ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ପ୍ରତ୍ଯେକ ମନୁଷ୍ୟ ମାନସିକ ଓ ଶାରୀରିକ ରୂପେ ଠିକ ରହିବା ଦ୍ଵାରା ହିଁ ସେହି ବ୍ୟକ୍ତିକୁ ସୁସ୍ଥ ବ୍ୟକ୍ତିର ଆକ୍ଷା ମିଳିଥାଏ । ଆଜି ଆପଣ ମାନେ ଜାଣିବାକୁ ପାଇବେ । ହିଷ୍ଟ୍ରିୟା ରୋଗ କ’ଣ ଅଟେ । ହିଷ୍ଟ୍ରିୟା ହିଷ୍ଟରର ଶବ୍ଦରୁ ଆସିଅଛି । ଯାହାର ଅର୍ଥ ଗର୍ଭାଶୟ । ବହୁତ ଆଗ ସମୟରେ କେତେକ ମହିଳା ମାନେ ଯେତେବେଳେ ଗର୍ଭବତୀ ରହୁଥିଲେ । ଗର୍ଭବତୀ ରହିବା ସମୟରେ ତାଙ୍କ ଠାରେ କଥା କଥାରେ ମୁଣ୍ଡ ବୁଲେଇବା, ଅଚେତ ହୋଇଯିବା, ଚିଡିଚିଡି ହେବା କିମ୍ବା ଏପଟ ସେପଟ କଥା କହିବା ।
ଏହିପରି ଲକ୍ଷଣ ରହୁଥିବା ମହିଳା ମାନଙ୍କୁ ହିଷ୍ଟ୍ରିୟା ବୋଲି କୁହାଯାଇଥାଏ । ପରେ ଏହି ହିଷ୍ଟ୍ରିୟା ଶବ୍ଦର ବୈଜ୍ଞାନିକ ଗବେଷଣା କରିବା ପରେ ସଠିକ ତଥ୍ୟରେ ଉପନୀତ ହେଲେ । ଯେ ଏହି ରୋଗ ଉଭୟ ପୁରୁଷ ଓ ମହିଳାଙ୍କ ମାନସିକ କ୍ଷେତ୍ରରେ ସମସ୍ଯା ସମସ୍ଯା ରହୁଥିଲେ ଦେଖାଯାଇଥାଏ । ଏହି ହିଷ୍ଟ୍ରିୟା ଶବ୍ଦର ଏବେ ଆଧୁନିକ ନାମକାରଣ କରାଯାଇ କନଭରସନ ଡିସଅର୍ଡର ରଖାଯାଇଛି ।
ଯେତେବେଳେ ମାନସିକ ଚାପ ପଡି ମଣିଷ ହାରାସ ହେଇଯାଇଥାଏ । ସେତେବେଳେ ସେହି ମାନସିକ ଚାପ ଶାରୀରିକ ରୋଗରେ ରୂପାନ୍ତରିତ ହୋଇଯାଇଥାଏ । ଏହି ସମସ୍ଯା ସେମାନଙ୍କ କ୍ଷେତ୍ରରେ ଦେଖାଯାଇଥାଏ । ଯେଉଁ ମାନେ ମାନସିକ କ୍ଷେତ୍ରରେ ଦୁର୍ବଳ, ନିଜ ଭିତରେ ଅନେକ କିଛି କଥା ବହୁ ସମୟ ଧରି ଚାପି ରଖିଥାନ୍ତି ।
ଏପରି ଲୋକ ମାନେ ଏହି ସମସ୍ଯାରୁ ଧୀରେ ଧୀରେ କରି ମାନସିକ ରୋଗୀ ହୋଇଯାଇଥାନ୍ତି । ହିଷ୍ଟ୍ରିୟା ବା କନଭରସନ ଡିସଅର୍ଡର ହେଲେ । ଅନେକ ଗୁଡିଏ ଲକ୍ଷଣ ପ୍ରକାଶ ପାଇଥାଏ । ଅଧିକ ମାନସିକ ଚାପ କାରଣରୁ ବ୍ୟକ୍ତି ମୂର୍ଚ୍ଛା ହୋଇଯିବା । ବହୁ ସମୟରେ ମନେ ମନେ ନିଜ ସହିତ କଥା ବାର୍ତ୍ତା ହେବା । ବ୍ୟକ୍ତିଟି ଠିକ କରୁଛି କି ଭୁଲ୍ ନିଜେ ଜାଣିନପାରିବା ଯଦି କୌଣସି ପ୍ରକାର କାରଣରୁ ବ୍ୟକ୍ତି ଉପରେ ଅଧିକ ପ୍ରେସର ବା ଚାପ ପଡିଥାଏ ।
ଏହା ସହିତ ଚାପ ପଡିଥିବା ବ୍ୟକ୍ତିଟି ମନର କଥାକୁ କାହା ଆଗରେ କହିନପାରି ମନ କଥା ମନରେ ରଖୀ ରଖୀ ଯେତେବେଳେ ମସ୍ତିସ୍କ ଭାରସାମ୍ୟ ହରାଇ ବସିଥାଏ । ସେତେବେଳେ ହିଁ ବ୍ୟକ୍ତି ହିଷ୍ଟ୍ରିୟା ହୋଇଯାଇଥାଏ । ଯେଉଁ ଲୋକ ମାନେ ମାନସିକ ସମସ୍ଯାରେ ପୀଡିତ ଥାଆନ୍ତି । ସେମାନଙ୍କୁ ମନସ୍ତତ୍ଵବିତଙ୍କ ପାଖକୁ ହିଁ ଯିବା ପାଇଁ ପଡିଥାଏ ।
ମନସ୍ତତ୍ଵବିତ ମାନେ ଏହି ସମସ୍ଯା ୨ ପ୍ରକାରର ଚିକିତ୍ସା କରିଥାନ୍ତି । ପ୍ରଥମେ ବ୍ୟକ୍ତିର ମାନସିକ ଚାପ ବିଷୟରେ କାଉନସିଲିଙ୍ଗ କରି ତାଙ୍କ ମନର ଅବସ୍ତାକୁ ବୁଝି ତାହାର ସମାଧାନ କରିବା ପାଇଁ ଚେଷ୍ଟା କରିଥାନ୍ତି । ଏହା ସହିତ ବ୍ୟକ୍ତିକୁ ଡିପ୍ରେସନରୁ ରିଲିଫ ମିଳିବା ପାଇଁ ମେଡ଼ିସିନ ଖାଇବାକୁ ମଧ୍ୟ ଦେଇଥାନ୍ତି ।
ହିଷ୍ଟ୍ରିୟାରେ ପୀଡିତ ବ୍ୟକ୍ତିଙ୍କର ସେତେ ଶୀଘ୍ର ଡାକ୍ତରଙ୍କ ପାଖକୁ ଆଣି ତାଙ୍କର ସଠିକ ଚିକିତ୍ସା କରିବା ଦ୍ଵାରା ହିଁ ବ୍ୟକ୍ତି ମାନସିକ ଓ ଶାରୀରିକ ଉଭୟରେ ସୁସ୍ଥ ରହିଥାଏ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜ୍କୁ ଲାଇକ୍, କମେଣ୍ଟ ଓ ଶେୟାର କରିବାକୁ ଜମାରୁ ଭୁଲିବେ ନାହିଁ । ଧନ୍ୟବାଦ