ବନ୍ଧୁଗଣ, ଆଜି ଆମ୍ଭେ ବହୁ ପୁରୁଣା କାଶ, ଶୁଖିଲା କାଶ, ଛାତିରେ କଫ ଜମିଯାଇଅଛି ଅଧିକ ଦିନରୁ ଆପଣ କାଶ ଏବଂ କଫ ରୁ ଚିନ୍ତିତ ଅଛନ୍ତି । ଅଥବା ଅସ୍ଥମା ହେଉ ଏଥିପାଇଁ ବହୁତ ଲାଭ ଦାୟକ ପ୍ରୟୋଗ ସମ୍ବନ୍ଧରେ କହିବାକୁ ଯାଉଅଛୁ । ଏହି ଉପାୟ ଟି ବହୁ ପୁରୁଣା ଅଟେ । ଏହା ପୂର୍ବ କାଳରେ ଆମ୍ଭ ପୂର୍ବ ପୁରୁଷ ମାନେ ଏହାକୁ ପ୍ରୟୋଗ କରୁଥିଲେ । ଆସନ୍ତୁ ଜାଣିବା ଏହାକୁ ପ୍ରୟୋଗ କିଭଳି କରିବା । ଆପଣ ଏହି ରେମେଡି କୁ ବନାଇବା ପାଇଁ ଦୁଇଟି ରେମେଡି ର ପ୍ରୟୋଗ କରନ୍ତୁ ।
ଅର୍ଥାତ ଗୋଲ ମରୀଚ ଏବଂ ପିପଳି । ଏହି ଦୁଇଟି ଔଷଧୀୟ ଜିନିଷ କଫ ନାଶକ ହୋଇଥାଏ । ଏମାନେ କଫକୁ ବାହାର କରିଥାନ୍ତି । ମାତ୍ର ଏହାର ପ୍ରୟୋଗ ଆପଣ କିଭଳି କରିବେ ସେ ସମ୍ବନ୍ଧରେ କହିବାକୁ ଯାଉଅଛୁ । ଆୟୁର୍ବେଦ ଅନୁଯାୟୀ ଯେ କୌଣସି ଔଷଧର ପ୍ରୟୋଗ କରିବାର ସଠିକ ସମୟ ଏବଂ ନିୟମ ରହିଥାଏ । ଆପଣ ଗୋଲ ମରୀଚ ଏବଂ ପିପଳି କୁ କୁଟି ତାହାର ଗୁଣ୍ଡ ପ୍ରସ୍ତୁତ କରି ଦିଅନ୍ତୁ ।
ଆପଣ ଅଧା ଅଧା ପରିମାଣରେ ଗୋଲ ମରୀଚ ଏବଂ ପିପଳି ନିଅନ୍ତୁ । ଏହାପରେ ଏହାକୁ କୁଟି ଏହାର ଚୁରନ ପ୍ରସ୍ତୁତ କରି ନିଅନ୍ତୁ । ଏହାପରେ ଅଧଚାମଚ ମିଶ୍ରଣ ସହିତ ଅଧ ଚାମଚ ମହୁ ନିଅନ୍ତୁ । ଏହାପରେ ଆପଣ ଏହାକୁ ସେବନ କରନ୍ତୁ । ଏହାକୁ ଖାଇବାର ଅଧ ଘଣ୍ଟା ପର୍ଯ୍ୟନ୍ତ ଆପଣ କିଛି ମଧ୍ୟ ଖାଆନ୍ତୁ ନାହିଁ । ଏହିଭଳି ଏହାକୁ ଆପଣ ଦିନରେ ୨ ଥର ପ୍ରୟୋଗ କରନ୍ତୁ ।
ଥରେ ସକାଳେ ନିଅନ୍ତୁ ଏବଂ ଏହାପରେ ଆଉଥରେ ସନ୍ଧ୍ୟାରେ ନିଅନ୍ତୁ । ବହୁତ ଅଧିକ କଫ ଆସୁଛି ଅଥବା କାଶ ହେଉଛି ତେବେ ମଧ୍ୟ ଆପଣ ଚୁରନ ସହିତ ଏହାକୁ ସେବନ କରି ନିଅନ୍ତୁ । ଏହା ବହୁତ ଗରମ ଅଟେ ଏଣୁ ଏହାର ପରିମାଣ ଅଧିକ ମାତ୍ରାରେ ନିଅନ୍ତୁ ନାହିଁ । ନୀତିଦିନ ଆପଣ ଅଧଚାମଚ ପରିମାଣରେ ସେବନ କରନ୍ତୁ । ଏହା ସହିତ ଧ୍ୟାନ ରଖିବେ ଯେ ଆପଣଙ୍କ ଶରୀରରୁ ଜଳର ଅଭାବ ଯେପରି ନହେବ । ଏହି ଔଷଧ ର ପ୍ରୟୋଗ ଆପଣ ସେ ପର୍ଯ୍ୟନ୍ତ କରନ୍ତୁ ଯେ ପର୍ଯ୍ୟନ୍ତ ଆପଣଙ୍କର କାଶ ଭଲ ନ ହୋଇଥାଏ ।
ଏହାକୁ ନୀତିଦିନ ସେବନ କରିଲେ ଆଉ ଏକ ଫାଇଦା ମିଳିବ ତାହା ହେଉଛି ଆପଣଙ୍କ ରୋଗ ପ୍ରତିରୋଧକ କ୍ଷମତା ବଢିବ । ରୋଗ ମାନଙ୍କ ସହିତ ଲଢିବାର ତାକତ ଆପଣଙ୍କ ଶରୀରକୁ ମିଳିବ । ଯଦି ଆପଣ ପିଲା ମାନଙ୍କୁ ଦେଉଛନ୍ତି ତେବେ ସେମାନଙ୍କୁ ବହୁତ କମ ପରିମାଣରେ ଦିଅନ୍ତୁ । ଏହା ସହିତ ଆପଣ ଧ୍ୟାନ ରଖିବେ ଯେ ଥଣ୍ଡା ଭଳି ଜିନିଷ ର ସେବନ କରିବେ ନାହିଁ । ଏବଂ ଭରପୁର ମାତ୍ରାରେ ପାଣି ସେବନ କରନ୍ତୁ । ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ