ଯଦି ଏମିତି ଲକ୍ଷଣ ଦେଖା ଦେଉଛି ତ ହେଇ ଯାଆନ୍ତୁ ସାବଧାନ ! ହେଇପାରେ ଆପଣଙ୍କ Kidney ଖରାପ ! ?(Health Tips)

ବନ୍ଧୁଗଣ, ଆଜି ଆମେ ଆପଣଙ୍କୁ କିଛି ଏମିତି ଲକ୍ଷଣ ବିଷୟରେ ଜଣାଇବୁ ଯାହା ଆପଣଙ୍କ ଶରୀରରେ ଅଚାନକ ଭାବରେ ହୋଇଥାଏ, ଓ ଆପଣ ଅନୁଭବ କରିବା ମଧ୍ୟ ଆରମ୍ଭ କରିଦେଇଛନ୍ତି । ଏହାର ଉପଚାର ପାଇଁ ସବୁଠୁ ଭଲ ହେବ ଆପଣ ନିଜର ବ୍ଲଡ ଟେଷ୍ଟ କରାଇ ନେଇ କିଡନୀ ର ପରୀକ୍ଷା କରାଇ ନିଅନ୍ତୁ । ଏହି ପରୀକ୍ଷା ଦ୍ଵାରା ଆପଣ ଜାଣିପାରିବେ ଆପଣଙ୍କ କିଡନୀ ଖରାପ ହୋଇ ଆସୁଛି ବା ହୋଇସାରିଛି । ସ୍ଵାସ୍ଥ୍ୟ ପାଇଁ ସଚେତନ ରହିବା ନିହାତି ଜରୁରୀ । ତେବେ ଚାଲନ୍ତୁ ଏହି ବିଷୟରେ ବିସ୍ତାର ଭାବେ ଜାଣିବା ।

୧:- ବାରମ୍ବାର ପରିସ୍ରା ଲାଗିବା । କିଡନୀ ର ମୁଖ୍ୟ କାମ ହେଲା ଅପରିଷ୍କାର ପାଣିକୁ ଶରୀରରୁ ବାହାର କରିବା । ଯଦି ଆପଣଙ୍କ କିଡନୀ ଖରାପ ହୋଇସାରିଛି ବା ହେବାକୁ ଯାଉଛି ତେବେ ଆପଣଙ୍କୁ ପରିସ୍ରା ବାରମ୍ବାର ଲାଗିପାରେ । ରାତିରେ ଅଚାନକ ଭାବରେ ଆପଣଙ୍କୁ ପରିସ୍ରା ଲାଗିପାରେ । ପରିସ୍ରା ବହୁତ ଗାଢା ରଙ୍ଗର ମଧ୍ୟ ହୋଇଥାଏ ।

ଆଗ ଅପେକ୍ଷା ଅଧିକ ଥର ପରିସ୍ରା ଲାଗିବା ଏବଂ ଅଳ୍ପ ସମୟ ଅନ୍ତରରେ ବାରବାର ପରିସ୍ରା ଲାଗିବା । ଏହି ସବୁ କିଡନୀ ଖରାପ ହେବାର ସଂକେତ ହୋଇଥାଏ । ବହୁତ କମ କେସ ରେ କିଡନୀ ପୁରା ଖରାପ ହୋଇସାରିଥିଲେ ପରିସ୍ରା ରେ ବ୍ଲଡ ମଧ୍ୟ ଆସିଥାଏ । ଏହିଭଳି ହେଲେ ଆପଣ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ ଓ ବ୍ଲଡ ଟେଷ୍ଟ କରାଇ ନିଅନ୍ତୁ ।

୨:- ଶରୀରରେ ଅଦରକାରୀ ପଦାର୍ଥ ଜମା ହେବା । କିଡନୀ ଖରାପ ହେଲେ ଆମ ଶରୀର ରୁ ବଳକା ଦ୍ରବ୍ୟ ବା ପଦାର୍ଥ ବ୍ଲଡରୁ ଅଲଗା କରିପାରେ ନାହିଁ । ଯାହାଦ୍ଵାରା ଏହି ଏକ୍ସଟ୍ରା ପଦାର୍ଥ ଆମ ଶରୀରରେ କେତେ ଜାଗାରେ ଜମା ହୋଇ ରହିଯାଇଥାଏ । ଯେମିତିକି ଗୋଡ଼ରେ, ଆଖିର ଚାରିପାଖରେ ଏବଂ ହାତରେ ଜମା ହୋଇ ରହିଥାଏ । ଏହା ଜମା ହୋଇ ରହିବାକୁ ସ୍ଵେଲିଙ୍ଗ କୁହାଯାଏ ।

ଏହିଭଳି ଲକ୍ଷଣ ଦେଖାଗଲେ ଆପଣ ଡାକ୍ତରଙ୍କ ସହ ପରାମର୍ଶ କରାଇ ନିଅନ୍ତୁ । ଆପଣଙ୍କ କିଡନୀ ଖରାପ ହୋଇଥାଉ କିମ୍ବା ନ ହୋଇଥାଉ କିନ୍ତୁ ଆପଣ ଥରେ ଟେଷ୍ଟ କରାଇ ନିଅନ୍ତୁ । କାରଣ ଥରେ କିଡନୀ ଖରାପ ହୋଇଗଲେ ଏହା ଠିକ ହୋଇ ନଥାଏ । ତେଣୁ ସମୟ ଥାଉ ଥାଉ ସାବଧାନତା ଅବଲମ୍ବନ କରିବା ଭଲ ହୋଇଥାଏ ।

ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ଆମ ପୋଷ୍ଟଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ, କମେଣ୍ଟ ଓ ସେୟାର କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *