ଘରେ ଚୁଚୁନ୍ଦ୍ରା ଦେଖାଗଲେ କ’ଣ ସୂଚନା ପ୍ରାପ୍ତ ହୋଇଥାଏ ? Sadhu Vani

ଜୀବନରେ ନୀତିନିୟମ ପାଳନ କରିବା ନିତାନ୍ତ ଆବଶ୍ୟକ ହୋଇଥାଏ । ଏହାଦ୍ବାରା ଅଭାବ ଅସୁବିଧା ଦୂର ହୋଇ ସୌଭାଗ୍ୟ ପ୍ରାପ୍ତ ହୋଇଥାଏ । ଏଥିସହ ଘରର ବହୁତ ଉନ୍ନତି ହୋଇଥାଏ । ତେବେ ଚାଲନ୍ତୁ କିଛି ଗୁରୁତ୍ଵପୂର୍ଣ୍ଣ ନିୟମ ତଥା ଅନୁଚିନ୍ତା ସମ୍ପର୍କରେ ଏଠାରେ ଆଲୋଚନା କରିବା ।

1- ଶେଯରୁ ଉଠିବା ପରେ ବିଛଣାକୁ ଅସଜଡା କରି ରଖନ୍ତୁ ନାହିଁ । ଏହାଦ୍ବାରା ରାହୁ ଓ ଶନିଙ୍କ କୁ-ଦ୍ରୁଷ୍ଟି ପଡିଥାଏ ।

2- ଭୋଜନ କରିବା ସମୟରେ ଗାମୁଛା କିମ୍ବା ଟୋପି ମୁଣ୍ଡରେ ଦେଇ ଭୋଜନ କରିବା ଅନୁଚିତ । ଏହା ଅମଙ୍ଗଳକାରୀ ହୋଇଥାଏ ।

3- ମନ୍ଦିରରେ ଥିବା ଠାକୁର ପୂର୍ବଦିଗକୁ ମୁହଁ କରି ରହିବା ଉଚିତ । ଘରେ ଥିବା ଠାକୁରଙ୍କ ମୁହଁ ପଶ୍ଚିମ ଦିଗକୁ ରହିଲେ ମଙ୍ଗଲ ହୋଇଥାଏ ।

4- ଯଦି କୌଣସି ପ୍ରକାର ଚର୍ମ ରୋଗ ହୋଇ ଭଲ ହେଉନଥାଏ । ମଙ୍ଗଳବାର ଦିନ ମାଟିରେ ମୁଣ୍ଡ ଲଗାଇ ପ୍ରଣାମ କରିବା ଦ୍ଵାରା ତାହା ଦୂର ହୋଇଥାଏ ।

5- ବାସନ ମାଜିବା ବେଳେ ବାସନ ଶବ୍ଦ ଅଧିକ ହେବା ଉଚିତ ନୁହେଁ । ଏହାଦ୍ଵାରା ଅମଙ୍ଗଳକାରୀ ହୋଇଥାଏ । ଏହାଦ୍ବାରା ଲକ୍ଷ୍ମୀ ଦୂରେଇ ଯାଇଥାନ୍ତି ।

6- ମନ୍ଦିର ଯାଉଥିଲେ ପ୍ରଥମେ ବାହନଙ୍କୁ ପ୍ରଣାମ କରିବା ଉଚିତ । ତାପରେ ଠାକୁରଙ୍କୁ ପ୍ରଣାମ କରିବା ଦ୍ଵାରା ମଙ୍ଗଲ ହୋଇଥାଏ ।

7- ପ୍ରତ୍ଯେକ ଦିନରେ ଅତି କମ୍ ରେ 8 ଗ୍ଳାସ ପାଣି ପିଇବା ଦ୍ଵାରା ଦେହ ପାଇଁ ବହୁତ ଭଲ ହୋଇଥାଏ । ଶରୀର ସୁସ୍ଥ ମଧ୍ୟ ରହିଥାଏ ।

8- ରାତିରେ ଶୋଇବା ବେଳେ କେବେବି ଆଇନା ଖୋଲା ରଖନ୍ତୁ ନାହିଁ । ତାହା ଢାଙ୍କିକି ରଖିବା ଦ୍ଵାରା ମଙ୍ଗଲ ହୋଇଥାଏ ।

9- ଗାଧେଇ ସାରିବା ପରେ କେବେବି ତେଲ କିମ୍ବା ମୁଢି ସ୍ପର୍ଶ କରିବା ଉଚିତ ନୁହେଁ । ଏହା ଅଶୁଭ ହୋଇଥାଏ ।

10- କଥା କହିବା ବେଳେ ସବୁବେଳେ ଭଲ ଭାବେ ବିଚାର କରି କହିବା ଉଚିତ । ଏହା ଭଲ ଗୁଣ ହୋଇଥାଏ ।

11- ଟଙ୍କା ଗଣିବା ବେଳେ ଛେପ ମାରି ଟଙ୍କା ଗଣନ୍ତୁ ନାହିଁ କି ଟଙ୍କା ଗଣିବା ବେଳେ ଟଙ୍କା ବାହାରକୁ ନକରି ଭିତର ପଟକୁ କରି ଗଣିବା ଉଚିତ ।

12- ନାରୀ, ନିଆଁ, ନଦୀ, ନାଗ ଏବଂ ନରେଶ ଅର୍ଥାତ ରାଜାଙ୍କୁ ସବୁବେଳେ ସବୁବେଳେ ସତର୍କ ହୋଇ ରହିବା ଉଚିତ । ଏହା ଆପଣଙ୍କ ପାଇଁ ଭଲ ହୋଇଥାଏ ।

13- ଘରେ ଯଦି ଚୁଚୁନ୍ଦ୍ରା ଦେଖା ଦିଅନ୍ତି । ଏହା ଘର ପାଇଁ ଲକ୍ଷ୍ମୀଙ୍କ ଆଗମନର ସୂଚନା ଦିଅନ୍ତି ।

14- ଘରେ କେବେବି ବୁଢିଆଣୀ ବସା ହେବାକୁ ଦିଅନ୍ତୁ ନାହିଁ । ଏହା ଅଶୁଭ ହୋଇଥାଏ ।

15- ଘରେ ଯଦି ବିଛା ଦେଖନ୍ତି । ତେବେ ମନୋସ୍କାମନା ପୂରଣ ହେବାର ସଂକେତ ମିଳିଥାଏ । ଏଥିସହ ବାହାରକୁ ଗଲା ବେଳେ ବିଛା ଦେଖିବା ବହୁତ ଶୁଭ ହୋଇଥାଏ । ପୋଷ୍ଟଟି ଭଲ ଲାଗିଥିଲେ । ପେଜକୁ ଲାଇକ୍ ଓ ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *