Health Tips- ହାତ ଝିମିଝିମି ହେବା ବା ଶୂନ ହୋଇଯିବା ହେଇପାରେ ଏହି ବଡ ରୋଗର ଲକ୍ଷଣ ! ସମସ୍ଯା ଥାଇ ହୁଅନ୍ତୁ ସାବଧାନ !

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଶରୀର ଅଛି ତ ରୋଗ ବେମାରୀ ମଧ୍ୟ ରହିଅଛି । ତେବେ ରୋଗ ବେମାରୀ ରହିଛି ସେଥିପାଇଁ ଏହାର ସମାଧାନ ମଧ୍ୟ ରହିଅଛି । ଆଜି ଆପଣ ମାନେ କାର୍ପେଲ ଟର୍ନଳ ସିନ୍ଡ୍ରୋମ ବିଷୟରେ ଜାଣିବାକୁ ପାଇବେ । ଯେତେବେଳେ ଶରୀରର ସର୍ବାଇକଲ୍ ସ୍ନାୟୁ ହାତକୁ ଯିବା ବାଟରେ  ଯେତେବେଳେ ହାତ ପାପୁରୀର ତଳ ଭାଗ ମଣିବନ୍ଧ ବା ରିଷ୍ଟ ପାଖରେ କୌଣସି କାରଣ ବଶତଃ ଚାପ ପଡି ଦବିଜାଇଥାଏ । ତାହାକୁ କାର୍ପେଲ୍ ଟର୍ନଳ ଶିଣ୍ଡ୍ରୋମ ବୋଲି କୁହାଯାଇଥାଏ ।

ଏହା ହେବା କାରଣରୁ ହାତରେ ଦରଜ ହେବା ସହ ହାତ ଝିମ୍ ଝିମ୍ ହୋଯାଇଥାଏ । ବେଳେ ହାତରେ ଶୂନ୍ୟପଣ ଅନୁଭବ ହୋଇଥାଏ । ପୁରୁଷ ମାନଙ୍କ ଅପେକ୍ଷା ମହିଳା ମାନଙ୍କ କ୍ଷେତ୍ରରେ କାର୍ପେଲ ଟର୍ନଳ ଅଧିକ ହେବାର ଦେଖାଯାଇଥାଏ  ବୟସ ବଢିବା ସହ ହରମୋନର ଇମବାଲାନ୍ସ କାରଣରୁ ଏହା ପ୍ରାୟତଃ ହୋଇଥାଏ । କାର୍ପେଲ ଟର୍ନଳ ହେବାର ମୁଖ୍ୟତଃ ଭାବରେ ୨ ଟି କାରଣ ରହିଥାଏ ।

ପ୍ରଥମେ ହାତର ମଣିବନ୍ଧ ପାଖରେ କିଛି ଅଂଶର ସାଇଜ ବଢିଯିବା କିମ୍ବା ଆଖ ପାଖ ଟିସୁରେ କିଛିରେ କୌଣସି ପ୍ରକାର ସମସ୍ଯା ଥିଲେ । ଏହି କାର୍ପେଲ ଟର୍ନଳ ହୋଇଥାଏ । ପ୍ରଥମେ ପ୍ରଥମେ କେବଳ ହାତର ପାପୁଲିର ଆଙ୍ଗୁଠି ଓ ସଂପୂର୍ଣ୍ଣ ପାପୁଲିରେ ଯନ୍ତ୍ରଣା ଅନୁଭୂତ ହୋଇଥାଏ । ଧୀରେ ଧୀରେ କରି ଏହି ଯନ୍ତ୍ରଣା ସେହି ହାତର ସଂପୂର୍ଣ୍ଣ ହାତରେ ଅନୁଭୂତ ହୋଇଥାଏ ।

ରାତି ସମୟରେ ଶୋଇବା ବେଳେ ଏହି ଯନ୍ତ୍ରଣା ଅଧିକ ବଢି ଗୁରୁତର ହୋଇଯାଇଥାଏ । ହାତରେ କାର୍ପେଲ ଟର୍ନଳ ଶିଣ୍ଡ୍ରୋମ ହୋଇଛି କି ନାହିଁ, ଜାଣିବାକୁ ଏକ ପ୍ରକାର EMGNCV ଟେଷ୍ଟ କରିବା ପାଇଁ ପଡିଥାଏ । ପ୍ରଥମେ ପ୍ରଥମେ ଏଭଳି କାର୍ପେଲ ଟର୍ନଳ ହୋଇଥିଲେ । କିଛି ମେଡ଼ିସିନ ଦେଇ ତାହାକୁ ଠିକ କରାଯାଇଥାଏ ।

ଯଦି ମେଡ଼ିସିନ ଦ୍ଵାରା ହାତର ଯନ୍ତ୍ରଣା ଠିକ ହୋଇପାରିନଥାଏ । ତେବେ ତାହାକୁ ଠିକ କରିବା ପାଇଁ ହାତର ମଣିବନ୍ଧ ପାଖରେ ଅଳ୍ପ ସମୟ ଅବଧି ମଧ୍ୟରେ ଛୋଟ ସର୍ଜରୀ କରାଯାଇଥାଏ । ୩ ମାସ ମେଡ଼ିସିନ କମ୍ପ୍ଲିଟ କରି ମଧ୍ୟ ଯେଉଁ ମାନଙ୍କର ହାତର ଯନ୍ତ୍ରଣାରେ କିଛି ଲାଭ ଆସିନଥାଏ । ତେବେ ସେମାନଙ୍କ କ୍ଷେତ୍ରରେ ସର୍ଜରୀର ଆବଶ୍ୟକତା ପଡିଥାଏ ।

ହାତରେ କାର୍ପେଲ ଟର୍ନଳ ଶିଣ୍ଡ୍ରୋମ ସମସ୍ଯା ରହୁଥିବା ବ୍ୟକ୍ତି ମାନଙ୍କୁ ସ୍ପ୍ଲିନ୍ଟ ବ୍ୟବହାର କରିବା ପାଇଁ ଦିଆଯାଇଥାଏ । ଯେଉଁ ମାନେ ଥାଇରଏଡ କିମ୍ବା ଡାଇବେଟିସରେ ପୀଡିତ ଥିବେ । ସେମାନେ ମେଡ଼ିସିନ ଦ୍ଵାରା ରୋଗକୁ କଣ୍ଟ୍ରୋଲ କରି ରଖିପାରିବେ । ଯାହା ଦ୍ଵାରା ହାତରେ ଯନ୍ତ୍ରଣା ମଧ୍ୟ କମ୍ ହୋଇଯାଇଥାଏ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜ୍କୁ ଲାଇକ୍, କମେଣ୍ଟ ଓ ଶେୟାର ନିହାତି ଭାବେ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *