ଆପଣଙ୍କ ହାତରେ ଅଛି କି ଏହିପରି “M” ଚିହ୍ନ, ତେବେ ଏହାକୁ ଥରେ ନିଶ୍ଚୟ ପଢନ୍ତୁ- Jyotish Shastra

ବନ୍ଧୁଗଣ କୁହାଯାଏ ମଣିଷର କପାଳ, କର ଓ କସ୍ତି ମଣିଷର ଭାଗ୍ୟ ଏବଂ ଭବିଷ୍ୟତକୁ ନିୟନ୍ତ୍ରଣ କରିଥାଏ । କର ଅର୍ଥାତ ମଣିଷର ପାପୁଲିରେ ଥିବା ରେଖା ଗୁଡିକୁ ବୁଝାଇଥାଏ । ମଣିଷ ହାତ ପାପୁଲିରେ ବିଭିନ୍ନ ରେଖା ମାନ ରହିଅଛି ।

ଏହି ସବୁ ରେଖା ଗୁଡିକୁ ଆଧାର କରି ମଣିଷ ନିଜ ଭାଗ୍ୟ ଓ ନିଜ ଭବିଷ୍ୟତ ବିଷୟରେ ବହୁତ କିଛି ଜାଣିପାରିବ । ଏହି ହାତ ପାପୁଲିରେ ଥିବା ରେଖା ଗୁଡିକ କିଛି ମାତ୍ରାରେ ଶୁଭ ଫଳ ଦେଇଥାଏ ତ ଆଉ କିଛି ମାତ୍ରାରେ ଅଶୁଭ ଫଳ ଦେଇଥାଏ ।

ମଣିଷ ହାତ ଦେଖି ଜ୍ୟୋତିଷ୍ୟ ମାନେ ମଣିଷ ଭବିଷ୍ୟ ବିଷୟରେ ଗଣନା କରିଥାନ୍ତି । ଯେମିତିକି ନାରୀ ମାନଙ୍କ ହାତରେ ବାମ ହସ୍ତ ଓ ପୁରୁଷ ମାନଙ୍କ ହାତରେ ଦକ୍ଷିଣ ହସ୍ତ । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ମଣିଷ ହାତ ପାପୁଲିରେ ଥିବା ଏପରି ଏକରେଖା ବିଷୟରେ କହିବାକୁ ଯାଉଛୁ ଯାହା ମଣିଷ ପାଇଁ ବହୁତ ଶୁଭ ହୋଇଥାଏ । ଏହି ସବୁ ରେଖା ରହିବା ଦ୍ଵାରା ମଣିଷ ନିଜ ଜୀବନରେ ସମସ୍ତ ପ୍ରକାରର ସୁଖ ସମୃଦ୍ଧି ପାଇଥାଏ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ସବୁ ରେଖା ଗୁଡିକ ବିଷୟରେ ।

ବନ୍ଧୁଗଣ ଯଦି କୌଣସି ମଣିଷର ହାତ ପାପୁଲିରେ ଇଂରାଜୀ ଶବ୍ଦ M ରହିଥାଏ ତା ହେଲେ ଏହା ମଣିଷ ପାଇଁ ଅତ୍ୟନ୍ତ ଶୁଭ ଅଟେ । ଏହି ମଣିଷ ମାନଙ୍କୁ ସର୍ବଦା ଏକ ଅଦୃଶ୍ୟ ଶକ୍ତି ମାର୍ଗ ଦର୍ଶନ ଦେଇଥାଏ । ଏହି ରେଖା ମଣିଷକୁ ସମସ୍ତ ପ୍ରକାରର ବାଧା ବିଘ୍ନରୁ ରକ୍ଷା କରିଥାଏ । ଏହି ରେଖାଟି ଜୀବନ ରେଖା ସହିତ ଜଡିତ ହୋଇ ରହିଥାଏ ଯାହା ମଣିଷ ଜୀବନରେ ଆସୁଥିବା ସମସ୍ତ ସମସ୍ୟାକୁ ଦୂର କରିଥାଏ ।


ବନ୍ଧୁଗଣ ଏହି ରେଖା ଥିବା ବ୍ୟକ୍ତି ସାରା ଜୀବନ ଖୁସିରେ ରହିଥାନ୍ତି ଓ ଏମାନେ ବହୁତ ଭାଗ୍ୟଶାଳୀ ମଧ୍ୟ ହୋଇଥାନ୍ତି । ସମସ୍ତ ପ୍ରକାରର ଦୁଃଖ ଏବଂ ସମସ୍ୟା ଏମାନଙ୍କ ଠାରୁ ଦୂରେଇ ରହିଥାଏ । ଏହି ଲୋକମାନେ ନିଜର ଜୀବନକୁ ବହୁତ ଆନନ୍ଦର ସହ ଅତିବାହିତ କରିଥାନ୍ତି । ବନ୍ଧୁଗଣ ଏହି ଭାଗ୍ୟଶାଳୀ ରେଖାଟି ବହୁତ କମ ଲୋକଙ୍କ ହାତରେ ରହିଥାଏ ଯାହା ମଣିଷ ଭାଗ୍ୟକୁ ବଦଳାଇ ପାରେ ।


ଯେଉଁ ବ୍ୟକ୍ତିଙ୍କ ହାତରେ ଏହି ଚିହ୍ନ ସ୍ପର୍ଷ୍ଟ ଭାବରେ ରହିଥାଏ ସେମାନେ ନିଜ ଭବିଷ୍ୟତକୁ ନେଇ ବହୁତ ସଜାଗ ରହିଥାନ୍ତି । ଏହି ଲୋକମାନେ ପ୍ରତ୍ୟକ କାର୍ଯ୍ୟରେ ସଫଳତା ହାସଲ କରିଥାନ୍ତି । ଏହି ବ୍ୟକ୍ତି ମାନେ ସବୁବେଳେ ଉଛ ଆଶାବାଡି ହୋଇଥାନ୍ତି । ଏହି ଚିହ୍ନ ଥିବା ବ୍ୟକ୍ତି ବିଶେଷ ମାନଙ୍କ କଳ୍ପନା ଶକ୍ତି ବହୁତ ଭଲ ହୋଇଥାଏ ।

ଏହି ବ୍ୟକ୍ତି ବିଶେଷ ମାନେ ବିଶେଷ ରୂପରେ ସୁନାମ ଅର୍ଜନ କରିଥାନ୍ତି । ଭବିଷ୍ୟତରେ ଏହି ବ୍ୟକ୍ତି ବିଶେଷଙ୍କ ପାଖରେ କେବେହେଲେ ଟଙ୍କା ପଇସାର ଅଭାବ ରହିନଥାଏ । ଏମାନଙ୍କୁ ଦୁନିଆର ସମସ୍ତ ସୁଖ ସୁବିଧା ମିଳିଥାଏ ଓ ଏମାନେ ନିଜ ଜୀବନରେ ବହୁତ ଉନ୍ନତି କରିଥାନ୍ତି ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *