ସବୁବେଳେ ଦୁଃଖରେ ରହୁଥିଲେ, ଚିନ୍ତାରେ ରହୁଥିଲେ, ମନ ବିଚଳିତ ରହୁଥିଲେ ଏହାକୁ ଥରେ ନିଶ୍ଚୟ ଦେଖନ୍ତୁ !

ବନ୍ଧୁଗଣ, ଜଣେ ବ୍ୟକ୍ତି ମହାତ୍ମା ବୁଦ୍ଧଙ୍କୁ ପଚାରିଲା କି ମୋ ଜୀବନରେ ଏତେ ଦୁଃଖ ଓ ସମସ୍ୟା କ’ଣ ପାଇଁ ରହିଛି ? ମହାତ୍ମା ବୁଦ୍ଧ ତାଙ୍କୁ ପଚାରିଲେ କୁହ ତୁମ୍ଭର ସମସ୍ୟା କ’ଣ ରହିଛି ? ସେ ବ୍ୟକ୍ତି ଜଣଙ୍କ କହିଲା ମୁଁ ଆପଣଙ୍କୁ ମୋର କେଉଁ ଦୁଃଖ କଥା କହିବି ମୋର ପୁରା ଜୀବନ ଦୁଃଖ ରେ ଭରା ? ଏମିତି ଗୋଟିଏ ପରେ ଗୋଟିଏ ଦୁଃଖ ଲାଗି ରହିଛି । ମୁଁ ମୋର ସମ୍ପର୍କରେ, ମୋ ପରିବାରରେ କେଉଁ ଜିନିଷରେ ମଧ୍ୟ ମୁଁ ଖୁସି ନାହିଁ । ଲାଗୁଛି ଏମିତି ଜୀବନ ରହିବା ଅପେକ୍ଷା ମରିଯିବା ଭଲ । ତେବେ ଆପଣ କୁହନ୍ତୁ ମୋର ଏ ସବୁ ଦୁଃଖର କାରଣ କ’ଣ ମୁଁ ?

ସେଥିପାଇଁ ଆପଣଙ୍କ ପାଖକୁ ଆସିଛି ମହାତ୍ମା ବୁଦ୍ଧ ସେହି ବ୍ୟକ୍ତିଙ୍କୁ କହିଲେ ଭଲ ଭାବରେ ଚିନ୍ତା କର ଏସବୁର କାରଣ କ’ଣ ହୋଇପାରେ ? ସେହି ବ୍ୟକ୍ତି ବହୁତ ଭାବିଲା କିନ୍ତୁ କହି ପାରିଲା ନାହିଁ । ବୁଦ୍ଧ ତାଙ୍କୁ ଉତ୍ତର ଦେଲେ ଯେ ତୁମ୍ଭର ସବୁ ଦୁଃଖର କାରଣ ହେଉଛି ତୁମ୍ଭେ ନିଜେ, ତୁମ ମନର ଆଶକ୍ତି, ତୁମ ମନର ମୋହ, ସେହି ବ୍ୟକ୍ତି ବୁଦ୍ଧଙ୍କୁ କହିଲା କି ମୁଁ ଆପଣଙ୍କ କଥା ବୁଝିପାରିଲି ନାହିଁ । ତେଣୁ ବୁଦ୍ଧ ତାଙ୍କୁ ୩ ଟି ଛୋଟ ଛୋଟ କାହାଣୀ ଶୁଣାଇଲେ ।

୧:- ଜଣେ ବ୍ୟକ୍ତି ଗଛକୁ ଧରି ଚିତ୍କାର କରୁଥିଲେ, ମୋତେ ଏହି ଗଛ ଜାବୁଡ଼ି ଧରି ଦେଇଛି ମୋତେ ରକ୍ଷା କର । ସେହିଠାରେ ଜଣେ ଗୁରୁ ଓ ଶିଷ୍ୟ ପହଞ୍ଚିଲେ । ଶିଷ୍ୟ ତାଙ୍କ ଗୁରୁଙ୍କୁ କହିଲେ ଗୁରୁଦେବ ଆମ୍ଭକୁ ଏହି ବ୍ୟକ୍ତି କୁ ସାହାଯ୍ୟ କରିବା ଉଚିତ । କିନ୍ତୁ ଗୁରୁ କହିଲେ ଏହି ବ୍ୟକ୍ତିକୁ କେହି ମଧ୍ୟ ସାହାଯ୍ୟ କରିପାରିବେ ନାହିଁ । କାରଣ ସିଏ ନିଜେ ଗଛକୁ ଜାବୁଡ଼ି ଧରିଛି ତାକୁ କିଏ ବଞ୍ଚାଇବ ? ତାକୁ କିଏ ଛଡାଇ ପାରିବ ? ଏମିତି ବୁଦ୍ଧ କହିଲେ ତୁମେ ସ୍ୱୟଂ ନିଜେ ହିଁ ସବୁ ଦୁଃଖକୁ ଧରି ରଖିଛ, ଏହା ମୋ ଠାରୁ ଦୂରେଇ ନ ଯାଉ, ମୋତେ ଏହା ମିଳୁ, ସବୁ ଦୁଃଖର ମୂଳ କାରଣ ଏହା ମୋର ଓ ମୋ ବନ୍ଧନର ।

୨:- ଗୋଟେ ବୁଢ଼ୀଆଣି ନିଜେ ଜାଲ ବୁଣେ । ଏବଂ ଜାଲ ବୁଣି ବୁଣି ନିଜେ ହିଁ ସେହି ଜାଲ ରେ ଫସିଯାଏ । ଯେତେ ଚାହିଁଲେ ବି ସେ ସେହି ଜାଲ ରୁ ମୁକ୍ତି ପାଇ ବାହାରକୁ ବାହାରି ପାରେ ନାହିଁ । ସେମିତି ତୁମେ ମଧ୍ୟ ଜୀବନ ମଧ୍ୟରେ କେତେ ସମ୍ପର୍କ ତିଆରି କରିଛ, କେତେକଙ୍କୁ ମୋହ ଲଗାଇଛ ଏବଂ କେତେକଙ୍କୁ ନିଜର ଭାବୁଛ ? ମୋହ ରଖିବା କାରଣରୁ ହିଁ ଆଜି ତୁମ୍ଭେ ଦୁଃଖ ପାଉଛ । ଦୁନିଆରେ ଦୁଃଖ ସୁଖ ଦୁଇଟି ଅଛି । ଆମ୍ଭକୁ ସେତେବେଳେ ଦୁଃଖ ଅନୁଭବ ହୁଏ ଯେତେବେଳେ ନିଜ ଲୋକ ଦୁଃଖ ଦେଇଥାନ୍ତି ।

୩:- ରସ ଭରା ଏକ ପାତ୍ର ରେ ଗୋଟେ ମହୁମାଛି ଟି ପଡିଯାଏ । ସେଥିରେ ପଡ଼ିଗଲା ପରେ ତାକୁ ବହୁତ ଆନନ୍ଦ ଆସିଥାଏ । ସେ ଚାହେଁ ଯେ ଏଥିରୁ କିଛି ରସ ନେଇ ଉଡ଼ିଯିବ । କିନ୍ତୁ ସେ ସେହି ରସ ରେ ଏତେ ବୁଡି ଯାଏ କି ସେ ଆଉ ଉଡ଼ି ପାରେ ନାହିଁ । ସେ ରସକୁ ପିଇ ପିଇ ତାର ଡେଣା ଲଗାଯାଇଥାଏ ଓ ପେଟ ପୁରି ଗଲା ପରେ ସେ ସେଥିରେ ବୁଡିଯାଏ । ଏବଂ ଯେତେ ଚେଷ୍ଟା କଲେ ମଧ୍ୟ ସେ ତା ଭିତରୁ ବାହାରି ପାରେ ନାହିଁ ।

ସେମିତି ଯେଉଁ ବ୍ୟକ୍ତି ସ୍ଵାସ୍ଥ୍ୟ ର ଚିନ୍ତା ନ କରି ସ୍ଵାଦିଷ୍ଟ ଖାଇବା ପଛରେ ପଡିଯାଏ ଆଗକୁ ତାଙ୍କର ଶରୀର ଖରାପ ହିଁ ହୋଇଥାଏ ଓ ଶରୀରରେ ରୋଗ ଆସିଥାଏ । ସେହିପରି ମନର ସଂସାରରେ ଯେତେବେଳେ ଆଶା ତୃଷ୍ଣା ଓ ବାସ୍ନା ରଖେ ସେତେବେଳେ ତାକୁ ଧନର ଲୋଭ ଦେଖାଯାଏ । ଯେତେ ଧନ ପାଇଲେ ମଧ୍ୟ ସେ ଖୁସି ହୁଏନାହିଁ ।

ଧନକୁ ନେଇ ସେ ଅତୃପ୍ତ ରୁହେ । ଏହିପରି ମନରେ ଦୁଃଖ ଜନ୍ମ ହୁଏ । ମହାତ୍ମା ବୁଦ୍ଧ ଙ୍କ ଠାରୁ ଏସବୁ ଶୁଣିଲା ପରେ ସେ ଲୋକଟି ବୁଝି ପାରିଲା କି ମହାତ୍ମା ବୁଦ୍ଧ ଠିକ କହୁଛନ୍ତି । ଏହି କାରଣରୁ ହିଁ ମୋହର ମନର ଦୁଃଖ ସୃଷ୍ଟି ହୋଇଛି । ଶେଷରେ ମହାତ୍ମା ବୁଦ୍ଧ କହିଲେ ତୁମେ ସବୁ ଦୁଃଖ ରୁ ପାର ହେବାକୁ ଚାହୁଁଛ, ତେବେ ନିଜ ମନ କୁ ମୋହ ଓ ବାସ୍ତବ ଠାରୁ ଉପରକୁ ନେଇ ମନକୁ ପ୍ରେମ ଓ ସନ୍ତୋଷ ଭରି ଦିଅ ।

ଯାହାର ମନରେ ପ୍ରେମ ଓ ସନ୍ତୋଷ ରୁହେ ସେ ଏହି ସବୁ ମୋହମାୟା ରୁ ଦୂରରେ ରହିଥାଏ । ଏହି କଥା କହିବା ସହଜ କିନ୍ତୁ କରିବା କଷ୍ଟ । ଯେଉଁ ବ୍ୟକ୍ତି ମହାତ୍ମା ବୁଦ୍ଧ ଙ୍କୁ ଏହି କଥାକୁ ବୁଝିପାରିଲା ସେ ସବୁ ଦୁଃଖ ରୁ ପାର ହୋଇଯିବ । ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ

Leave a Reply

Your email address will not be published. Required fields are marked *