ଭଗବାନ ଶ୍ରୀ କୃଷ୍ଣ ନିଜେ କହିଛନ୍ତି, ପ୍ରତିଦିନ ଗାଈକୁ ଏହି ୧ ଫଳ ଖୁଆଇବା ଦ୍ଵାରା ଦରିଦ୍ରତା ସବୁଦିନ ପାଇଁ ଦୂର ହୋଇଯାଏ- Vastu Tips

ନମସ୍କାର ବନ୍ଧୁଗଣ ଭଗବାନ ଶ୍ରୀକୃଷ୍ଣ ଙ୍କ ଅନୁସାରେ ପ୍ରତିଦିନ ଗାଈ କୁ ଏହି ଫଳ ଖୁଆଇଲେ ଦରିଦ୍ରତା ଦୁଃଖ କଷ୍ଟ ସବୁ ଦୁର ହୋଇ ଯାଇଥାଏ । ଏବଂ ବ୍ୟକ୍ତି ଉପରେ ମାତା ଲକ୍ଷ୍ମୀ ପ୍ରସନ୍ନ ହୋଇ ଯାଆନ୍ତି ।

ଭଗବାନ ଶ୍ରୀକୃଷ୍ଣ କୁହନ୍ତି କି ଗାଈ ସମସ୍ତ ସଂସାର ର ମାତା ସ୍ୱରୂପ । ଗାଈ ଭିତରେ ହିଁ ସବୁ ଦେବୀ ଦେବତାଙ୍କ ବାସ ଅଛି । ଅତଃ ଗୋସେବା କଲେ ଅନେକ ପୁଣ୍ୟ ମିଳିଥାଏ । ଏବଂ ଦୁଃଖ କଷ୍ଟ ଅସୁବିଧା ମଧ୍ୟ ଦୁର ହୋଇ ଯାଇ ଥାଏ ।

ଯଦି କେହି ମନୁଷ୍ୟ ଗାଈ ର ସେବା କରିଥାଏ । ତେବେ ତାର ସବୁ ଜନ୍ମ ର ପାପ ନଷ୍ଟ ହୋଇ ଯାଏ । ଏବଂ ତାକୁ ପୁଣ୍ୟ ର ପ୍ରାପ୍ତି ମଧ୍ୟ ହୋଇଥାଏ । ଗାଈ କୁ ସେବା କରୁଥିବା ବ୍ୟକ୍ତି ମୃତ୍ୟୁ ପରେ ବୈକୁଣ୍ଠ ରେ ଯାଇ ବାସ କରନ୍ତି । ଗାଈ ହିନ୍ଦୁ ଧର୍ମର ସବୁଠାରୁ ପଵିତ୍ର ପଶୁ ଅଟେ । ସେମିତି ରେ ସବୁ ପଶୁ ପୂଜନୀୟ ହିନ୍ଦୁ ଧର୍ମ ରେ ସବୁ ପଶୁ ପକ୍ଷୀ କୁ ପୂଜା କରା ଯାଇଥାଏ । ସଂସାର ର ସବୁଠାରୁ ମହାନ ଧର୍ମ ସନାତନ ହିନ୍ଦୁ ଧର୍ମ ସମସ୍ତ ପଶୁ ପକ୍ଷୀ ଙ୍କ ଉପରେ ଦୟା ଏବଂ କରୁଣ ଭାବ ଶିକ୍ଷା ଦେଇ ଥାଏ ।

ଆମ ପୁରାଣ ଧର୍ମ ଅନୁସାରେ ଗୋମାତା କାମଧେନୁଙ୍କ ରୂପ ବୋଲି ମାନନ୍ତି । କାମଧେନୁ ମାତା ସମସ୍ତ ଇଚ୍ଛା କୁ ପୂରଣ କରିଥାନ୍ତି । ଏବଂ ଆଙ୍କୁ ପୂଜା କଲେ ସମସ୍ତ ଦେବୀ ଦେଵତା ଙ୍କ ପୂଜାର ଫଳ ଏବଂ ପୁଣ୍ୟ ମିଳିଥାଏ । ତେବେ ଆଜି ଆମେ ଗୋମାତା ଙ୍କ ଠାରୁ କିପରି ଆଶୀର୍ବାଦ ପାଇବା ଏବଂ ନିଜର ମନସ୍କାମନା କହିବା ଏବଂ ସଫଳ ହେବା ସେ ବିଷୟରେ ଆଲୋଚନା କରିବୁ ।

ଗୋମାତା ଙ୍କ ସିଙ୍ଗ ରେ ସ୍ୱୟଂ ଭଗବାନ ବେଦ ବ୍ୟାସ ରମଣ କରନ୍ତି । ସେଥିପାଇଁ ଯେବେବି ଆପଣଙ୍କ ଦୁଆର ମୁହଁରେ ଗାଈ ଆସିଲେ କିମ୍ବା ଗୃହ ରେ ଗାଈ ରଖିଥିଲେ ତାଙ୍କୁ ସର୍ଵଦା ତାଙ୍କ ମୁଣ୍ଡ କୁ ଯୋଡ଼ି ପ୍ରଣାମ କରିବା ଉଚିତ । ଗୋମାତା ଙ୍କ ସିଙ୍ଗ ର ଜଡ ରେ ଦେବୀ ପାର୍ବତୀ ଏବଂ ମଧ୍ୟ ଭାଗରେ ସଦାଶିବ ରୁହନ୍ତି । ଗୋମାତା ଙ୍କ କାନ୍ଧ ରେ ବୃହସ୍ପତି ଏବଂ ମଥାରେ ବ୍ରହ୍ମ ଦେବ ଏବଂ ଆଖି ରେ ସୂର୍ଯ୍ୟ ଏବଂ ଚନ୍ଦ୍ର ଏବଂ ଲଲାଟ ରେ ଶଙ୍କର ଏବଂ କାନ ରେ ଅଶ୍ୱିନୀ କୁମାର ବାସ କରନ୍ତି । ତେଣୁ ଆପଣ ଗାଈ ର ସେବା କଲେ ସମସ୍ତ ଦେବୀ ଦେବତାଙ୍କ ଆଶୀର୍ବାଦ ମଧ୍ୟ ମିଳିବ । ଗୋମାତା ଙ୍କ ଜିଭ ରେ ମାତା ସରସ୍ୱତୀ ବାସ କରନ୍ତି ।

ଏହି ଭଳି ସବୁ ଦେବୀ ଦେଵତା ଗୋମାତାଙ୍କ ଶରୀର ରେ ରହୁଛନ୍ତି । ଏବଂ ଗୋମୂତ୍ର ରେ ସାକ୍ଷାତ ଗଙ୍ଗା ବାସ କରନ୍ତି । ଗାଈ କୁ ଭଲ ଭାବରେ ଜଳରେ ସ୍ନାନ କରାଇ ରୁଟି ଖାଇବାକୁ ଦେବା ଉଚିତ । ପୁରାଣ ଅନୁସାରେ ଗାଈ କୁ ପ୍ରତିଦିନ କଦଳି ଖୁଆଇଲେ ବଡ ପୁଣ୍ୟ ମିଳିଥାଏ । କଦଳୀ ଭଗବାନ ବିଷ୍ଣୁ ଙ୍କ ର ଅତି ପ୍ରିୟ ଫଳ ଅଟେ ।

ତେଣୁ ଏହାକୁ ଗୋମାତା ଙ୍କୁ ଖୁଆଇଲେ ଜୀବନରେ ଥିବା ଦୁଃଖ କଷ୍ଟ ଦାରିଦ୍ର୍ୟ ସମସ୍ତ ଅସୁବିଧା ଦୁର ହୋଇଥାଏ । ଦ୍ୱାର ରେ ଆସିଥିବା ଗାଈ କୁ କେବେ ବି ବାଡେଇ ବା ଉଚିତ ନୁହେଁ ସର୍ଵଦା ତାଙ୍କୁ ପୂଜା କରି ରୁଟି ଏବଂ କଦଳୀ ଦେବା ଉଚିତ । ଏହା ଦ୍ୱାରା କାମଧେନୁ ଙ୍କ ଆଶୀର୍ବାଦ ମଧ୍ୟ ପ୍ରାପ୍ତ ହୋଇଥାଏ ଏବଂ ଜୀବନ ର ସମସ୍ତ ଅସୁବିଧା ଦୁର ହୋଇଥାଏ ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *