ଅନେକ ସମୟରେ ଆମେ ଭାବିଥାଉ ସମ୍ପୂର୍ଣ୍ଣ ହୃଦୟରେ ମା ଲକ୍ଷ୍ମୀଙ୍କ ପୂଜା କରିବା ପରେ ମଧ୍ୟ କାହିଁକି ସେ ପ୍ରସନ୍ନ ହେଉ ନାହାଁନ୍ତି ଓ ଆମ ଘରେ ଏବଂ ଜୀବନରେ ସୁଖ ସମୃଦ୍ଧି ଆସୁ ନାହିଁ ।
ତେବେ ପ୍ରତ୍ୟେକ ଦେବା ଦେବୀଙ୍କୁ ପୂଜା ଓ ଭକ୍ତି କରିବାର ସ୍ଵତନ୍ତ୍ର ନିୟମ ରହିଛି । ନଚେତ୍ କୌଣସି ଫଳ ମିଳିବ ନାହିଁ । ସେହିପରି ମା ଲକ୍ଷ୍ମୀଙ୍କୁ ଘରେ ସ୍ଥାନ ଦେବାକୁ ହେଲେ ଓ ତାଙ୍କ ଆଶୀର୍ବାଦ ପାଇବାକୁ ହେଲେ ଆପଣଙ୍କୁ ମଧ୍ୟ କେତେକ ଗୁରୁତ୍ୱପୂର୍ଣ୍ଣ ବିଷୟ ପ୍ରତି ଧ୍ୟାନ ଦେବା ଆବଶ୍ୟକ ରହିଛି ।
ସୌଭାଗ୍ୟର ଦେବୀ ମା ଲକ୍ଷ୍ମୀ ଓ ତାଙ୍କ ଭଉଣୀ ଦୁର୍ଭାଗ୍ୟର ଦେବୀ ଅଲକ୍ଷ୍ମୀ ଦିନର ଏକ ବିଶିଷ୍ଟ ସମୟରେ ଦୁଇ ଜଣ ଏକା ସାଥିରେ ଭ୍ରମଣ ପାଇଁ ବାହାରନ୍ତି । ଏହି ଦୁଇ ଜଣଙ୍କ ଭ୍ରମଣ ସମୟ ସକାଳ ୬:୩୦ ରୁ ୭:୩୦ ଓ ସନ୍ଧ୍ୟା ୬:୩୦ ରୁ ୭:୩୦ ମଧ୍ୟରେ ହୋଇଥାଏ । ଏହି ସମୟରେ ମା ଲକ୍ଷ୍ମୀଙ୍କୁ ତାଙ୍କ ଭଉଣୀ ଅଲକ୍ଷ୍ମୀଙ୍କୁ ଯେଉଁ ଘର ପସନ୍ଦ ଆସେ ସେମାନେ ସେହି ଘରେ ପ୍ରବେଶ କରିଥାନ୍ତି ।
ତେଣୁ ଏହି ବିଶିଷ୍ଟ ସମୟରେ ମା ଲକ୍ଷ୍ମୀ ହିଁ ଆପଣଙ୍କ ଗୃହ ପ୍ରତି ଆକର୍ଷିତ ହୁଅନ୍ତୁ ବୋଲି ଆପଣ ଚେଷ୍ଟା କରିବା ଆବଶ୍ୟକ । ତେବେ ଚାଲନ୍ତୁ ଜାଣିବା ଦିନର ଏହି ଦୁଇଟି ବିଶିଷ୍ଟ ସମୟରେ ମା ଲକ୍ଷ୍ମୀ ଆପଣଙ୍କ ଘରକୁ ପ୍ରବେଶ କରନ୍ତୁ ବୋଲି ଆପଣଙ୍କୁ କେଉଁ ବିଷୟ ଗୁଡ଼ିକ ପ୍ରତି ଧ୍ୟାନ ଦେବାକୁ ପଡ଼ିବ ।
-ପ୍ରଥମ ବିଷୟ ଧ୍ୟାନରେ ରଖନ୍ତୁ ମା ଲକ୍ଷ୍ମୀ ଅଳିଆ ଆବର୍ଜ୍ଜନାକୁ ଅତ୍ୟନ୍ତ ଘୃଣା କରନ୍ତି । ସେଥିପାଇଁ ସକାଳ ଓ ସନ୍ଧ୍ୟାର ସେହି ବିଶିଷ୍ଟ ସମୟରେ ଘରର ମୁଖ୍ୟ ଦ୍ଵାରରେ କୌଣସି ପ୍ରକାର ଆବର୍ଜ୍ଜନା ପଡ଼ିବାକୁ ଦିଅନ୍ତୁ ନାହିଁ । ନଚେତ୍ ମା ଲକ୍ଷ୍ମୀ ଆପଣଙ୍କ ଘରୁ ଲେଉଟି ଯିବେ ଓ ଆବର୍ଜନାକୁ ପସନ୍ଦ କରୁଥିବା ଅଲକ୍ଷ୍ମୀ ଆପଣଙ୍କ ଘରେ ପ୍ରବେଶ କରିବେ । ଯାହା ଦ୍ଵାରା ଆପଣଙ୍କ ଘରେ ଦୁର୍ଭାଗ୍ୟ ବାସ କରିବ ।
-ଏହା ସହ ଘରର ମୁଖ୍ୟ ଦ୍ଵାରର ଚଉକାଠ ପାଖେ ରଙ୍ଗୋଲି ବା ସ୍ଵସ୍ତିକ ପରି କୌଣସି ଶୁଭ ଚିହ୍ନ ଆଙ୍କି ରଖନ୍ତୁ ବା ଦୀପ ଜଳାଇ ରଖନ୍ତୁ । ଯାହା କି ମା ଲକ୍ଷ୍ମୀଙ୍କ ସ୍ବାଗତ କଳା ପରି ପ୍ରତିତ ହେଉଥିବ ।
– ଏହି ଏକ ଘଣ୍ଟାର ଅବଧି ମଧ୍ୟରେ ଘରେ, ଦୋକାନ ବା ଅଫିସରେ ଥିବା ଆରାଧ୍ୟ ଦେବତାଙ୍କ ପୂଜା ଅବଶ୍ୟ କରନ୍ତୁ । ଦୀପ ବା ଅଗରବତି ଜଳାନ୍ତୁ ଓ କୌଣସି ମିଠା ଜିନିଷର ଭୋଗ ଲଗାନ୍ତୁ । ଏହା ଦ୍ବାରା ମା ଲକ୍ଷ୍ମୀ ପ୍ରସନ୍ନ ହେବେ ।
– ସକାଳ ଓ ସନ୍ଧ୍ୟା ୬:୩୦ ରୁ ୭:୩୦ ସମୟ ମଧ୍ୟରେ ନିଜ ଘରର ଚଉକାଠ ଉପରେ ଭୁଲ୍ ରେ ମଧ୍ୟ ବସନ୍ତୁ ନାହିଁ । ମୁଖ୍ୟ ଦ୍ଵାରା ଉପରେ ଗଣେଶଙ୍କ ମୂର୍ତ୍ତି ବା ଚିତ୍ର ଲଗାନ୍ତୁ ଓ ଘର ଅଗଣାରେ ଥିବା ତୁଳସୀ ଚଉରାରେ ଅବଶ୍ୟ ଦୀପ ଜଳାନ୍ତୁ ।
– ଏହି ଏକ ଘଣ୍ଟା ମଧ୍ୟରେ କୌଣସି ଜିନିଷ ନ ଖାଇବାକୁ ବା ନ ପିଇବାକୁ ଚେଷ୍ଟା କରନ୍ତୁ । ଈଶ୍ବରଙ୍କ ପୂଜା କରିବା ପରେ ଭୋଜନ କରନ୍ତୁ ଓ ଏହି ସମୟରେ ମୁହଁରେ କୌଣସି ଅପଶଦ୍ଦ ବ୍ୟବହାର କରନ୍ତୁ ନାହିଁ ।
– ଦିନର ଏହି ଦୁଇଟି ସମୟରେ ଉଭୟ ମହିଳା ଓ ପୁରୁଷଙ୍କୁ ଶୟନ କରିବା ଉଚିତ୍ ନୁହେଁ । ଯେଉଁ ଘରର ମହିଳା ଏହି ସମୟରେ ଶୋଇ ରୁହନ୍ତୁ ଏପରି ଘରେ ଅଲକ୍ଷ୍ମୀ ପ୍ରବେଶ କରନ୍ତି । କାରଣ ଅଲକ୍ଷ୍ମୀଙ୍କୁ ଅଳସୁଆ ଓ କଳିହୁଡ଼ି ସ୍ତ୍ରୀ ହିଁ ପସନ୍ଦ ଲାଗନ୍ତି ।
ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।