ଯେଉଁ ମାନଙ୍କ ବାଳ କୁଞ୍ଚୁ କୁଞ୍ଚି ହୋଇଥାଏ ସେମାନେ କିପରି ହୋଇଥାନ୍ତି ? ଏହା ସହିତ ପଢନ୍ତୁ ଆଜିଆର 20 + ଅନୁଚିନ୍ତା

ନମସ୍କାର ବନ୍ଧୁଗଣ ତେବେ ଆସନ୍ତୁ ଜାଣିବା କିଛି ବଡ଼ ଏବଂ ଗୁରୁତ୍ୱପୂର୍ଣ୍ଣ ଅନୁଚିନ୍ତା ଯାହା ଆମ ଜୀଵନ ରେ ବହୁତ କାମ କରିଥାଏ ।୧- ପ୍ରଥମ ଅନୁଚିନ୍ତା ଗୋଲମରିଚ କୁ ନିଆଁ ରେ ପୋଡି ତାର ଧୂଆଁ କୁ ନାକ ବାଟେ ନେଲେ ମୁଣ୍ଡ ବିନ୍ଧା ଦୁର ହୋଇଥାଏ ।

୨- ଗୋଲମରିଚ,ସୁଣ୍ଠି,ଏବଂ ପିପଳି କୁ ଗୁଣ୍ଡ କରି ତାକୁ ସୋରିଷ ତେଲ ରେ ମିଶାଇ ଦିନକୁ ଦୁଇ ଥର ଖାଇଲେ ପ୍ରସବ ପରର ଯନ୍ତ୍ରଣା କମି ଯାଇଥାଏ ।୩- ଯଦି ଦାନ୍ତ ରୋଗ ଭଲ ହେଉ ନଥାଏ ତେବେ ଗୋଲମରିଚ ସହିତ ଲୁଣ ମିଶାଇ ଦାନ୍ତ ଘଷିଲେ ତାହା ଭଲ ହୋଇଥାଏ । ୪- ଯଦି କାଶ ହୋଇଥାଏ ତେବେ ଗୋଲ ମରିଚ ଗୁଣ୍ଡ କୁ ମହୁ ସହ ମିଶାଇ ଖାଇବା ଦ୍ୱାରା କାଶ ଭଲ ହୋଇ ଯାଇଥାଏ ।

୫- ଯଦି ଆପଣଙ୍କ ଗଳା ରେ ସଂକ୍ରମଣ ହୋଇଥାଏ ତେବେ ଉଷୁମ ପାଣି ରେ ଗୋଲମରିଚ ମିଶାଇ କୁଳୁକୁଜା କଲେ ତାହା ଭଲ ହୋଇ ଯାଇଥାଏ ।

୬- ମୁଣ୍ଡରୁ ଯଦି ଚୁଟି ଉପୁଡୁ ଥାଏ ତେବେ ଗୋଲମରିଚ ସହିତ ପିଆଜ ଏବଂ ଲୁଣ କୁ ମିଶାଇ ଲଗାଇଲେ ଚୁଟି ଉପୁଡିବା ବନ୍ଦ ହୋଇଯିବ ।

୭- ଅଣ୍ଟା ବିନ୍ଧା ହେଉଥିଲେ ଆପଣ ସାତଟି ଗୋଲମରିଚ ସହିତ ଗଙ୍ଗ ସିଉଳି ପତ୍ରକୁ ବାଟି ଦିନକୁ ତିନିଥର ଏବଂ ତିନିଦିନ ଖାଇଲେ ତାହା ଭଲ ହୋଇ ଯାଇଥାଏ ।

୮- ଖାଦ୍ୟ ରେ କଞ୍ଚା ଲଙ୍କା କିମ୍ବା ଶୁଖିଲା ଲଙ୍କା ବ୍ୟବହାର କରିବା ପରିବର୍ତେ ଗୋଲମରିଚ ଗୁଣ୍ଡ ବ୍ୟବହାର କରିବା ଉଚିତ ।

୯- ଯଦି ଆପଣଙ୍କ ଦେହ ରେ କାଛୁ କୁଣ୍ଡିଆ କିମ୍ବା ଯାଦୁ ହେଉଛି ତେବେ ଗୋଲମରିଚ କୁ ପାଣି ରେ ବାଟି ସେହି ସ୍ଥାନରେ ଲଗାଇଲେ ତାହା ଭଲ ହୋଇଯିବ ।

୧୦-ଅନିଦ୍ରା ଦୋଷ କୁ ଦୁର କରିବା ପାଇଁ ହେଲେ ପାଟି ର ଲାଳ ରେ ଗୋଲମରିଚ କୁ ଘୋରି ଅଞ୍ଜନ ପରି ଲଗାଇଲେ ତାହା ଦୁର ହୋଇ ଯାଇଥାଏ ।

୧୧- ପଦ୍ମ ଫୁଲ ର ପାଖୁଡା କୁ ପାଣିରେ ବାଟି ଲେପଦେଲେ ବ୍ରଣ, ବଥ, ବାରମୁଲିଆ,ଆଦି ଭଲ ହୋଇଯାଏ ।

୧୨- ପଦ୍ମ ଫୁଲର କେଶର କୁ ବାଟି ମିଳିମିଳା କିମ୍ବା ବସନ୍ତ ରୋଗୀଙ୍କ ଦେହରେ ମାରିଲେ ତାହା ଭଲ ହୋଇ ଯାଇଥାଏ ।

୧୩-ଅର୍ଶ ରୋଗ ଯୋଗୁଁ ଯଦି ଝାଡା ରେ ରକ୍ତ ପଡୁଥାଏ ତେବେ ଆପଣ ପଦ୍ମ କେଶର ସହିତ, ଚିନିଏବଂ ଲହୁଣୀ କୁ ବାଟି କିଛିଦିନ ଖାଇଲେ ତାହା ଭଲ ହୋଇଯାଇଥାଏ ।

୧୪- ଘରେ ଯଦି ସମସ୍ୟା ଏବଂ ଅଶାନ୍ତି ଲାଗି ରହୁଥାଏ ତେବେ ଗୋଟିଏ ପିତଳ ଗିନା ରେ କର୍ପୂର ସହିତ ଘିଅ ମିଶାଇ ରାତିରେ ଶୋଇବା ବେଳେ ଜଳାଇଲେ ତାହା ଦୁର ହୋଇଥାଏ ।

୧୫- ଘରେ ଯଦି ପ୍ରତ୍ୟେକ ଦିନ ଆପଣଙ୍କ ଘରେ ଝଗଡା ଲାଗିରହୁଥାଏ ତେବେ ମଙ୍ଗଳବାର ଦିନ ହନୁମାନ ଙ୍କ ଆଗରେ ପଞ୍ଚମୁଖୀ ଦୀପ ଜଳାଇଲେ ତାହା ଦୁର ହୋଇଥାଏ ।

୧୬- ବାସ୍ତୁ ଶାସ୍ତ୍ର ଅନୁସାରେ ଘରେ ଏଠି ସେଠି ଜୋତା ଚପଲ ଫିଙ୍ଗାନ୍ତୁ ନାହିଁ ଏହା ଭଲ ନୁହେଁ ।

୧୭- ଘର ପାଖରେ ଲେମ୍ବୁ ଗଛ ଲଗାଇବା ଶୁଭ ହୋଇଥାଏ ।

୧୮- ରାସ୍ତା ରେ ଯଦି ଲେମ୍ବୁ ଲଙ୍କା ଦେଖନ୍ତି ତେବେ ତାକୁ ଗୋଡ଼ ରେ କେବେବି ମାରନ୍ତୁ ନାହିଁ ଏହା ଅଶୁଭ ଅଟେ ।

୧୯- ଯଦି କୌଣସି ସ୍ୱାମୀ ସ୍ତ୍ରୀ ଙ୍କ ମଧ୍ୟରେ ଝଗଡା ହେଉଥାଏ ତେବେ ତାଙ୍କ ଶୋଇବା ଘରେ କୌଣସି ପାତ୍ର ରେ ପାଣି ରଖି ସେଥିରେ ଲେମ୍ବୁ ଦୁଇଫାଳ ରଖିଲେ ତାହା ଶୁଭ ହୋଇଥାଏ ।

୨୦- କୌଣସି କାର୍ଯ୍ୟ ରେ ସଫଳତା ପାଇବା ପାଇଁ ହେଲେ ଗୋଟିଏ ଲେମ୍ବୁ ରେ ଚାରୋଟି ଲବଙ୍ଗ କୁ ଲଗାଇ ସାଙ୍ଗରେ ନେଇଗଲେ ଶୁଭ ହୋଇଥାଏ ।

୨୧- ଯେଉଁ ମାନଙ୍କ ମୁଣ୍ଡ ଚୁଟି କୁଞ୍ଚକୁଞ୍ଚିଆ ରହିଥାଏ ସେମାନେ ସରଳ ମନା କିନ୍ତୁ ଟିକେ ଜିଦିଆ ପ୍ରବୃତ୍ତି ର ହୋଇଥାନ୍ତି ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ

Leave a Reply

Your email address will not be published. Required fields are marked *