ ସ୍ୱରୂପ ଦେବା ଦ୍ବାରା ଆପଣଙ୍କ ଘରର ସୁଖ ଶାନ୍ତି ଭଙ୍ଗ ହୋଇଥାଏ ଏବଂ ପରିବାର ର ସମସ୍ତ ସଦସ୍ୟ ଅସୁବିଧା ର ସମ୍ମୁଖୀନ ହୋଇଥାନ୍ତି । ତେଣୁ କେବେବି ଭୁଲ ରେ ମଧ୍ୟ ଅନ୍ୟ କୌଣସି ବ୍ୟକ୍ତି କୁ ନିଜ ଘରେ ଥିବା ଲୁଣ ଦିଅନ୍ତୁ ନାହିଁ । ଆମ ପୋଷ୍ଟଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ, କମେଣ୍ଟ ଓ ସେୟାର କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *