ହନୁମାନ ଚାଳିଶା ପାଠ ସତ୍ବେ ବି କାର୍ଯ୍ୟରେ ବିଫଳ ହେଉଛନ୍ତି, ହନୁମାନ ଚାଳିଶା ପାଠ କରିବାର ସଠିକ ବିଧି ଜାଣନ୍ତୁ…Hanuman Chalisha

ବନ୍ଧୁଗଣ ସବୁ ରୋଗ, ଦୁଃଖ, ଅଭାବ, ଭୟ ଏ ସବୁଥିରୁ ରକ୍ଷା ପାଇବା ପାଇଁ ହନୁମାନ ଚାଳିଶା ପାଠ କରିବା ସବୁଠାରୁ ଭଲ ଉପାୟ ଅଟେ । କାରଣ ହନୁମାନ ଚାଳିଶାରେ ଏଭଳି ଏକ ଶକ୍ତିଶାଳୀ ପାୱାର ରହିଛି । ଯାହାକୁ ପଢିବା ପରେ ବ୍ୟକ୍ତି ଭାଗ୍ୟର ଉନ୍ନତି ହୋଇଥାଏ ବୋଲି କୁହାଯାଇଥାଏ । ହନୁମାନ ଚାଳିଶା ପଢିବା ପରେ ମଧ୍ୟ ସେଥିରୁ ସୁଫଳ କିଛି ମିଳୁନାହିଁ ବୋଲି ଅନେକଙ୍କ ମନରେ ପ୍ରଶ୍ନ ଆସିଥାଏ ? ତେବେ ଏହା କାହିଁକି ହୋଇଥାଏ ? ଏଥିସହ ହନୁମାନ ଚାଳିଶାକୁ କିଭଳି ଭାବେ ନୀତିର ସହ ପାଠ କରିବେ ସେ ସମ୍ପର୍କରେ ଚାଲନ୍ତୁ ଜାଣିବା ।

1- ଯେତେବେଳେ ହନୁମାନ ଚାଳିଶା ପାଠ କରିବାକୁ ବସୁଛନ୍ତି । ସେତେବେଳେ ପ୍ରଥମେ ବ୍ୟକ୍ତି ସ୍ବଚ୍ଛ ହୋଇ ଏକ ଆସନରେ ବସିବା ଉଚିତ । ଭଗବାନ ହନୁମାନଙ୍କ ଫୋଟ କି ମୂର୍ତ୍ତି ତାଙ୍କ ସମ୍ମୁଖରେ ରହିଥିବା ଦରକାର । ଏହାସହ ଚାଳିଶାକୁ ପାଠ କରିବା ପୂର୍ବରୁ ଏକ ଗ୍ଳାସରେ ପାଣି ଭର୍ତ୍ତି କରି ହନୁମାନଙ୍କ ସମ୍ମୁଖରେ ରଖି ହନୁମାନ ଚାଳିଶା ପାଠ କରନ୍ତୁ । ଚାଳିଶା ପାଠ କରିସାରିବା ପରେ ସେହି ପାଣିକୁ ଆପଣ ପ୍ରସାଦ ରୂପେ ସେବନ କରିବେ ।

ହନୁମାନ ଚାଳିଶା ପଢିବା ପାଇଁ ଦିନ ହେଉ ଅବା ସନ୍ଧ୍ଯା ଗୋଟିଏ ନିର୍ଦ୍ଧିଷ୍ଟ ସମୟ କରନ୍ତୁ । ସେହି ସମୟରେ ଆପଣ ଯେତେ ମଧ୍ୟ କାମ ରହିଥାଉ । ଆପଣ ପୁରା ଭକ୍ତିର ସହ ହନୁମାନ ଚାଳିଶାକୁ ପାଠ କରନ୍ତୁ ।

2- ହନୁମାନ ଚାଳିଶା ପାଠ କରୁଥିବା ଲୋକ ପ୍ରଥମେ ନିଜ ଚରିତ୍ରକୁ ଭଲ କରି ରଖିବା ଉଚିତ । କାରଣ ଯେଉଁ ଲୋକର ଚରିତ୍ର ଭଲ ହୋଇନଥିବ । ସର୍ବଦା ସେହି ବ୍ୟକ୍ତି କିଛି ନ କିଛି କୁ କର୍ମରେ ଲୀପ୍ତ ରହୁଥିବ । ସେହିପରି ଲୋକ ଯେତେ ମଧ୍ୟ ହନୁମାନ ଚାଳିଶା ପାଠ କରନ୍ତୁ । କି ଭଗବାନଙ୍କର ପୂଜା ଆରାଧନା କରନ୍ତୁ । ସେଥିରୁ ତାଙ୍କୁ କିଛି ମଧ୍ୟ ସୁଫଳ ମିଳିପାରିନଥାଏ ।

ବିଶେଷ କରି ହନୁମାନ ଚାଳିଶା ନିଷ୍ଠାର ସହ ପାଠ କରୁଥିବା ଲୋକ ମଦ୍ୟ,ମାଂସ ଠାରୁ ନିଜକୁ ଦୂରେଇ ରଖିବା ଉଚିତ । କାରଣ ସେହି ସବୁ ଆମିଷ ଦ୍ରବ୍ୟ ସେବନ ଦ୍ଵାରା ମନରେ ଆଧ୍ୟାତ୍ମିକ ଚେତନା ଜାଗ୍ରତ ହୋଇପାରିନଥାଏ । ତେଣୁ ଯଥା ସମ୍ଭବ ସାତ୍ଵିକ ତଥା ନିରାମିଷ ଭୋଜନ କରିବାକୁ ଚେଷ୍ଟା କରନ୍ତୁ । ଆପଣଙ୍କର ଯେତେ ମଧ୍ୟ କାମ ପଡିଯାଉ । ହେଲେ ପ୍ରତିଦିନ ହନୁମାନ ଚାଳିଶା ପାଠ କରିବାକୁ ଚେଷ୍ଟା କରନ୍ତୁ । ବନ୍ଧୁଗଣ ଆଶା କରୁଛୁ ।

ଆପଣ ମାନଙ୍କୁ ଏହି ପୋଷ୍ଟଟି ନିହାତି ଭାବେ ପସନ୍ଦ ଆସିଥିବ । ତେବେ ପେଜକୁ ଗୋଟେ ଲାଇକ୍ ଓ ଶେୟାର କରନ୍ତୁ । ଏଥିସହ କମେଣ୍ଟରେ ଜୟ ଶ୍ରୀ ରାମ ଲେଖିକି ଆମକୁ ଅବଶ୍ୟ ଜଣାନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *