Vastu Shastra- ଯେଉଁ ଘରେ ଥାଏ ଏହି 5 ଜିନିଷ, ସେହି ଘରର ପାଖ ବି ମାଡେ ନାହିଁ ଦରିଦ୍ରତା

ବନ୍ଧୁଗଣ ନମସ୍କାର ଆମ ଜୀଵନ ରେ ବାସ୍ତୁ ଶାସ୍ତ୍ର ର ବହୁତ ବଡ଼ ଭୂମିକା ରହିଛି । ଯଦି ଆମେ ବାସ୍ତୁ ଶାସ୍ତ୍ର ଅନୁସାରେ ନିଜ ଘରେ କିଛି ଜିନିଷ କୁ ରଖିବା ତେବେ ଆମର ଶୁଭ ଏବଂ ଦାରିଦ୍ର୍ୟତା ଦୁର ହୋଇଥାଏ ।

ତେବେ ଆଜି ଆମେ ସେହି ଭଳି ବାସ୍ତୁ ଶାସ୍ତ୍ର ଅନୁସାରେ ୫ ଟି ଜିନିଷ ର ଉଲ୍ଲେଖ କରା ଯାଇଛି । ଘରେ ଥିବା ପ୍ରତ୍ୟେକ ଜିନିଷ ମଧ୍ୟରେ କିଛି ଖାସ ଗୁଣ ରହିଥାଏ । ଯଦି ସେହି ଜିନିଷ ଗୁଡ଼ିକୁ ସଠିକ ସ୍ଥାନ ରେ ରଖା ଯାଇନଥାଏ ତେବେ ତାହା ଘରେ ନକରାତ୍ମକ ଉର୍ଜା ସୃଷ୍ଟି କରିଥାଏ । ଏହାଦ୍ବାରା ଘରେ ଅଶାନ୍ତି ସୃଷ୍ଟି ହୁଏ ଏବଂ ଆର୍ଥିକ ସମସ୍ୟା ଦେଖା ଯାଇଥାଏ । ତେବେ ଆସନ୍ତୁ ଜାଣିବା ସେହି ୫ଟି ଜିନିଷ ସମ୍ବନ୍ଧରେ ଯାହା ଘରେ ସୁଖ ଓ ସମୃଦ୍ଧି ସ୍ଥାପନ କରିଥାନ୍ତି ।

୧- ପ୍ରଥମ ଜିନିଷ ଟି ହେଉଛି ଶ୍ରୀ ଗଣେଶ ଙ୍କ ମୂର୍ତ୍ତି । କୌଣସି ବି ଶୁଭ କାର୍ଯ୍ୟ କରିବା ପୂର୍ବରୁ ଆମେ ଶ୍ରୀ ଗଣେଶଙ୍କ ପୂଜା ଅର୍ଚ୍ଚନା କରିଥାଉ । ଗଣେଶ ପ୍ରଥମ ପୂଜ୍ୟ ସହିତ ବିଘ୍ନ ହର୍ତା ମଧ୍ୟ । କୌଣସି ବି ଦୋଷ ହେଉ କୌଣସି ବି ଵିଘ୍ନ ହେଉ ସେ ସବୁ ଦୂର କରି ଦେଇଥାନ୍ତି । ଗଣେଶ ଙ୍କ ମୂର୍ତ୍ତି କୁ ଘରେ ଆପଣଙ୍କୁ ଏଭି ଭଳି ଭାବେ ସ୍ଥାପନ କରିବା ଉଚିତ ଯେପରି ତାଙ୍କ ସିଧା ନଜର ଆପଣ ଙ୍କ ଘରର ମୁଖ୍ୟ ଦ୍ୱାର ଉପରେ ପଡୁଥିବ । ଏହା ଦ୍ୱାରା ଘରକୁ ଆସୁଥିବା ନକରାତ୍ମକ ଉର୍ଜା ଦୁର ହୁଏ ଏବଂ ଘରେ ସୁଖ ଶାନ୍ତି ବଜାୟ ରୁହେ ।

୨- ଦ୍ଵିତୀୟ ଜିନିଷ ଟି ହେଉଛି ବଇଁଶୀ । ବଇଁଶୀ ଶ୍ରୀ କୃଷ୍ଣ ଙ୍କ ର ଅତି ପ୍ରିୟ ଅଟେ । ତାଙ୍କ ବଇଁଶୀ ର ସ୍ୱର ରେ ସେ ସମସ୍ତଙ୍କୁ ମନ୍ତ୍ର ମୁଗ୍ଧ କରି ଦେଇଥାନ୍ତି । ଘରେ ଏହି ବଇଁଶୀ କୁ ରଖିବା ଦ୍ୱାରା ତାର ସକରାତ୍ମକ ଉର୍ଜା କୁ ଆପଣ ଅନୁଭବ କରି ପାରିବେ । ତା ଛଡା ଘରେ ବଇଁଶୀ ଥିଲେ ମାତା ଲକ୍ଷ୍ମୀ ମଧ୍ୟ ସେ ଘରୁ କେବେ ଦୁରେଇ ଯାଆନ୍ତି ନାହିଁ ଏବଂ ଘରେ ସୁଖ ଶାନ୍ତି ବଜାୟ ରୁହେ ।

୩- ତୃତୀୟ ଜିନିଷ ହେଉଛି ଶଙ୍ଖ । ଆମ ଶାସ୍ତ୍ର ରେ ଶଙ୍ଖ କୁ ଏକ ପବିତ୍ର ଜିନିଷ କୁହାଯାଏ ଶଙ୍ଖ ର ଧ୍ଵନି ବହୁତ ପବିତ୍ର ବୋଲି ମଧ୍ୟ କୁହାଯାଏ । ଘରେ ଠାକୁର ଙ୍କ ପୂଜା କରିବା ସମୟରେ ଶଙ୍ଖ ଧ୍ଵନି ଦ୍ୱାରା ସକରାତ୍ମକ ଉର୍ଜା ର ସୃଷ୍ଟି ହୁଏ ଏବଂ ମନ କୁ ଶାନ୍ତି ମଧ୍ୟ ମିଳିଥାଏ । ଏହା ଛଡା ଶଙ୍ଖ ଧ୍ଵନି ଦ୍ୱାରା ବାସ୍ତୁ ଦୋଷ ମଧ୍ୟ ଦୁର ହୋଇଥାଏ । ଘରେ ଶଙ୍ଖ କୁ ପୂଜା କରିବା ଦ୍ବାରା ଘରେ ନକରାତ୍ମକ ଶକ୍ତି ରୁହେ ନାହିଁ ଏବଂ ଘରର ସଦସ୍ୟ ମଧ୍ୟ ସୁଖ ଶାନ୍ତି ରେ ରହିଥାନ୍ତି ।

୪- ଚତୁର୍ଥ ଜିନିଷ ଟି ହେଉଛି ଲକ୍ଷ୍ମୀ ଏବଂ କୁବେର ଙ୍କ ମୂର୍ତ୍ତି । ସମସ୍ତ ଙ୍କ ଘରେ ମାତା ଲକ୍ଷ୍ମୀ ଙ୍କ ମୂର୍ତ୍ତି ନିଶ୍ଚିତ ରହିଥାଏ କିନ୍ତୁ ଘରେ ଏପରି ମୂର୍ତ୍ତି କିମ୍ବା ଫୋଟୋ କୁ ସ୍ଥାପନ କରିବା ଉଚିତ ଯେଉଁଥିରେ ମାତା ଲକ୍ଷ୍ମୀ ଏବଂ କୁବେର ଏକାଠି ବିରାଜମାନ ରହିଥିବେ ଏବଂ କୁବେର ଉତ୍ତର ଦିଗ କୁ ବସିଥିବେ । ଏହି ମୂର୍ତ୍ତି କିମ୍ବା ଫୋଟୋ କୁ ଆପଣ ଘରେ କିମ୍ବା ନିଜ କାମ କରୁଥିବା ସ୍ଥାନରେ ରଖିବା ଦ୍ୱାରା ଅନେକ ଲାଭ ହୁଏ ଧନ ପ୍ରାପ୍ତି ହୁଏ ଏବଂ ଘରେ ସକରାତ୍ମକ ଉର୍ଜା ରୁହେ ।

୫- ପଞ୍ଚମ ଜିନିଷ ଟି ହେଉଛି ଘରେ ମାଛ ରଖିବା । କୁହାଯାଏ କି ଯେଉଁ ଘରେ ମାଛ ରଖା ଯାଏ ସେହି ଘରେ କେବେବି ଧନ ର ଅଭାବ ହୁଏ ନାହିଁ । ବ୍ୟାପାର ଏବଂ ଘରେ ଧନ କିମ୍ବା ଉନ୍ନତି ଚାହିଁଥାନ୍ତି ତେବେ ଆପଣ ଘରେ କିମ୍ବା କାର୍ଯ୍ୟ ସ୍ଥାନରେ ମାଛ ରଖନ୍ତୁ ଅର୍ଥାତ ଏକ ଆକ୍ଵରିମ ରଖନ୍ତୁ ଏହା ଦ୍ୱାରା ମଧ୍ୟ ସକରାତ୍ମକ ଉର୍ଜା ସୃଷ୍ଟି ହୋଇ ଥାଏ ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ

Leave a Reply

Your email address will not be published. Required fields are marked *