ଝିଅ ମାନଙ୍କର ମାସିକ ଧର୍ମ କଣ ପାଇଁ ହୋଇଥାଏ ?

ବନ୍ଧୁଗଣ ପ୍ରାଚୀନ କାଳରୁ ନାରୀ ମାନେ ମାସିକ ଧର୍ମର ପାଳନ କରୁଛନ୍ତି । ଏହି ଆଧୁନିକ ଦୁନିଆରେ ଲୋକମାନେ ସ୍ତ୍ରୀ ମାନଙ୍କର ଏହି ମାସିକ ଧର୍ମ ବିଷୟରେ ଖୋଲାଖୋଲି ଭାବରେ ଆଲୋଚନା କରୁଛନ୍ତି ।

ବନ୍ଧୁଗଣ ପ୍ରାୟତଃ ଅଧିକାଂଶ ଲୋକଙ୍କ ମନରେ ସ୍ତ୍ରୀ ମାନଙ୍କ ମାସିକ ଧର୍ମ ହେବାର କାରଣ ବିଷୟରେ ଜାଣିବା ପାଇଁ ଇଛା ରହିଥାଏ । ପୌରାଣିକ ଦ୍ରୁଷ୍ଟି କୋଣରୁ ସ୍ତ୍ରୀ ମାନଙ୍କ ଏହି ମାସିକ ଧର୍ମକୁ ଏକ ଅଭିଶାପ କୁହାଯାଇଛି ।

ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ସ୍ତ୍ରୀ ମାନଙ୍କ ମାସିକ ଧର୍ମ ବିଷୟରେ କହିବାକୁ ଯାଉଛୁ ଯାହା ବିଷୟରେ ବହୁତ କମ ଲୋକ ଜାଣିଛନ୍ତି । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ବନ୍ଧୁଗଣ ଭାଗବତ ପୂରଣ ଅନୁସାରେ ଥରେ ବୃହସ୍ପତି ଦେବରାଜ ଇନ୍ଦ୍ରଦେବଙ୍କ ଉପରେ କ୍ରୋଧିତ ହୋଇଗଲେ । ଏହି କାରଣ ହେତୁ ଅସୁର ମାନେ ମଉକା ପାଇଁ ଦେବଲୋକ ଉପରେ ଆକ୍ରମଣ କରିଦେଲେ । ଯାହାଫଳରେ ଇନ୍ଦ୍ରଙ୍କୁ ନିଜ ସିଂହାସନ ଛାଡି ଯିବାକୁ ପଡିଲା । ଅସୁର ମାନଙ୍କ ଠାରୁ ରକ୍ଷା ପାଇବା ପାଇଁ ଇନ୍ଦ୍ର ସୃଷ୍ଟି ରଚୟତା ବ୍ରମ୍ହାଙ୍କୁ ସାହାର୍ଯ୍ୟ ମାଗିବାକୁ ଗଲେ ।

ସେତେବେଳେ ବ୍ରମ୍ହା ଇନ୍ଦ୍ରଙ୍କୁ କହିଲେ ଯେ, ତୁମକୁ ଏକ ବ୍ରହ୍ମଜ୍ଞାନୀଙ୍କ ସେବା କରିବା ଦରକାର । ଜାଡୀ ସେ ପ୍ରସନ୍ନ ହୋଇଯିବେ ତା ହେଲେ ଇନ୍ଦ୍ରଙ୍କୁ ପୁଣି ସିଂହାସନ ମିଳିଯିବ । ଭଗବାନ ବ୍ରମ୍ହାଙ୍କ କଥା ଅନୁସାରେ ଇନ୍ଦ୍ର ଜଣେ ବ୍ରମ୍ହଜ୍ଞାନୀଙ୍କ ସେବାରେ ଲାଗିଗଲେ । ହେଲେ ଇନ୍ଦ୍ର ଏହି କଥା ଜାଣିନଥିଲେ ଯେ ସେହି ବ୍ରମ୍ହଜ୍ଞାନୀଙ୍କ ମା ଜଣେ ଅସୁର ଅଟନ୍ତି ସେଥିପାଇଁ ସେହି ବ୍ରମ୍ହଜ୍ଞାନୀଙ୍କ ମନରେ ଅସୁର ମାନଙ୍କ ପ୍ରତି ଏକ ବିଶେଷ ସ୍ଥାନ ଥିଲା ।

ଇନ୍ଦ୍ର ଦେବଙ୍କ ଦ୍ଵାରା ଅର୍ପିତ କରାଯାଉଥିବା ସମସ୍ତ ଯଜ୍ଞର ସାମଗ୍ରୀ ଯାହା ଦେବତା ମାନଙ୍କୁ ଚଢା ଯାଏ ସେହି ଜ୍ଞାନୀ ତାହା ଅସୁର ମାନଙ୍କୁ ଚଢାଉଥିଲା ସେଥିପାଇଁ ଇନ୍ଦ୍ର ଦେବଙ୍କ ସବୁ ସେବା ଭଙ୍ଗ ହେଉଥିଲା । ଯେତେବେଳେ ଏହି କଥା ବିଷୟରେ ଇନ୍ଦ୍ର ଦେବ ଜାଣିଲେ ସେତେବେଳେ ସେ କ୍ରୋଧରେ ଆସି ସେହି ବ୍ରମ୍ହଜ୍ଞାନୀଙ୍କ ହ-ତ- ୟା କରିଦେଲେ । ଏହି ହ-ତ- ୟା କାରଣରୁ ଇନ୍ଦ୍ରଙ୍କ ପଛରେ ଅସୁର ମାନେ ଲାଗିଗଲେ ଯାହାଫଳରେ ଇନ୍ଦ୍ର ଏକ ଫୁଲରେ ଯାଇ ଲୁଚି ରହିଲେ ।

ସେହି ଫୁଲରେ ରହି ଇନ୍ଦ୍ର ଏକ ବର୍ଷ ପର୍ଯ୍ୟନ୍ତ ଭଗବାନ ବିଷ୍ଣୁଙ୍କ ତପସ୍ୟା କରିଲେ । ଏହାଦ୍ବାରା ବିଷ୍ଣୁ ପ୍ରସନ୍ନ ହୋଇ ଇନ୍ଦ୍ର ଦେବଙ୍କୁ ସେହି ହ-ତ- ୟାର ପା-ପ-ରୁ ମୁକୁଳାଇ ଦେଲେ । ହେଲେ ପାପର କିଛି ଅଂଶ ଗଛ, ଜଳ, ଭୂମି ଓ ସ୍ତ୍ରୀଙ୍କୁ ଇନ୍ଦ୍ରଙ୍କୁ ଦେବାକୁ ପଡିଥିଲା । ପାପର ଅଂଶ ନେବା ପାଇଁ ସମସ୍ତେ ରାଜି ହୋଇଗଲେ ହେଲେ ଅଂଶ ନେବା ବଦଳରେ ସମସ୍ତେ ଇନ୍ଦ୍ରଙ୍କୁ କିଛି ଇଛା ମାଗିଥିଲେ । ପା-ପ ବଦଳରେ ଗଛ ନିଜକୁ ସ୍ଵୟଂ ଜୀବିତ କରିବାର ବରଦାନ ନେଲା ।

ପା-ପ ବଦଳରେ ଜଳ ଅନ୍ୟ ସମସ୍ତ ବସ୍ତୁକୁ ପବିତ୍ର କରିବାର ବରଦାନ ନେଲା । ଭୂମି ପା-ପ ବଦଳରେ ନିଜ ଉପରେ ଆସୁଥିବା ସବୁ ଆ-ଘା-ତକୁ ଭରିଯିବାର ବରଦାନ ନେଲା । ଶେଷରେ ସ୍ତ୍ରୀଙ୍କୁ ଏହି ପା-ପର ଅଂଶ ନେଇ ମାସିକ ଧର୍ମ ପାଳନ କରିବାକୁ ପଡିଲା ହେଲେ ଏହା ବଦଳରେ ସ୍ତ୍ରୀ ପୁରୁଷ ମାନଙ୍କ ଠାରୁ କେତେକ କାମରେ ଅଧିକ ଆନନ୍ଦ ଉଠାଇବେ ବୋଲି ଇନ୍ଦ୍ର ବରଦାନ ଦେଲେ । ଏହା ଥିଲା ସ୍ତ୍ରୀ ମାନଙ୍କ ମାସିକ ଧର୍ମର ପ୍ରକୃତ ରହସ୍ୟ ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *