Chanakya Niti- ହାତରେ ଏହି ରଙ୍ଗର ଚୁଡି ଭୁଲରେ ବି ପିନ୍ଧନ୍ତୁ ନାହିଁ, ସ୍ବାମୀଙ୍କ ଉପରକୁ ମାଡି ଆସେ ଦୁର୍ଭାଗ୍ୟ

ଚୁଡ଼ି ବିବାହିତ ସ୍ତ୍ରୀ ର ସୌଭାଗ୍ୟର ପ୍ରତୀକ ବୋଲି ମାନାଯାଏ । ଚୁଡ଼ି ସ୍ତ୍ରୀ ର ସୁହାଗର ଚିହ୍ନ ଅଟେ । ଚୁଡ଼ି ପିନ୍ଧିବାକୁ ସମସ୍ତେ ପସନ୍ଦ କରନ୍ତି ଓ ନିଜ ନିଜ ପସନ୍ଦ ଅନୁସାରେ ରଙ୍ଗ ବେରଙ୍ଗୀ ଚୁଡ଼ି ହାତରେ ପିନ୍ଧନ୍ତି ।

ଶାଢୀ ବା ଡ୍ରେସ୍ ରଙ୍ଗ ସହ ମିଶାଇ ଚୁଡ଼ି ପିନ୍ଧିବା ପ୍ରାୟ ସବୁ ସ୍ତ୍ରୀ ଙ୍କ ସଉକ ରହିଥାଏ । ତେବେ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହି ଚୁଡ଼ି ପିନ୍ଧିବା କିଣିବା ଓ ଏହାର ରଙ୍ଗ ନେଇ ଅନେକ ପ୍ରକାର ନିୟମ ରହିଛି ଯାହା ମହିଳା ମାନେ ଜାଣିବା ନିହାତି ଆବଶ୍ୟକ ।

କେଉଁ ରଙ୍ଗର ଚୁଡ଼ି ଦେଖି ପୁରୁଷ ସ୍ତ୍ରୀ ଙ୍କ ଦିୱାନା ହୋଇଯାଆନ୍ତି?

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ପୁରୁଷ ମାନେ ସ୍ତ୍ରୀ ହାତରେ ଲାଲ୍ ରଙ୍ଗର ଚୁଡ଼ି ଦେଖି ତାଙ୍କ ପ୍ରତି ବହୁତ ଶୀଘ୍ର ଆକର୍ଷିତ ହୁଅନ୍ତି । ଲାଲ୍ ରଙ୍ଗ ଶୁଭତାର ପ୍ରତୀକ ଅଟେ ଓ ଏହି ରଙ୍ଗକୁ ପ୍ରେମର ପ୍ରତୀକ ବୋଲି ମଧ୍ୟ ମାନାଯାଏ । ପୁରୁଷ ଙ୍କୁ ସ୍ତ୍ରୀ ଙ୍କ ହାତରେ ଲାଲ୍ ରଙ୍ଗ ବହୁତ ସୁନ୍ଦର ଲାଗି ଥାଏ ।

ଲାଲ୍ ରଙ୍ଗର ଚୁଡ଼ିରେ ସୁନ୍ଦର ଡିଜାଇନ୍ ଥିଲେ ପୁରୁଷ ବହୁତ ଶୀଘ୍ର ଏଥି ପ୍ରତି ଆକର୍ଷିତ ହୋଇ ଥାଆନ୍ତି । ବିବାହିତ ସ୍ତ୍ରୀ ହାତରେ ଲାଲ୍ ରଙ୍ଗର ଚୁଡ଼ି ମଧ୍ୟ ଖୁବ୍ ଶୋଭା ପାଇଥାଏ । ଯେଉଁ ରଙ୍ଗର ଚୁଡ଼ି ପିନ୍ଧନ୍ତୁ ନା କାହିଁକି ସେଥିରେ ସବୁବେଳେ ଗୋଟିଏ ହେଲେ ମଧ୍ୟ ଲାଲ୍ ରଙ୍ଗର ଚୁଡ଼ି ନିଶ୍ଚୟ ଯୋଡ଼ି କରି ପିନ୍ଧନ୍ତୁ । ଏହା ଆପଣଙ୍କର ସୁନ୍ଦରତା କୁ ଅନେକ ଗୁଣରେ ବୃଦ୍ଧି କରି ଦେବ ।

ସପ୍ତାହରେ କେଉଁ ଦିନ ଚୁଡ଼ି କିଣିବା ଅନୁଚିତ୍?

ଶାସ୍ତ୍ରରେ କୁହା ଯାଇଛି ବିବାହିତ ମହିଳା କେବେ ମଧ୍ୟ ଶନିବାର ଓ ମଙ୍ଗଳବାର ଦିନ ଚୁଡ଼ି କିଣିବା ଉଚିତ୍ ନୁହେଁ କି ନୂଆ ଚୁଡ଼ି ମଧ୍ୟ ପିନ୍ଧିବା ଉଚିତ୍ ନୁହେଁ । ଏହା ତାଙ୍କ ବୈବାହିକ ଜୀବନ ପ୍ରତି ବିପଦ ଆଣି ଥାଏ । ସମସ୍ତ ବିବାହିତ ମହିଳା ମାନେ ଯେକୌଣସି ଚୁଡ଼ି ପିନ୍ଧିବା ଆଗରୁ ମା ଗୌରୀଙ୍କ ସମ୍ମୁଖରେ ରଖି ପ୍ରାର୍ଥନା କରିବା ଉଚିତ୍ । ଏପରି କଲେ ପତି ପତ୍ନୀ ଙ୍କ ମଧ୍ୟରେ ପ୍ରେମ ବୃଦ୍ଧି ପାଇଥାଏ ଓ ସ୍ଵାମୀଙ୍କ ଆୟୁଷ ମଧ୍ୟ ବୃଦ୍ଧି ହୋଇଥାଏ ।

ସ୍ବାମୀଙ୍କୁ ସମସ୍ତ ଅଘଟଣ ରୁ ସୁରକ୍ଷା ଦେବା ପାଇଁ ସ୍ତ୍ରୀ ର ଚୁଡିରେ ମଧ୍ୟ ଅନେକ ଶକ୍ତି ରହିଥାଏ ବୋଲି ବିଶ୍ୱାସ କରାଯାଏ । ଆହୁରି ମଧ୍ୟ ଚୁଡ଼ି ପିନ୍ଧିବା ପରେ ଶାଶୁ ଓ ଘରେ ଥିବା ସମସ୍ତ ବୟୋଜ୍ୟେଷ୍ଠ ମହିଳାଙ୍କ ଚରଣ ଛୁଇଁ ଆଶୀର୍ବାଦ ନେବା ଆବଶ୍ୟକ । ବଡ଼ ମାନଙ୍କର ଆଶୀର୍ବାଦରେ ଆପଣ ନିଶ୍ଚୟ ସୁଖୀ ବୈବାହିକ ଜୀବନ ଅତିବାହିତ କରିବେ ।

ବିବାହିତ ସ୍ତ୍ରୀ କେଉଁ ରଙ୍ଗର ଚୁଡ଼ି ପିନ୍ଧିବା ଅନୁଚିତ୍?

ବିବାହିତ ମହିଳା ମାନେ କେବେ ମଧ୍ୟ ଧଳା ଏବଂ କଳା ରଙ୍ଗର ଚୁଡ଼ି ପିନ୍ଧିବା ଉଚିତ୍ ନୁହେଁ । ଧଳା ରଙ୍ଗ ବିଧବା ମାନଙ୍କର ପ୍ରତୀକ ଓ କଳା ରଙ୍ଗକୁ ମୃତ୍ୟୁର ପ୍ରତୀକ ବୋଲି କୁହାଯାଏ । ଏହି ଦୁଇ ରଙ୍ଗର ଚୁଡ଼ି ପିନ୍ଧିଲେ ସ୍ଵାମୀଙ୍କ ପ୍ରତି ଦୁର୍ଭାଗ୍ୟ ଆସିଥାଏ ଓ କୌଣସି ମଧ୍ୟ ଅଘଟଣ ଘଟିଥାଏ ।

ଏହା ବ୍ୟତୀତ ବିବାହିତ ସ୍ତ୍ରୀ ଙ୍କୁ ଭାଙ୍ଗି ଯାଇଥିବା କିମ୍ବା ହାଲୁକା ଭାବେ ମଧ୍ୟ ଚଡକି ଯାଇଥିବା ଚୁଡ଼ି ପିନ୍ଧିବା ଅନୁଚିତ୍ ଅଟେ । ସେହିପରି ବିବାହିତ ମହିଳା ମାନଙ୍କୁ ଚୁଡ଼ି ନ ପିନ୍ଧି ନିଜ ହାତ ଖାଲି ରଖିବା ମଧ୍ୟ ଅଶୁଭ ଅଟେ । ସ୍ତ୍ରୀ ମାନେ ନିଜ ହାତରେ ଅତି କମ୍ ରେ ଗୋଟିଏ କିମ୍ବା ଦୁଇଟି ଚୁଡ଼ି ଅବଶ୍ୟ ପିନ୍ଧିବା ଉଚିତ୍ ଅଟେ ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *