ବନ୍ଧୁଗଣ, ଆଜି ଆମ୍ଭେ ଆପଣ ମାନଙ୍କ ନିମନ୍ତେ ଏଭଳି ଏକ ଉପଚାର ନେଇ ଆସିଛୁ ଆପଣ ଯାହାକୁ ପ୍ରୟୋଗ କରି ଥଣ୍ଡା କାଶ ଭଳି ସମସ୍ୟା ମାନଙ୍କ ଠାରୁ ଦୂରେଇ ରହି ପାରିବେ । ସାଧାରଣତ ଥଣ୍ଡା କାଶ ଆଜିଭଳି ଦିନରେ ଏକ ବଡ ସମସ୍ୟା ପାଲଟି ଯାଇଛି । ସର୍ବ ପ୍ରଥମେ ଆପଣ କିଛି ତୁଳସୀ ପତ୍ର ଆଣନ୍ତୁ । ଏହାପରେ ଆପଣ ଖଣ୍ଡେ ଅଦା ନିଅନ୍ତୁ । ଆପଣ ଗ୍ୟାସ ରେ ଏକ ପାତ୍ର ରେ ଏକ ଗିଲାସ ଗରମ ପାଣି ବସାନ୍ତୁ । ଏହାପରେ ସେଥିରେ ଆପଣ ଏକ ଚାମଚ ଜୀରା ପକାନ୍ତୁ । ଏହାପରେ ଆପଣ ନେଇଥିବା ଅଦା ଖଣ୍ଡ କୁ ଛେଚି ସେହି ପାଣିରେ ପକାନ୍ତୁ ।
ଏହି ପାଣି ଯେତେବେଳେ ଫୁଟି ଆସିବ ଆପଣ ଗ୍ୟାସ ର ଫ୍ଲେମ କୁ ସ୍ଲୋ କରି ଏହାକୁ ଭଲ ଭାବରେ ଫୁଟିବାକୁ ଦିଅନ୍ତୁ । ଏଥିରେ ମିଶିଥିବା ଅଦା ଆପଣଙ୍କ ତଣ୍ଟି ସମସ୍ୟା କୁ ଦୂର କରିବା ସହିତ ଆପଣଙ୍କ କାଶ ଭଳି ସମସ୍ୟା କୁ ମଧ୍ୟ ଦୂର କରିବ । ଏହାପରେ ଏଥିରେ କିଛି ତୁଳସୀ ପତ୍ର ପକାନ୍ତୁ । ଆପଣ ସମୁଦାୟ ୮ ରୁ ୧୦ ତୁଳସୀ ପତ୍ର ପକାଇ ଦିଅନ୍ତୁ । ଆପଣ ମାନେ ଜାଣିଥିବେ ଯେ ତୁଳସୀ ପତ୍ର ରେ ପ୍ରାଏ ୩୦ ପ୍ରକାରର ଔଷଧୀୟ ଗୁଣ ରହିଅଛି । ଏହା ଆପଣଙ୍କ ଶରୀର ନିମନ୍ତେ ବହୁତ ଉପକାରୀ ଅଟେ । ଆପଣ ଏହାକୁ ଛୋଟ ପିଲାକୁ ମଧ୍ୟ ଦେଇ ପାରିବେ । ଛୋଟ ପିଲାକୁ ଯଦି ଥଣ୍ଡା ହୋଇଥାଏ ତେବେ ତୁଳସୀ ପତ୍ର ର ରସ ସହିତ ମହୁ ମିଶାଇ ଯଦି ଦିଅନ୍ତି ତେବେ ତାହା ତୁରନ୍ତ ଭଲ ହୋଇଥାଏ । ଆପଣ ସମୁଦାୟ ୩ ମିନିଟ ପର୍ଯ୍ୟନ୍ତ ଏହାକୁ ଫୁଟାନ୍ତୁ ।
ଏହି ମିଶ୍ରଣ ଟି ଭଲ ଭାବରେ ଫୁଟି ସାରିବା ପରେ ଆପଣ ଏହାକୁ ଏକ ଛଣା ସାହାର୍ଯ୍ୟ ରେ ଏକ ପାତ୍ର କୁ ଛାଣି ନିଅନ୍ତୁ । ଏହାପରେ ଆପଣ ଏଥିରେ ଏକ ଚାମଚ ମହୁ ମିଶାଇ ଦିଅନ୍ତୁ । ଆପଣ ଏହାକୁ ଉଷୁମ ଥିବା ଅବସ୍ଥାରେ ସେବନ କରନ୍ତୁ । ଯଦି ଆପଣ ଏହାକୁ ସଂପୂର୍ଣ୍ଣ ଥଣ୍ଡା କରି ସେବନ କରନ୍ତି ତେବେ ଆପଣଙ୍କୁ ଏହାର ଲାଭ ମିଳିପାରିବ ନାହିଁ । ଏଣୁ ଉଷୁମ ଥିବା ଅବସ୍ଥାରେ ଆପଣ ଏହାକୁ ସେବନ କରନ୍ତୁ । ଆମ ପୋଷ୍ଟଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ, କମେଣ୍ଟ ଓ ସେୟାର କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।