ଜାଗରରେ ଏପରି ଭୁଲ କରୁଛନ୍ତି କି ? ହେଇଯାନ୍ତୁ ସାବଧାନ ! କ୍ରୋଧିତ ହୁଅନ୍ତି ମହାଦେବ

ବନ୍ଧୁଗଣ, ବହୁତ ଜଣ ଅଛନ୍ତି ଯେଉଁମାନେ ଜାଗାର ଓଷା ଅଥବା ମହାଶିବରାତ୍ରୀ ବ୍ରତ କରି ନଥାନ୍ତି । ସେମାନଙ୍କ ଦେହ ଆଦୌ ଖରାପ ହୋଇ ନଥାଏ, ସେମାନେ ଛୋଟ ପିଲା ମଧ୍ୟ ନଥାନ୍ତି କିନ୍ତୁ ସେମାନେ ବ୍ରତ କରି ନଥାନ୍ତି । ମହାଶିବରାତ୍ରୀ ବ୍ରତ ନ କଲେ କଣ ଅସୁବିଧା ହୋଇଥାଏ ତାହା ସମ୍ବନ୍ଧରେ ଆଜି ଆମ୍ଭେ କହିବାକୁ ଯାଉଅଛୁ । ଜାଗର ଓଷା କରିବା ସମୟରେ କେତେ ଗୁଡିଏ ଭୁଲ ହୋଇଯାଇଥାଏ ସେହି ଭୁଲ ସମ୍ବନ୍ଧରେ ଆଜି ଆମ୍ଭେ ଆପଣ ମାନଙ୍କୁ କହିବାକୁ ଯାଉଅଛୁ ।

ଯଦି ମହିଳା ମାନଙ୍କର ମାସିକ ଋତୁସ୍ରାବ ଚାଲିଥିବ ତେବେ ସେହି ସମୟରେ ମଧ୍ୟ ଆପଣ ମାନେ ମହାଶିବରାତ୍ରୀ ବ୍ରତ ପାଇଁ ଉପବାସ କରି ପାରିବେ । ଯେ କୌଣସି ବ୍ରତ ଆପଣ କରିବେ ତାହାର ଫଳ ମିଳିବ ନାହିଁ ଯଦି ଆପଣ ମହାଶିବରାତ୍ରୀ ବ୍ରତ କରୁ ନାହାଁନ୍ତି । ପ୍ରତ୍ୟକ ହିନ୍ଦୁ ବ୍ୟକ୍ତି ପଞ୍ଚ ଦେବତା ଙ୍କୁ ପୂଜା କରିଥାନ୍ତି । ପଞ୍ଚ ଦେବତାଙ୍କ ପୂଜା ହେଉଛି ପ୍ରଥମ ପୂଜା ଏବଂ ଶ୍ରେଷ୍ଠ ପୂଜା । ନନ୍ଦୀ ଏବଂ ଭଗବାନ ଶିବ ଙ୍କ ମଧ୍ୟରେ ଏକ ସୂତ୍ର ରହିଥାଏ ।

ଏହାକୁ ସୋମସୂତ୍ର ବୋଲି କୁହାଯାଇଥାଏ । ଆପଣ ସେହି ଜାଗାରେ କେବେ ମଧ୍ୟ କ୍ରଶ କରି ପ୍ରଣାମ କରିବେ ନାହିଁ । ଯଦି ଆପଣ ସେହିଭଳି ପ୍ରଣାମ କରୁଛନ୍ତି ତେବେ ଶିବପୂଜା ଆପଣଙ୍କର ବ୍ୟର୍ଥ ଯାଇଥାଏ । ଜାଗରରେ ଯେତେବେଳେ ଆପଣ ମନ୍ଦିରକୁ ଯିବେ ତେବେ ପ୍ରଥମେ ଆପଣ ମହାଦେବଙ୍କୁ ଦର୍ଶନ କରିବେ ନାହିଁ । ପ୍ରଥମେ ଆପଣ ଦକ୍ଷିଣ ଦିଗକୁ ଯିବେ ସେଠାରେ ଶ୍ରୀ ଗଣେଶ ଙ୍କୁ ସର୍ବ ପ୍ରଥମେ ଦର୍ଶନ କରିବେ ।

ଏହାପରେ ଶ୍ରୀ କାର୍ତ୍ତିକେୟ ଏହାପରେ ଅନ୍ୟ ପାର୍ଶ୍ଵ ଦେବାଦେବୀ ଯଦି ଥିବେ ତେବେ ତାଙ୍କୁ ଆପଣ ଦର୍ଶନ କରି କରି ମାତା ପାର୍ବତୀ ଙ୍କ ପାଖରେ ଆପଣ ପହଁଞ୍ଚିବେ । ଏହାପରେ ପାଦୁକ ନଳା ଯେଉଁଠାରେ ରହିଥିବ ଆପଣ ତାକୁ ଡେଇଁକି କେବେ ସେପଟକୁ ଯିବେ ନାହିଁ । ଆପଣ ସେହି ନଳା ପାଖରେ ମୁଣ୍ଡିଆ ମାରି ସେଠାରେ ପୁଣିଥରେ ବୁଲି ଆପଣ ନନ୍ଦୀ ପାଖକୁ ଆସିବେ । ଏହାପରେ ନନ୍ଦୀ ଙ୍କ କାନରେ ଆପଣ ନିଜ ମନର କୁହନ୍ତୁ ।

ମହାଦେବ ଙ୍କୁ କେବେ ମଧ୍ୟ ସମ୍ମୁଖରେ ଛିଡା ହୋଇ ଦର୍ଶନ କରିବେ ନାହିଁ । ସବୁବେଳେ ଉତ୍ତର ଦିଗକୁ ମୁଖ କରି ଗୋଟିଏ ସାଇଟ ରେ ରହି ଆପଣ ପ୍ରଣାମ କରିବେ । ମହାଦେବଙ୍କ ପାଖରେ ଥିବା ତ୍ରିଶୂଳ, ଡମ୍ବରୁ ଆଦି କୁ ପ୍ରଣାମ କରିସାରିବା ପରେ ଆପଣ ମହାଦେବଙ୍କୁ ପ୍ରଣାମ କରିବେ । ମହାଦେବଙ୍କ ସହିତ ବିଷ୍ଣୁ ଙ୍କୁ ମଧ୍ୟ ସ୍ମରଣ କରିବେ । ଆପଣ “ଓମ ନମଃ ଶିବାୟ” ମନ୍ତ୍ର ଟି ଉଚ୍ଚାରଣ କରିବେ ।

ଧ୍ୟାନ ରଖିବେ ଯେ ମନ୍ତ୍ର ଉଚ୍ଚାରଣ କରୁଥିବା ସମୟରେ ଯେମିତି ଆପଣଙ୍କ ଦାନ୍ତ ସହିତ ଦନ୍ତ ନ ବାଜୁ । ମାତ୍ର ଭଗବାନ ଶିବ ଯଦି ରୁଷ୍ଟ ହୋଇଗଲେ ତେବେ ଆପଣଙ୍କୁ ଆଉ କେହି ମଧ୍ୟ ରକ୍ଷା କରିପାରିବେ ନାହିଁ ଏଣୁ ଆପଣ ଏହି ସବୁ ବିଷୟ ପ୍ରତି ନିଶ୍ଚିତ ଭାବରେ ଧ୍ୟାନ ରଖନ୍ତୁ । ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ

Leave a Reply

Your email address will not be published. Required fields are marked *