ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ କିଡ୍ନୀ ଶରୀରର ପ୍ରମୁଖ ଅଙ୍ଗ ମଧ୍ୟରୁ ଗୋଟିଏ ହୋଇଥାଏ । ଶରୀରରେ ୨ ଟି କିଡ୍ନୀ ରହିଥାଏ । କିଡ୍ନୀ ୨ ଟି ଶିମ ମଞ୍ଜୀ ଆକୃତିର ହୋଇଥାଏ । କିଡ୍ନୀର ଲମ୍ବ ସାଧରଣତଃ ୯ ରୁ ୧୧ ସେଣ୍ଟିମିଟର ଓ ପ୍ରସ୍ଥ ୫ ସେଣ୍ଟିମିଟର ହୋଇଥାଏ । ଶରୀରର ବର୍ଜ୍ୟବସ୍ତୁ ବା ବିଷାକ୍ତ ପଦାର୍ଥ କାଢିବାରେ କିଡ୍ନୀ ଅଗ୍ରଣୀ ଭୂମିକା ଗ୍ରହଣ କରିଥାଏ । କିଡ୍ନୀ ରକ୍ତ ତିଆରି କରିବାରେ ମଧ୍ୟ ସାହାଜ୍ଯ କରିଥାଏ ।
କିଡ୍ନୀ ଖରାପ ହେବାର କାରଣ ;- ଡାଇବେଟିସ ଓ ହାଇବ୍ଲଡ୍ ପ୍ରେସର ରୋଗ ପାଇଁ କିଡ୍ନୀ ଫେଲ କାରଣ ହୋଇଥାଏ । ଇଆଡୁ ସିଆଡୁ ମେଡ଼ିସିନ ଖାଇବା ଦ୍ଵାରା କିଡ୍ନୀ ଫେଲ ହୋଇଥାଏ । ବଂଶଗତ କାରଣରୁ ମଧ୍ୟ କିଡ୍ନୀ ଫେଲ ହୋଇଥାଏ । ବ୍ଲଡ୍ ପ୍ରେସରକୁ ନିୟନ୍ତ୍ରଣ କରିବାରେ ମଧ୍ୟ କିଡ୍ନୀ ସାହାଜ୍ଯ କରିବା ସହ ଶରୀରର ଅନ୍ୟ ବହୁ ବିଧ କାର୍ଯ୍ୟ କରିଥାଏ ।
କିଡ୍ନୀ ଫେଲର ଲକ୍ଷଣ ;- ମଣିଷର ୨ ଟି କିଡ୍ନୀ ଫେଲ ହେଲା ପରେ ଶରୀରରେ ଅନେକ ଗମ୍ଭୀର ପରିସ୍ଥିତି ସୃଷ୍ଟି ହୋଇଥାଏ । ତଥାପି ମଧ୍ୟ କିଛି ଲକ୍ଷଣ ରହିଛି । ଯାହା ଗୋଟିଏ କିଡ୍ନୀ ଫେଲ ହେବା ପୂର୍ବରୁ ଶରୀର ଆଗରୁ ସୂଚନା ଦେଇ ଦେଇଥାଏ । ଦେହ ହାତ, ଗୋଡ ଓ ମୁହଁ ଫୁଲିଯିବା । ଭୋକ ନଲାଗିବା ଓ ଶରୀରରେ ଅଧିକ ଦୁର୍ବଳପଣ ପ୍ରକାଶ ପାଇବା ।
ମନ ଅସ୍ଥିର ହୋଇ କୌଣସି କାର୍ଯ୍ୟକୁ ମନ ଦେଇ ନକରିପାରିବା । ରାତିରେ ବାରମ୍ବାର ପରିସ୍ରା ଲାଗିବା । ଦେହ ହାତ ଫଳିଯାଇ କୁଣ୍ଡାଇ ହେବା । ହଟାତ ଭାବରେ ବ୍ଲଡ୍ ପ୍ରେସର ହାଇ ହୋଇଯିବା । ବେଳେ କିଡ୍ନୀ ଫେଲ୍ ପାଇଁ ଗୁରୁତର ହୋଇଥିବା ବ୍ୟକ୍ତି ମଧ୍ୟ ବେହୋଶ ହୋଇଯାଇଥାଏ । କେବଳ ହଳଦିଆ ପରିସ୍ରା ହେବା କିଡ୍ନୀ ରୋଗର ଲକ୍ଷଣ ହୋଇନଥାଏ ।
ମୁତ୍ରରେ ରହିଥିବା ୟୁରୋକ୍ରୋମ ପିଗମେନ୍ଟ ଯୋଗୁ ପରିସ୍ରା ସାଧାରଣ ହଳଦିଆ ଦେଖାଯାଇଥାଏ । କିଡ୍ନୀ ଡାମେଜର ଟେଷ୍ଟ ;- ପରିସ୍ରା ହେଉଛି କିଡ୍ନୀର ଦର୍ପଣ । କିଡ୍ନୀକୁ ଟେଷ୍ଟ କରି ହିଁ କିଡ୍ନୀ ଡାମେଜ୍ ହୋଇଛି କି ନାହିଁ ଜାଣିପାରିବା । କ୍ରିଏଟିନୀନ ପରୀକ୍ଷା ଦ୍ଵାରା ଟେଷ୍ଟ କରାଯାଇଥାଏ । ଏହି ପରୀକ୍ଷା ରକ୍ତରୁ କରାଯାଇଥାଏ ।ଯଦି କ୍ରିଏଟିନୀନ ଅଧିକ ଥାଏ । ତେବେ କିଡ୍ନୀର କାର୍ଯ୍ୟ ଦକ୍ଷତା କମିଯାଇଛି ବୋଲି ଜଣାପଡିଯାଇଥାଏ ।
କିଡ୍ନୀ ର ଚିକିତ୍ସା ;- କିଡ୍ନୀ ରୋଗର ୨ ଟି ଚିକିତ୍ସା ପଦ୍ଧତି ରହିଥାଏ । ପ୍ରଥମ ହେଉଛି କିଡ୍ନୀ ଖରାପ ହେବା ପୂର୍ବରୁ ଅନ୍ୟଟି କିଡ୍ନୀ ଖରାପ ହେବା ପରର ଚିକିତ୍ସା । ଡାକ୍ତର କିଡ୍ନୀ ରୋଗୀଙ୍କୁ ଲୁଣ କମ୍ ଖାଇବାକୁ ପରାମର୍ଶ ଦେଇଥାନ୍ତି । ପୋଟାସିଆୟମ, ପ୍ରୋଟିନ ଯୁକ୍ତ ଖାଦ୍ୟର କମ୍ ସେବନ କରନ୍ତୁ ।
ନିୟମିତ ଯୋଗ ପ୍ରାଣାୟାମ ଦ୍ଵାରା କିଡ୍ନୀ ଭଲ ରହିଥାଏ । ପାଣି ପ୍ରଚୁର ପିଇବା ଆବଶ୍ୟକ ହୋଇଥାଏ । ଏହା ସହିତ ମେଡିକାଲ ପ୍ରୋସେଜିଅର ଦ୍ଵାରା ମଧ୍ୟ କିଡ୍ନୀ ଠିକ କରାଯିବାର ବ୍ୟବସ୍ତା କରାଯାଇଥାଏ । ଯଦି ଏହି ପୋଷ୍ଟଟି ପସନ୍ଦ ଆସିଥାଏ । ତେବେ ଆମ ପେଜ୍କୁ ଲାଇକ୍, କମେଣ୍ଟ ଓ ଶେୟାର କରିବାକୁ ଜମାରୁ ଭୁଲିବେ ନାହିଁ । ଧନ୍ୟବାଦ