ଭଗବାନ ଶ୍ରୀ କୃଷ୍ଣ କୁହନ୍ତି ଯଦି ଆପଣଙ୍କୁ ମିଳୁଛି ଏହି 9 ଟି ସଙ୍କେତ ତ ଆପଣ କୌଣସି ସାଧାରଣ ମଣିଷ ନୁହଁନ୍ତି

ନମସ୍କାର ବନ୍ଧୁଗଣ ଏହି ପୃଥିବୀରେ ସବୁ ଜିନିଷ ଈଶ୍ୱରଙ୍କ ଯୋଗୁଁ ହିଁ ହୋଇଥାଏ । ତାଙ୍କ ବିନା ଅନୁମତି ରେ ଗୋଟିଏ ପତ୍ର ମଧ୍ୟ ହଲେ ନାହିଁ । ଈଶ୍ୱର ଆମକୁ ପ୍ରତ୍ୟକ୍ଷ ରୂପରେ ଦର୍ଶନ ନ ଦେଇ ପାରିଲେ ମଧ୍ୟ ପରୋକ୍ଷ ଭାବରେ ସେ ଆମକୁ ଏଭଳି ସଙ୍କେତ ଦେଇଥାନ୍ତି ।

ଯାହା ଯୋଗୁଁ ଆମେ ତାଙ୍କ ଉପସ୍ଥିତି ବୋଲି ଜାଣି ଦେଇଥାଉ । ତେବେ କିଛି ଲୋକ ବହୁତ ଭାଗ୍ୟଶାଳୀ ମଧ୍ୟ ହୋଇଥାନ୍ତି କାରଣ ଈଶ୍ୱର ଙ୍କ ଆଶୀର୍ବାଦ ତାଙ୍କ ସହ ସର୍ଵଦା ରହିଥାଏ ଏଵଂ କିଛି ଶକ୍ତି ତାଙ୍କ ଆଖ ପାଖରେ ସର୍ଵଦା ରହିଥାଏ ଯାହା ସର୍ଵଦା ତାଙ୍କୁ ସଠିକ ମାଗ ଦର୍ଶନ କରାଇ ଥାଏ ଏବଂ ସବୁ ଅସୁବିଧା ରେ ସାହାର୍ଯ୍ୟ ମଧ୍ୟ କରିଥାଏ । ତେବେ ଈଶ୍ୱରଙ୍କ ଦ୍ୱାରା କିଛି ସଙ୍କେତ ମିଳିଥାଏ ଯାହା ଦ୍ୱାରା ଆପଣ ସେହି ଅଦ୍ଭୁତ ଏବଂ ଈଶ୍ୱରୀୟ ଶକ୍ତି ପ୍ରାପ୍ତି ବୋଲି ଜଣା ପଡ଼ିଥାଏ ତେବେ ସେହି ସଙ୍କେତ ଗୁଡିକ କଣ ଆସନ୍ତୁ ବିସ୍ତାର ପୁର୍ବକ ଜାଣିନେବା ।

୧- ପ୍ରଥମ ସଙ୍କେତ ହେଉଛି ଯେଉଁ ବ୍ୟକ୍ତି ଭିତରେ କାମ,କ୍ରୋଧ, ଈର୍ଷା, ବାସନା, ଲୋଭ,ମାୟା ଆଦି ନଥାଏ ଏହି ଭଳି ବ୍ୟକ୍ତି ଈଶ୍ୱରଙ୍କ ବିଶେଷ କୃପା ପ୍ରାପ୍ତ କରିଥାନ୍ତି । ଏହି ବ୍ୟକ୍ତି ନିଜ ରାଗ କୁ ନିୟନ୍ତ୍ରଣ ରେ ରଖିବା ଜାଣି ଥାଏ କେବେ ନିଜ ମୁହଁରେ ଗାଳି ଗୁଲଜ କରେ ନାହିଁ । ଏହା ଛଡା ନିଜ ବ୍ୟବହାର ଦ୍ୱାରା ସମସ୍ତ ଙ୍କ ହୃଦୟ ଜିଣିବା ରେ ସଫଳ ହୋଇଥାଏ । ଏହି ବ୍ୟକ୍ତି ପାଖରେ ଈଶ୍ୱରଙ୍କ ବିଶେଷ ଆଶୀର୍ବାଦ ଏବଂ ଶକ୍ତି ଥାଏ ।

୨- ଦ୍ଵିତୀୟ କଥା ହେଉଛି ଯଦି କୌଣସି ବ୍ୟକ୍ତି ର ସ୍ୱପ୍ନ ରେ ମନ୍ଦିର କିମ୍ବା ତା ଆଖ ପାଖ ସ୍ଥାନ ଦେଖା ଦେଇଥାଏ ତେବେ ସେହି ଭଳି ବ୍ୟକ୍ତି କୁ ଶାସ୍ତ୍ର ରେ ଭାଗ୍ୟଶାଳୀ କୁହାଯାଇଛି । ଯେଉଁ ମାନଂକୁ ନିଜ ସ୍ୱପ୍ନ ରେ ଈଶ୍ୱରଙ୍କ ବାରମ୍ବାର ସାକ୍ଷାତ କାର ହୋଇଥାଏ ସେହି ବ୍ୟକ୍ତି ଙ୍କ ସହିତ ଈଶ୍ୱରୀୟ ଶକ୍ତି ଯୋଡି ହୋଇ ରହିଥାଏ । ଏହି ବ୍ୟକ୍ତି ସହିତ ଅଲୌକିକ ଶକ୍ତି ସର୍ଵଦା ରହିଥାଏ ।

୩- ତୃତୀୟ କଥା ହେଉଛି ଯେଉଁ ବ୍ୟକ୍ତି ନିଜ ଦୈନଦିନ ର କାର୍ଯ୍ୟ ରୁ ବଳକା ସମୟ ଈଶ୍ୱରଙ୍କ ଭକ୍ତି ଆରାଧନା ଏବଂ ତାଙ୍କ ନାମ ସ୍ମରଣ ରେ ବ୍ୟତୀତ କରିଥାଏ ଏବଂ ଈଶ୍ଵର ଙ୍କୁ ହିଁ ସତ୍ୟ ମାନି ତାଙ୍କ ଅନୁଭୂତି କରିବାରେ ସମର୍ଥ ହୋଇଥାଏ ତେବେ ସେହି ବ୍ୟକ୍ତି ର ଆଖ ପାଖରେ ଈଶ୍ୱରୀୟ ଶକ୍ତି ରହିଥାଏ ।

୪- ଚତୁର୍ଥ ସଙ୍କେତ ହେଉଛି ଯେଉଁ ବ୍ୟକ୍ତି ସମାଜ ପ୍ରତି ନିଜର ଦାୟିତ୍ୱ ବୁଝି ପାରି ସତକାର୍ଯ୍ୟ ଏବଂ ପୁଣ୍ୟ କାମ କରିଥାଏ ତାଛଡା ଅସୁବିଧା କଷ୍ଟ ରେ ଥିବା ଲୋକ ମାନଂକୁ ଆବଶ୍ୟକ ଅନୁଯାୟୀ ସାହାଯ୍ୟ କରିଥାଏ ସେହି ଭଳି ବ୍ୟକ୍ତି ସମାଜ ପାଇଁ ଏକ ଉଦାହରଣ ହେବା ସହ ସେହି ବ୍ୟକ୍ତି ଙ୍କ ପାଖରେ ଈଶ୍ୱରଙ୍କ ଆଶୀର୍ବାଦ ମଧ୍ୟ ରହିଥାଏ ।

୫-ପଞ୍ଚମ କଥା ହେଉଛି ଈଶ୍ୱରୀୟ ଶକ୍ତି ପ୍ରାପ୍ତ କରୁଥିବା ବ୍ୟକ୍ତିଙ୍କ ପାଖରେ ଏକ ଅଲଗା ଶକ୍ତି ମଧ୍ୟ ରହିଥାଏ ସେହି ଶକ୍ତି ହେଉଛି ପୂର୍ବାଭାଷ ର । ଭବିଷ୍ୟତ ରେ ହେବାକୁ ଥିବା କିଛି ବିଶେଷ ଘଟଣା ସମ୍ବନ୍ଧରେ ଆଗରୁ ହିଁ ସୂଚନା ମିଳି ଯାଇଥାଏ କିମ୍ବା ସେମାନେ ଭବିଷ୍ୟତ କୁ ଦେଖି ପାରନ୍ତି ସେହି ବ୍ୟକ୍ତି ମାନଙ୍କ ପାଖରେ ମଧ୍ୟ ଈଶ୍ୱରଙ୍କ ବିଶେଷ ଆଶୀର୍ବାଦ ରହିଥାଏ ।

୬- ଷଷ୍ଠ କଥା ହେଉଛି ଯେଉଁ ବ୍ୟକ୍ତି ମାନଂକୁ ନିଜ ଆଖ ପାଖରେ ଧୂପ, ଦୀପ ,ଚନ୍ଦନ, ଏବଂ ଝୁଣା ର ବାସ୍ନା ହେଉଥାଏ ତେବେ ତାର ପାଖରେ ସର୍ଵଦା ଈଶ୍ୱର ଙ୍କ ଉପସ୍ଥିତି ରହିଥାଏ ତେବେ ଏହା କେବଳ ଈଶ୍ୱରଙ୍କ କୃପା ପ୍ରାପ୍ତ କରିଥିବା ବ୍ୟକ୍ତି ଙ୍କ ପାଖରେ ହିଁ ଶକ୍ତି ଥାଏ ।

୭- ସପ୍ତମ କଥାଟି ହେଉଛି ଵ୍ରହ୍ମ ମୁହୂର୍ତ୍ତରେ ଯଦି କୌଣସି ବ୍ୟକ୍ତି ସବୁବେଳେ ଉଠି ଯାଏ ଏବଂ ଖୁସି ମନରେ ନିଜର ନିତ୍ୟକର୍ମ ସାରି ନିଜ କାର୍ଯ୍ୟ କରିଥାଏ ତେବେ ସେହି ବ୍ୟକ୍ତି ର ପାଖରେ ମଧ୍ୟ ଈଶ୍ୱରୀୟ ଶକ୍ତି ପ୍ରାପ୍ତ ହୋଇଥାଏ । କାରଣ ଵ୍ରହ୍ମ ମୁହୂର୍ତ୍ତ କୁ ଶାସ୍ତ୍ର ରେ ସର୍ବ ଶ୍ରେଷ୍ଠ ମୁହୂର୍ତ୍ତ ବୋଲି କୁହାଯାଇଛି ।

୮- ଅଷ୍ଟମ ରେ ହେଉଛି ଆମେ ବେଳେବେଳେ ମନ୍ଦିର ଆଦି କୁ ଯାଇ ସେଠାରେ ସତସଙ୍ଗ କିମ୍ବା ଭଜନ ଶୁଣି ଥାଉ ସେହି ଭଜନ ଟି ଯେତେ ସୁନ୍ଦର ଏବଂ ଯେତେ ମଧୁର ହେଲେ ମଧ୍ୟ ଆମେ ବେଳେବେଳେ ଅନ୍ୟ ମାନସ୍କ ହୋଇ ଯାଇଥାଉ । କିନ୍ତୁ କିଛି ଲୋକ ଏଭଳି ମଧ୍ୟ ଅଛନ୍ତି ଯେଉଁ ମାନେ ଭଜନ କୀର୍ତ୍ତନ ରେ ମଜି ଯାଇଥାନ୍ତି କେବଳ ଈଶ୍ଵର ଙ୍କୁ ଆରାଧନା କରନ୍ତି ସେହି ବ୍ୟକ୍ତି ମଧ୍ୟ ଈଶ୍ୱରଙ୍କ ବିଶେଷ କୃପା କିମ୍ବା ଆଶୀର୍ବାଦ ପ୍ରାପ୍ତ କରିଥାଏ ।

୯-ନବମ କଥା ହେଉଛି ଯେଉଁ ବ୍ୟକ୍ତି ଈଶ୍ୱରଙ୍କ ଚରଣ ରେ ହିଁ ପରମ ଆନନ୍ଦ ର ପ୍ରାପ୍ତି କରିଥାଏ ଏବଂ ଈଶ୍ୱର ଭକ୍ତି କୁ ହିଁ ବାସ୍ତବ ସତ୍ୟ ମାନିଥାଏ ଏହି ବ୍ୟକ୍ତି କେବେବି ଦୁଃଖୀ ରୁହେ ନାହିଁ ସେ ସର୍ଵଦା ଶାନ୍ତି ରେ ରହିଥାନ୍ତି ଏବଂ ଏହି ଭଳି ବ୍ୟକ୍ତି ଙ୍କ ପାଖରେ ଈଶ୍ୱରଙ୍କ ଆଶୀର୍ବାଦ ମଧ୍ୟ ରହିଥାଏ ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *