ଯେଉଁମାନଙ୍କ ଶରୀରରେ ରହିଥାଏ ଏହା ଚାରିଟି ଚିହ୍ନ, ସେମାନଙ୍କ ଭାଗ୍ୟରେ ଥାଏ ଆପର ଧନ

ହିନ୍ଦୁ ଧର୍ମରେ ମନୁଷ୍ୟର ଅଙ୍ଗ ବିଷୟରେ ବିଭିନ୍ନ କଥା କୁହା ଯାଇଛି । ସାମୁଦ୍ରିକ ଶାସ୍ତ୍ର ଅନୁସାରେ ବ୍ୟକ୍ତି ଶରୀରର ସମସ୍ତ ଅଙ୍ଗ ତାହାର ଆଚାର ବିଚାର ଓ ଭବିଷ୍ୟତ ବିଷୟରେ ସମ୍ପୁର୍ଣ୍ଣ ସୂଚନା ଦେଇଥାଏ । ସମସ୍ତେ ଜାଣନ୍ତି କି ଜଣେ ବ୍ୟକ୍ତିର ହାତ ଓ କପାଳରୁ ତାର ସମସ୍ତ ବ୍ୟକ୍ତିତ୍ୱ ଓ ଭବିଷ୍ୟତ ଜାଣିହୋଇଥାଏ । ହାତ ପାପୁଲିର ରେଖାମାନେ ବହୁତ ଓ ଭବିଷ୍ୟତର ବିଭିନ୍ନ ସୂଚନା ପ୍ରଦାନ କରିଥାନ୍ତି ।

କିଛି ଲୋକ ମାନେ ବହୁତ ପରିଶ୍ରମ କଲାପରେ ମଧ୍ୟ ସେମାନଙ୍କ ପାଖରେ ଯଥେଷ୍ଟ ସଞ୍ଚୟ ହୋଇ ପାରିନଥାଏ । ଆଉ କିଛି ଲୋକ ମାନେ ଭାଗ୍ୟରେ ବହୁତ ଧନୀ ହୋଇ ଥାଆନ୍ତି । ତେବେ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଶରୀରର ଆଙ୍ଗରେ ଥିବା କିଛି ଚିହ୍ନ ମନୁଷ୍ୟକୁ ବହୁତ ଧନୀ କରିଦେଇଥାଏ । ଆସନ୍ତୁ ସେ ବିଷୟରେ ଜାଣିବା ।

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଯେଉଁ ଲୋକାମାନଙ୍କର ହାତର ମଝିରେ ରଥ, ଚକ୍ର କିମ୍ବା ଧ୍ୱଜର ଚିହ୍ନ ରହିଥାଏ ସେମାନେ ବହୁତ ଭାଗ୍ୟଶାଳୀ ହୋଇଥାଆନ୍ତି । ଏହି ଲୋକମାନଙ୍କର ଜନ୍ମ ଅନ୍ୟ ଲୋକମାନଙ୍କ ଉପରେ ଶାସନ କରିବାପାଇଁ ହୋଇଥାଏ । ଏମାନଙ୍କର ସମାଜରେ ବହୁତ ପ୍ରତିଷ୍ଠା ହୋଇଥାଏ । ଏମାନଙ୍କର ଦାମ୍ପତ୍ୟ ଜୀବନରେ ବହୁତ ତାଳମେଳ ରହିଥାଏ । ଏମାନଙ୍କୁ ସବୁ କାର୍ଯ୍ୟରେ ସଫଳତା ମିଳିଥାଏ । ସେମାନେ ବହୁତ ଉନ୍ନତି କରିଥାନ୍ତି ।

ଯେଉଁ ଲୋକମାନଙ୍କ ହାତର ମଝିରେ କଳାଯାଇ ରହିଥାଏ, ସେମାନେ ବହୁତ ଭାଗ୍ୟବାନ ହୋଇଥାଆନ୍ତି । ଏହି ବ୍ୟକ୍ତିମାନେ ଧନବାନ ଓ ହୃଦୟରୁ ବହୁତ ଭଲ ହୋଇଥାଆନ୍ତି । ଏମାନଙ୍କୁ ଜୀବନରେ ବହୁତ ସଂଘର୍ଷ କରିବାକୁ ପଡିଥାଏ । କିନ୍ତୁ ଦେନେ ନା ଦିନେ ସେମାନେ ସଫଳତା ହାସଲ କରିଥାନ୍ତି ।

ଯେଉଁ ଲୋକମାନଙ୍କ ଗୋଡ଼ରେ ଚକ୍ର କିମ୍ବା ପଦ୍ମର ଚିହ୍ନ ଥାଏ ସେମାନଙ୍କ ପାଖରେ ଧନର କୌଣସି ଅସୁବିଧା ହୋଇନଥାଏ । ଏହି ଲୋକମାନେ ସମସ୍ତଙ୍କୁ ସାହାଯ୍ୟ କରିବାପାଇଁ ପସନ୍ଦ କରିଥାନ୍ତି । ଏମାନେ ନିଜର ମିଠାବାଣୀ ଦ୍ୱାରା ଲୋକଙ୍କ ହୃଦୟକୁ ଜିତି ପାରିଥାନ୍ତି । ଅପାର ଧନ ହେତୁ ଏମାଙ୍କର ବହୁତ ଶତ୍ରୁ ରହିଥାନ୍ତି ।

ଯେଉଁ ଲୋକମାନଙ୍କ ପାଦରେ କଳାଯାଇ ରହିଥାଏ ସେମାନେ ଭଲ ଶାସକ ହୋଇଥାଆନ୍ତି । ସ୍ୱତନ୍ତ୍ର ରୂପରେ ଜୀବନରେ ଆଗକୁ ବଢ଼ିବା ଏମାନଙ୍କର ପ୍ରାଧାନ୍ୟ ହୋଇଥାଏ । ଏମାନେ ନିଜର ଲକ୍ଷ ହାସଲ କରିବାରେ କଠିନ ପରିଶ୍ରମ କରିଥାନ୍ତି । ଟଙ୍କା ପଇସା ମାମଲାରେ ଏମାନେ ବହୁତ ଭାଗ୍ୟଶାଳୀ ହୋଇଥାଆନ୍ତି । ଏମାନେ ସବୁ କାର୍ଯ୍ୟକୁ ମାନଲଗାଇ କରିଥାନ୍ତି ।

ଆମ ପେଜକୁ ଲାଇକ କରି ଦିଅନ୍ତୁ । ଆମେ ସବୁ ସମୟରେ କିଛି କାମରେ ଆସିବା ଭଳି ଲେଖା ଆଣି ଥାଉ । ଯାହା ଫଳରେ ସେ ସବୁ ଆପଣ ପାଇ ପାରିବେ । ଲେଖାଟି କେମିତି ଲାଗିଲା ନିଜ ମତାମତ ଜଣାନ୍ତୁ ଓ ଅନ୍ୟମାନଙ୍କ ସହ ସେଆର କରନ୍ତୁ ।

Leave a Reply

Your email address will not be published. Required fields are marked *