Vastu Shastra- ଝିଅକୁ ବାପଘରୁ ଭୁଲରେ ବି ଦିଅନ୍ତୁ ନାହିଁ ଏହି 5 ଜିନିଷ, ସ୍ଵାମୀ ଉପରେ ଆସିଥାଏ ମହା ବିପଦ

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ପ୍ରତ୍ୟେକ ଝିଅ ଦିନେ ନା ଦିନେ ବିବାହ କରି ନିଜ ବାପ ଘର ଛାଡ଼ି ଶାଶୂଘର କୁ ଯାଇଥାଏ । ତେବେ ଶାସ୍ତ୍ର ଅନୁସାରେ କିଛି ଏଭଳି ଜିନିଷ ସମ୍ବନ୍ଧରେ ଉଲ୍ଲେଖନୀୟ ରହିଛି ଯାହା କୌଣସି ବି ଝିଅ ବିବାହ ପରେ ନିଜ ବାପ ଘରୁ ଶାଶୁ ଘରକୁ ନେଇ ଯିବା ଅନୁଚିତ ତଥା ଅଶୁଭ ହୋଇଥାଏ ।

ଏହାଦ୍ବାରା ପତି ଙ୍କ ଉପରେ ବିପଦ ଆସିଥାଏ ଏବଂ ଏହା ସହିତ ପତି ପତ୍ନୀ ଙ୍କ ସଂପର୍କ ମଧ୍ୟ ଖରାପ ହେବାର ସମ୍ଭାବନା ରହିଥାଏ । ତେବେ ଆଜି ଆମେ ଆପଣ ମାନଙ୍କୁ ଏଭଳି ୫ଟି ଜିନିଷ ସମ୍ବନ୍ଧରେ କହିବୁ ଯାହା କୌଣସି ଝିଅ ନିଜ ବାପ ଘରୁ ବିବାହ ପରେ ଶାଶୂଘର କୁ ନେଇ ଯିବା ଉଚିତ ନୁହେଁ । ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

୧. ବନ୍ଧୁଗଣ ପ୍ରଥମତଃ, କୌଣସି ବି ଝିଅ ନିଜ ବାପ ଘରୁ ବିବାହ ପରେ ଶାଶୁ ଘରକୁ ଛୁରୀ ଭଳି ଧାରୁଆ ବସ୍ତୁ ନେଇ ଯିବା ଉଚିତ ନୁହେଁ । ଏହାଦ୍ବାରା ଶାଶୂଘରେ ନକରାତ୍ମକ ଉର୍ଜା ର ପ୍ରବେଶ ହୋଇଥାଏ ଏବଂ ଶାଶୁ ଘରେ ଝଗଡା ଓ କଳହ ସୃଷ୍ଟି ହୋଇଥାଏ ଏବଂ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥାଏ । କାରଣ ଧାରୁଆ ବସ୍ତୁ ପ୍ରେମ ର ପ୍ରତୀକ ନୁହେଁ । ତେଣୁ ଧାରୁଆ ଵସ୍ତୁ ଭୁଲ ରେ ମଧ୍ୟ ବାପ ଘରୁ ଶାଶୁ ଘରକୁ ନେଇ ପ୍ରବେଶ କରିବା ଉଚିତ ନୁହେଁ ।

୨. ବନ୍ଧୁଗଣ ଦ୍ବିତୀୟତଃ, ଝିଅ ର ବିବାହ ପରେ କେବେବି ଝାଡ଼ୁ ଉପହାର ରେ ଦେବା ଉଚିତ ନୁହେଁ । କାରଣ ଛାଡ଼ୁ କୁ ମାତାଲକ୍ଷ୍ମୀ ଙ୍କ ପ୍ରତୀକ ବୋଲି ମାନା ଯାଇଥାଏ । ତେଣୁ ଯଦି ଆପଣ ନିଜ ଝିଅ ଙ୍କୁ ବିବାହ ପରେ ଉପହାର ରେ ଝାଡ଼ୁ ଦେବେ ତେବେ ଆପଣଙ୍କ ଘରୁ ମାତାଲକ୍ଷ୍ମୀ ମଧ୍ୟ ପ୍ରସ୍ଥାନ କରିବେ ।

୩. ବନ୍ଧୁଗଣ ତୃତୀୟତଃ, ଯୌତୁକ ରେ ଝିଅ ମାନଙ୍କୁ କେବେବି ତାଲା ଦେବା ଉଚିତ ନୁହେଁ । କାରଣ ଏହାଦ୍ବାରା ଝିଅ ର ଭାଗ୍ୟ ରେ ମଧ୍ୟ ତାଲା ଲାଗିଯାଏ ଏବଂ ପତି ଙ୍କ ସଫଳତା ରେ ବି ରୋକ ଲାଗିଯାଏ । ତେଣୁ ଯୌତୁକ ରେ ତାଲା ନିଜ ଝିଅ ଙ୍କୁ ଦିଅନ୍ତୁ ନାହିଁ ।

୪. ବନ୍ଧୁଗଣ ଚତୁର୍ଥତଃ, ଯେଉଁ ପାତ୍ର ରେ ଆଚାର ରଖାଯାଏ ସେହି ପାତ୍ର କୁ ନିଜ ଝିଅ କୁ ବିବାହ ର ଯୌତୁକ ରେ ଦେବା ଉଚିତ ନୁହେଁ । କାରଣ ଏହାଦ୍ବାରା ଆପଣଙ୍କ ଝିଅ ଙ୍କ ସମ୍ପର୍କ ରେ ଖଟାପଣ ସୃଷ୍ଟି ହୋଇଥାଏ ଏବଂ ଜୀବନ ର ସମସ୍ତ ମଧୁରତା ନଷ୍ଟ ହୋଇଯାଏ । ତେଣୁ ଏପରି ଭୁଲ କରନ୍ତୁ ନାହିଁ ।

୫. ବନ୍ଧୁଗଣ ପଞ୍ଚମତଃ, ବିବାହ ପରେ ନିଜ ଝିଅ ଙ୍କୁ ଛୁଞ୍ଚି ମଧ୍ୟ ଦେବା ଉଚିତ ନୁହେଁ । କାରଣ ଛୁଞ୍ଚି କୁ ଉପହାର ବା ଯୌତୁକ ରେ ଦେବା ଅଶୁଭ ହୋଇଥାଏ । କୌଣସି ବ୍ୟକ୍ତି କୁ ଛୁଞ୍ଚି ର ଆଘାତ ଲାଗିଲେ ଯେପରି ତାକୁ କଷ୍ଟ ହୋଇଥାଏ ସେହିପରି ଯଦି ଆପଣ ନିଜ ଝିଅ କୁ ଛୁଞ୍ଚି କୁ ଭେଟ ସ୍ୱରୂପ ଦେବେ ତାହେଲେ ତାଙ୍କ ବୈବାହିକ ଜୀବନ ଖରାପ ରେ କଟିବ । ତାଙ୍କୁ ବହୁତ ପୀଡ଼ା ଅନୁଭବ ହେବ ଏବଂ ତାଙ୍କ ଜୀବନ ରେ କଷ୍ଟ ଆରମ୍ଭ ହୋଇଯିବ । ତେଣୁ ବିବାହ ପରେ ନିଜ ଝିଅ କୁ ଭୁଲ ରେ ମଧ୍ୟ ଛୁଞ୍ଚି ଦିଅନ୍ତୁ ନାହିଁ ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *