ଝାଡୁ ଘରର କେଉଁ ଜାଗାରେ ରଖିଲେ ହୋଇଥାଏ ଧନ ପ୍ରାପ୍ତି ? Astrologer Pragyan Tripathy

ନମସ୍କାର ବନ୍ଧୁଗଣ, ଝାଡୁକୁ ମାତା ଲକ୍ଷ୍ମୀଙ୍କ ପ୍ରତୀକ ବୋଲି ମନାଯାଏ । ଝାଡୁକୁ ରଖିବାର କିଛି ନିଦ୍ଦିଷ୍ଟ ସ୍ଥାନ ମଧ୍ୟ ରହିଛି । ଯଦି ଆପଣ ଝାଡୁକୁ ଏଣେ ତେଣେ ଫୋପାଡନ୍ତି ନିୟମର ସହ ଉଚିତ ସ୍ଥାନରେ ନ ରଖନ୍ତି ତେବେ ଆପଣଙ୍କ ଘରକୁ ଦାରିଦ୍ରତା ଗ୍ରାସ କରିଥାଏ । ତେଣୁ ଆଜି ଆମେ ଆପଣ ମାନଙ୍କୁ ଜଣାଇବା ପାଇଁ ଯାଉଛୁ ଆପଣ ଘରର କେଉଁ ଜାଗାରେ ଝାଡୁ ରଖିବା ଦ୍ଵାରା ଆପଣଙ୍କୁ ଧନ ପ୍ରାପ୍ତି ହୋଇଥାଏ । ତେବେ ଆଉ ଡେରି ନକରି ଆସନ୍ତୁ ଜାଣିବା ଝାଡୁ ରଖିବାର ଉଚିତ ସ୍ଥାନ ।

ଯଦି ଆପଣ ଝାଡୁକୁ ଆପଣଙ୍କ ଶୋଇବା ଘରେ ରଖୁଛନ୍ତି ତେବେ ଏହାର ପ୍ରଭାବରେ ଉଭୟ ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ ସର୍ବଦା ଝଗଡା ଲାଗି ରହିଥାଏ । ଆପଣ ଝାଡୁକୁ ଆପଣଙ୍କ ଡ୍ରଇଂ ରୁମରେ ରଖିବା ମଧ୍ୟ ଅନୁଚିତ । କାରଣ ଆପଣ ଯଦି ଝାଡୁକୁ ଆପଣଙ୍କ ଡ୍ରଇଂ ରୁମରେ ରଖନ୍ତି ତେବେ ଏହା ଶାଶୁ ବୋହୁଙ୍କା ମଧ୍ୟରେ କଳି ସୃଷ୍ଟି କରିଥାଏ ।

ଆପଣ ରୋଷେଇ ଘରେ ଝାଡୁ ରଖିବା ଉଚିତ ନୁହେଁ । କାରଣ ଏହାର ପ୍ରଭାବରେ ଆପଣଙ୍କ ପିଲା କେବେ ମଧ୍ୟ ଆପଣଙ୍କ କଥା ମାନି ନଥାଏ । ପିଲା ଏବଂ ଅଭିଭାବକ ମଧ୍ୟରେ ବାଦ ବିବାଦା ଆରମ୍ଭ ହୁଏ କୌଣସି ନା କୌଣସି କଥାକୁ ନେଇ । ଝାଡୁକୁ କେବେ ମଧ୍ୟ କୌଣସି ଜାଗାରେ ଠିଆ କରି ରଖିବେ ନାହିଁ ।

ଆପଣ ଝାଡୁକୁ ସର୍ବଦା ଝାଡୁ କରିସାରିବା ପରେ କାହା ନଜର ପଡୁନଥିବା ସ୍ଥାନରେ ରଖିବା ଉଚିତ । ଆପଣ ବ୍ୟବହାର କରୁନଥିବା ଘରର ଖଟ ତଳେ ଆପଣ ଝାଡୁ ରଖିପାରିବେ । ଯଦି ଆପଣଙ୍କର ଘର ନାହିଁ ଆପଣ ଗୋଟିଏ ବଖରା ଘରେ ରହୁଛନ୍ତି ତେବେ ଆପଣ ଝାଡୁକୁ କବାଟ କଣରେ ଶୁଆଇ ରଖନ୍ତୁ ଏବଂ ତା ଉପରେ ଏକ କପଡା ଘୋଡାଇ ରଖିବା ଉଚିତ ।

ଯଦି ଆପଣ ଝାଡୁରେ ଏକ ଘୁଙ୍ଗୁର ବାନ୍ଧି ଦିଅନ୍ତି ତେବେ ଏହା ଆପଣଙ୍କ ଭାଗ୍ୟକୁ ପରିବର୍ତ୍ତନ କରିଦେବ । ଆପଣ ଏହି କାର୍ଯ୍ୟ କରିବା ପରେ ହିଁ ଜାଣିପାରିବେ ଏହା କିଭଳି ଆପଣଙ୍କ ଘରକୁ ସୁଖ, ଶାନ୍ତି ଏବଂ ସମୃଦ୍ଧି ନେଇ ଆସିବ । ଝାଡୁକୁ ଆପଣ ସାମାନ୍ୟ ଅଳିଆ ସଫା କରିବା ବସ୍ତୁ ଭାବି ଏଆଡେ ସିଆଡେ ପକାଇବା ଆପଣଙ୍କ ପାଇଁ ମହଙ୍ଗା ପଡିପାରେ ।

ଆପଣଙ୍କ ଘରର ଆର୍ଥିକ ସ୍ଥିତିକୁ ଏହା ବିଗାଡି ପରେ । ତେଣୁ ଯଦି ଆପଣ ଉଚିତ ନିୟମ ଅନୁଯାୟୀ ଝାଡୁକୁ ଆପଣଙ୍କ ଘରେ ରଖନ୍ତି ତେବେ ଏହା ଆପଣଙ୍କ ଘରେ ଧନ ସମ୍ପତ୍ତି ଏବଂ ବୈଭବ ଆଣିଦେଇଥାଏ । ଆଶା କରୁଛୁ ଆପଣ ଏହି ସମସ୍ତ କଥାକୁ ଧ୍ୟାନରେ ରଖି ନିଶ୍ଚିନ୍ତ କାର୍ଯ୍ୟ କରିବେ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *