Chanakya Niti- ଘରେ ଦରିଦ୍ରତାର କାରଣ ହୋଇଥାଏ ଏହି ସବୁ ଭୁଲ, କଣ ଆପଣ ଏମିତି ଭୁଲ କରୁ ନାହାଁନ୍ତି ତ ?

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ପ୍ରତ୍ଯେକଟି ବ୍ୟକ୍ତି ଖୁସିରେ ଜୀବନ ଜାପନ କରିବାକୁ ଚାହିଁଥାଏ । ଖୁସିରେ ରହିବା ପାଇଁ ହେଲେ ନିହାତି ଭାବେ ଟଙ୍କାର ମଧ୍ୟ ଆବଶ୍ୟକତା ରହିଥାଏ । ଏପରି କେତେକ ଲୋକ ଅଛନ୍ତି ଯେଉଁ ମାନେ ଗରୀବ ଶ୍ରେଣୀ ହୋଇଥାନ୍ତି । ଆଜି ଆପଣ ଜାଣିବାକୁ ପାଇବେ । ଏପରି କେଉଁ ସବୁ କାର୍ଯ୍ୟ କରିବା ଦ୍ଵାରା ଦରିଦ୍ରତାର ସମ୍ମୁଖୀନ ହେବା ପାଇଁ ପଡିଥାଏ ।

ଏପରି କିଛି ବ୍ୟକ୍ତି ଥାଆନ୍ତି । ଯେଉଁ ମାନେ ଗଛ ତଳେ ପରିସ୍ରା କରିଥାନ୍ତି । ଏପରି କେବେ ମଧ୍ୟ କରନ୍ତୁ ନାହିଁ । କାରଣ ଗଛରେ ଦେବାଦେବୀଙ୍କର ବାସ ହୋଇଥାଏ । ଯେଉଁ ମାନେ ଗଛ ଉପରେ ପରିସ୍ରା କରିଥାନ୍ତି । ସେମାନେ ଦେବାଦେବୀଙ୍କର କୋପର ଶିକାର ହୋଇଥାନ୍ତି । ଯାହା ଦ୍ଵାରା ଘରକୁ ଆର୍ଥିକ ସଙ୍କଟ ମାଡି ଆସିଥାଏ ।

କେବେ ମଧ୍ୟ ଭାଙ୍ଗି ଯାଇଥିବା ପାନିଆରେ ମୁଣ୍ଡ କୁଣ୍ଡାନ୍ତୁ ନାହିଁ । କାରଣ ଏହା କରିବା ଦ୍ଵାରା ଘରେ ରାହୁ ଓ କେତୁଙ୍କର ଖରାପ ପ୍ରଭାବ ପଡିଥାଏ । ତେଣୁ ଭୁଲରେ ମଧ୍ୟ ଘରେ ଭଙ୍ଗା ପାନିଆ ରଖିବା ଉଚିତ ନୁହେଁ । ଯେଉଁ ଲୋକ ମାନେ ଘରକୁ ପରିଷ୍କାର ଓ ପରିଚ୍ଛନ କରି ରଖିନଥାନ୍ତି । ସେମାନଙ୍କ ଘରେ ଲକ୍ଷ୍ମୀ ବାସ କରିନଥାନ୍ତି । ତେଣୁ ଲକ୍ଷ୍ମୀ ମା ଯେଉଁ ଘରେ ବାସ କରିନଥାନ୍ତି । ସେହି ଘରେ ଦରିଦ୍ରତା ଆସିଥାଏ ।

ତେଣୁ ଘରକୁ ସବୁବେଳେ ପରିଷ୍କାର ରଖିବା ସହ ଅଦରକାରୀ ସାମଗ୍ରୀକୁ ଘରେ ରଖନ୍ତୁ ନାହିଁ । ଯେଉଁ ଲୋକମାନେ ରୁଟିକୁ ଦାନ୍ତରେ ଭିଡି ଭିଡି ଖାଇଥାନ୍ତି । ସେମାନଙ୍କ ଉପରେ ମା ଲକ୍ଷ୍ମୀ ଅସନ୍ତୁଷ୍ଠ ରହିଥାନ୍ତି । ତେଣୁ ରୁଟିକୁ କେବେ ମଧ୍ୟ ଦାନ୍ତରେ ଛିଡାଇ ଖାଆନ୍ତୁ ନାହିଁ । ସର୍ବଦା ଆରାମ ସେ ବସି ଭଲ ଭାବରେ ରୁଟିକୁ ଖାଆନ୍ତୁ । ଦାନ୍ତରେ ନଖକୁ ଛିଡାଉ ଥିବା ଲୋକ ମାନଙ୍କୁ ମା ଲକ୍ଷ୍ମୀ କେବେ ମଧ୍ୟ ପସନ୍ଦ କରିନଥାନ୍ତି ।

ତେଣୁ ଏପରି ଅଭ୍ଯାସ ଥିବା ବ୍ୟକ୍ତିକୁ ନିଜର ଅଭ୍ୟାସକୁ ବଦଳାଇବା ଉଚିତ । ଏହା ଛଡା ନଖରେ ଅନେକ ମଇଳା ଲାଗିଥାନ୍ତି । ନଖକୁ ଦାନ୍ତରେ ଛିଡାଇବା ଦ୍ଵାରା ପେଟରେ ମଇଳା ପଶି ରୋଗ ବେମାରୀରେ କାରଣ ସୃଷ୍ଟି କରିଥାନ୍ତି । ଯେଉଁ ଲୋକ ମାନେ ବିଳମ୍ବ ପର୍ଯ୍ୟନ୍ତ ଶୋଇ ରହିଥାନ୍ତି । ସେମାନଙ୍କ ଉପରେ ମା ଲକ୍ଷ୍ମୀ ଅଶାନ୍ତି ହୋଇଥାନ୍ତି ।

ତେଣୁ ପ୍ରତିଦିନ ପ୍ରାତଃ ସକାଳୁ ଉଠିବା ନିହାତି ଉଚିତ । ଘରେ କେବେ ମଧ୍ୟ ଜୋତା ଚପଲକୁ ଓଲଟାଇ ରଖିବା ଉଚିତ ନୁହେଁ । ଏହା ଘର ପାଇଁ ଅଶୁଭ ହୋଇଥାଏ । ତେଣୁ ଘର ବାହାରେ ଚପଲକୁ ସବୁବେଳେ ସିଧା କରି ରଖନ୍ତୁ । ଘରକୁ ଆସୁଥିବା ଅତିଥିଙ୍କର ଅନାଦର କରିବା ଅନୁଚିତ ।

କାରଣ ଘର ଅତିଥି ଘର ପାଇଁ ଭଗବାନ ସମାନ । ତେଣୁ ଅତିଥିଙ୍କର ଆଦର ସମ୍ମାନ କରିବା ଦ୍ଵାରା ମା ଲକ୍ଷ୍ମୀ ଆପଣଙ୍କ ଉପରେ ପ୍ରସନ୍ନ ହୋଇଥାନ୍ତି । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *