ମାଳିକା’ ଚେତାବନୀ ! ଜୀବନରେ କେବେବି ଏହି 6 ଜଣଙ୍କ ଆଖିରେ ଦେବେନି ଲୁହ (Baba Dibakar Das)

ବନ୍ଧୁଗଣ, ମାଳିକା କୁ ସମସ୍ତେ ଶୁଣି ପାରନ୍ତି ନାହିଁ କାରଣ ମାଳିକା କୁ ଓଲୋଟାଇଲେ କାଳିମା । ଜୀବନର କାଳିମା କୁ ଯିଏ ଧୋଇ ଦିଏ ତାକୁ ମାଳିକା କହନ୍ତି । ସମସ୍ତ କାଳ କୁ ଯିଏ ଜିତିଯିବ ସିଏ କେବଳ ମାଳିକା କୁ ଦେଖିବ । କାଳ କୁ ଜିତିଯିବା ଅର୍ଥାତ୍ ଯିଏ ସଂସାର ଭିତରେ ସବୁ କାଳିମା ଧୋଇ ସରିବ । ମୃ-ତ୍ୟୁ କୁ ସମସ୍ତେ ଡରନ୍ତି, କିନ୍ତୁ ମୃ-ତ୍ୟୁ ତାକୁ ଡରେ ଯାହାକୁ ପ୍ରଭୁ ଭଲ ପାଆନ୍ତି । ସଂସାର ରେ ସମସ୍ତେ ନିଜକୁ ବଡ ବୋଲି କହିଥାନ୍ତି କିନ୍ତୁ ପ୍ରଭୁ ଯାହାକୁ କୋଳରେ ଧରିଥାନ୍ତି ସେହି ହେଉଛି ବଡ ।

ଭଗବାନ କହିଛନ୍ତି ମୋ କଥା କୁ ଯିଏ ଶୁଣେ, ମୋ କଥା କୁ ଯିଏ କୁହେ ଓ ମୋ କଥା ରେ ଯିଏ ପ୍ରୀତି ରଖେ, ଏହି ତିନି ଜଣକୁ ଭଗବାନ କେବେ ବି ତ୍ୟାଗ କରନ୍ତି ନାହିଁ । ମହାପୁରୁଷ କହୁଛନ୍ତି କଳିଯୁଗ ରେ ଏମିତି ପ୍ରଭାବ ପଡ଼ିବ ମଣିଷ ନ ଚାହିଁଲେ ମଧ୍ୟ ପାପୀ ହେବ ନ ଚାହିଁଲେ ମଧ୍ୟ ପାପ କରିବ ।

କାରଣ ମଣିଷ ପୁଣ୍ୟ କରେ ଦେଖେଇ ଦେଖେଇ କିନ୍ତୁ ପାପ କରେ ଲୁଚାଇ ଲୁଚାଇ । କଳିଯୁଗ ରେ ଆପଣଙ୍କ ଆଗରେ ମିଛ କଥା କହିବେ । ମଣିଷ ପରନିନ୍ଦା କରିବ ଅନ୍ୟକୁ ପରିହାସ ପୂର୍ବକ କଥା କହିବ । କଳିଯୁଗରେ ମହାପୁରୁଷ ଶିଶୁ ଅନନ୍ତ ଏହା କହିଛନ୍ତି ଯିଏ ସତ୍ୟ ବଚନ କହିବ ଲୋକମାନେ ତାକୁ ପଛରେ ପକାଇ ଦେବେ ଓ ଯିଏ ଚୁଗୁଲୀ କରିବ ତାକୁ ସମସ୍ତେ ବହୁତ ଭଲ ପାଇବେ । ଏହି ସବୁ କଥା ଆଗକୁ ଘଟିବ ।

ତେଣୁ ଆପଣମାନେ ସାବଧାନ ରହିବେ । କାରଣ ଏହି ଚୁଗୁଲିଆ କୋରୋନା ଭଳି ଏକ ଭାଇରସ । ଆପଣ ମାନେ ଜୀବନ ଭିତରେ ଏହି ୬ ଜଣକୁ କେବେବି କଷ୍ଟ ଦେବେ ନାହିଁ । ତାହା ହେଉଛି ୬ ଟି ( ବ ) । ଏହି ଛଅ ଟି “ବ” କୁ ଆପଣ କେବେବି କଷ୍ଟ ଦେବେ ନାହିଁ । ପ୍ରଥମ “ବ” ହେଉଛି ବାପା । ବାପା ଙ୍କୁ କେବେବି କଷ୍ଟ ଦେବେ ନାହିଁ । ଦ୍ଵିତୀୟ ବ ହେଉଛି ବୋଉ । ବୋଉ ଆଖିରେ କେବେବି ଲୁହ ଦେବେନି । ତୃତୀୟ ବ ହେଉଛି ବାବାଜୀ ।

ଚତୁର୍ଥ ବ ହେଉଛି ବୈଷ୍ଣବ । ପଞ୍ଚମ ବ ହେଉଛି ବ୍ରାହ୍ମଣ । ଷଷ୍ଠ ବ ହେଉଛି ବିଧବା ଆଖିରେ କେବେବି ଲୁହ ଦେବେ ନାହିଁ । କଳିଯୁଗରେ ଚୁଗୁଲିଆ ଲୋକ ବହୁତ ଜନ୍ମ ହେବେ । ତେଣୁ ଆପଣ ଯେତେ ସତମାର୍ଗ ରେ ଚାଲିବେ ଓ ମାଳିକା କଥା କୁ ଶୁଣି ନିଜେ ସଜାଡି ହେବେ ଆପଣଙ୍କ ପାଇ ଆଗାମୀ ଦିନ ବହୁତ ଉନ୍ନତି ଆଣିବ ।

ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ

Leave a Reply

Your email address will not be published. Required fields are marked *