ଝାଡୁକୁ ଘରର କେଉଁ ସ୍ଥାନରେ ଓ କିପରି ରଖିବା ଦ୍ଵାରା ବଢିଥାଏ ଧନ ସମ୍ପତ୍ତି… (Astrologer Pragyan Tripathy)

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଘରେ ରହିଥିବା ପ୍ରତ୍ଯେକଟି ଜିନିଷର କିଛି ନା କିଛି ମହତ୍ଵ ରହିଥାଏ । ଯେପରି ଘରର ଝାଡୁ । ଘରର ଝାଡୁକୁ ମଧ୍ୟ ଘରର ଲକ୍ଷ୍ମୀ କୁହାଯାଇଥାଏ । ତେଣୁ ଘରର ଝାଡୁକୁ ରଖିବା ପାଇଁ ନିର୍ଦ୍ଧିଷ୍ଟ ସ୍ଥାନ ରଖିବାକୁ ପଡିବ । ପ୍ରାୟତଃ ଲୋକଙ୍କର ଘରେ ଝାଡୁ ଯେଉଠି ନାହିଁ ସେଠି ଫୋପାଡି ଦିଆଯାଇଥାଏ । ଏପରି କରିବା ଦ୍ଵାରା ମା ଲକ୍ଷ୍ମୀ କ୍ରୋଦ୍ଧ ପ୍ରକାଶ କରିଥାନ୍ତି । ତେଣୁ ଝାଡୁ ରଖିବା ପାଇଁ ମଧ୍ୟ କେତେକ ନିର୍ଦ୍ଧିଷ୍ଟ ନୀତିନିୟମକୁ ପାଳନ କରିବା ସହିତ କିଛି କଥା ପ୍ରତି ଧ୍ୟାନ ଦେଲେ ।

ମା ଲକ୍ଷ୍ମୀର କୋପର ଶିକାର ହେବା ପାଇଁ ପଡିନଥାଏ । ଝାଡୁର ମୁଖତଃ କାର୍ଯ୍ୟ ହେଉଛି ଘରର ଆବର୍ଜନାକୁ ସଫା କରିବା । ଘରର ଝାଡୁକୁ କେବେ ମଧ୍ୟ ବେଡ୍ ରୁମ୍ ରେ ରଖିବା ଉଚିତ ନୁହେଁ । ଶୋଇବା ଘରେ ଝାଡୁକୁ ରଖିବା ଦ୍ଵାରା ଦାମ୍ପତ୍ୟ ଜୀବନ କଳହପୂର୍ଣ୍ଣ ରହିଥାଏ । ସ୍ଵାମୀ ଓ ସ୍ତ୍ରୀ ମଧ୍ୟରେ ପ୍ରେମ ବଢି ପାରିନଥାଏ ।

ସ୍ଵାମୀ ଓ ସ୍ତ୍ରୀ ମଧ୍ୟରେ ପ୍ରତ୍ଯେକଟି କଥା ପାଇଁ ମନମନାନ୍ତର ସୃଷ୍ଟି ହୋଇଥାଏ । ତେଣୁ ଝାଡୁକୁ ପ୍ରଥମେ ଶୋଇବା ଘରେ ରଖିବାକୁ ବର୍ଜନ କରାଯାଇଥାଏ । ଯଦି ଘରର ଡ୍ରଇଙ୍ଗ ରୁମ୍ ରେ ଝାଡୁକୁ ରଖାଯିବ । ତେବେ ପାରିବାରିକ କଳହ ସୃଷ୍ଟି ହେବ । ଶାଶୁ ଓ ବୋହୁ ମଧ୍ୟରେ କେବେ ମଧ୍ୟ ପଡିବ ନାହିଁ । ଗୋଟିଏ କଥା ପାଇଁ ଶାଶୁର ଏକ ମତ ହେଲେ ବୋହୁର ଅନ୍ୟ ଏକ ମତ ରହିବ ।

ଘରେ ସର୍ବଦା କିଛି ନା କିଛି କଥା ପାଇଁ ପରିବାର ସଦସ୍ୟଙ୍କ ମଧ୍ୟରେ କଳି ଲାଗିରହିବ । ତେଣୁ ଦିତୀୟରେ କେବେ ମଧ୍ୟ ଝାଡୁକୁ ଡ୍ରଇଙ୍ଗ ରୁମ୍ ରେ ରଖିବା ଉଚିତ ନୁହେଁ । ରୋଷେଇ ଘରେ ଝାଡୁକୁ ରଖିବା ଦ୍ଵାରା ପିଲା ଓ ବାପାମାଆଙ୍କ ମଧ୍ୟରେ କଳହ ଲାଗିଥାଏ । ପିଲାଙ୍କର କୌଣସି କଥା ପାଇଁ ମତ ରହିଥିଲେ ।

ବାପାମାଆଙ୍କର ସେହି କଥା ପାଇଁ ଅନ୍ୟ ଏକ ମତ ରହିବ । ତେଣୁ ତୃତୀୟରେ କେବେ ମଧ୍ୟ ରୋଷେଇ ଘରେ ଝାଡୁକୁ ରଖିବା ଠିକ ନୁହେଁ । ଝାଡୁକୁ କେବେ ମଧ୍ୟ ଠିଆ କରି ରଖିବା ଉଚିତ ନୁହେଁ । ସର୍ବଦା ଝାଡୁକୁ ଶୁଆଇ ରଖିବା ଉଚିତ । ଝାଡୁ ଥିରେ ସର୍ବଦା ଘୁଙ୍ଗୁର ଲଗାଇ ରଖିବା ଉଚିତ । ଝାଡୁକୁ ସବୁବେଳେ କୌଣସି ସ୍ଥାନରେ ଲୁଚାଇ ରଖିବା ଉଚିତ ।

ଯାହା ଦ୍ଵାରା ସେହି ଝାଡୁ ଉପରେ କାହାର ମଧ୍ୟ ନଜର ପଡିବ ନାହିଁ । ଯେଉଁ ସ୍ଥାନରେ ମଧ୍ୟ ଝାଡୁକୁ ରଖୁଛନ୍ତି । ସେହି ଝାଡୁକୁ ଏକ କପଡା ଘୋରାଇ ଶୁଆଇ ରଖିଦେବା ଉଚିତ । ଯଦି ଏହି ସବୁ ନିୟମର ପାଳନ କରିବେ । ତେବେ ନିହାତି ଭାବେ ଆପଣଙ୍କର ମଙ୍ଗଳ ହେବ । ଏହା ସହିତ ଧନ ବୃଦ୍ଧି ହେବ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜ୍କୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *