ଘରେ ଏହି 4 ଦେବତାଙ୍କୁ କେବେ ବି ପୂଜିବେ ନାହିଁ, ଘରକୁ ଆସିଥାଏ ବର୍ବାଦୀ ଓ ହୋଇଥାଏ ଅନର୍ଥ

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ସମସ୍ତେ ନିଜ ନିଜ ଘରେ ସ୍ଵତନ୍ତ୍ର ଠାକୁରଙ୍କ ପାଇଁ ଆସ୍ଥାନ କରି ସେହି ଠାରେ ଠାକୁରଙ୍କର ପୂଜା ଅର୍ଚନା କରିଥାନ୍ତି।  ବହୁତ ଲୋକ ଙ୍କର ପ୍ରଶ୍ନ ରହିଥାଏ । ଏହା କି ଯେ ଏତେ ପୂଜା ପାଠ କରି ମଧ୍ୟ ଘରେ ସବୁ ଅଶାନ୍ତି ଓ ଅଭାବ ଅନାଟନ ଲାଗି ରହିବାର କାରଣ କଣ ହୋଇଥାଏ ? ତେଣୁ ଠାକୁର ପୂଜା ସମସ୍ତେ କରୁଥାନ୍ତି ସତ କିନ୍ତୁ ଠାକୁର ପୂଜା କରିବାରେ ଯଦି ନିର୍ଦ୍ଧିଷ୍ଟ ନିୟମର ପାଳନ କରିନଥିବ ।

ତେବେ ପୂଜାର ସୁଫଳ ମିଳିବା ପରିବର୍ତ୍ତେ ତାହାର କୁପରିଣାମ ଭୋଗିବାକୁ ପଡିଥାଏ । ତେଣୁ ପୂଜାକୁ ଘରେ ଉଚିତ ବିଧି ସହ ପୂଜା କରିବା ଉଚିତ । ଠାକୁର ଘର ସର୍ବଦା ଠିକ ଦିଗ ଅର୍ଥାତ ଐଶାନ୍ୟ କୋଣରେ ହିଁ ହେବା ଉଚିତ । ଏହା ସହିତ ସର୍ବଦା ସ୍ନାନାଦି କାର୍ଯ୍ୟ ସାରି ଶୁଦ୍ଧପୁତ୍ତ ହୋଇ ସ୍ବଚ୍ଛ ବସ୍ତ୍ର ପରିଧାନ କରି ଠାକୁରଙ୍କୁ ପୂଜା ପୂଜା କରିବା ଉଚିତ ।

ଠାକୁରଙ୍କର ଘର ତଥା ସମସ୍ତ ଘରକୁ ସର୍ବଦା ପରିଷ୍କାର ଓ ପରିଚ୍ଛନ କରି ରଖିବା ଉଚିତ । ନଚେତ ଘରେ ନକରାତ୍ମକ ଊର୍ଜାର ବିକାଶ ହୋଇଥାଏ । ଠାକୁରଙ୍କୁ ପୂଜା କରିବା ପୂର୍ବରୁ ଗଙ୍ଗା ଜଳରେ କିମ୍ବା ସାଧାରଣ ପାଣିରେ ଅଳ୍ପ ଗଙ୍ଗା ଜଳ ମିଶାଇ ଦେବାଦେବୀଙ୍କର ସ୍ନାନ କରି ତାଙ୍କୁ ଫୁଲ, ଚନ୍ଦନ ଲଗାଇ ପୂଜା କରିବା ଉଚିତ ।

କାର୍ଯ୍ୟର ବ୍ୟସ୍ତ ବହୁଳ ସମୟ ମଧ୍ୟରୁ ଠାକୁରଙ୍କ ପାଇଁ ସମୟ ବାହାର କରି ସକାଳେ ଓ ସନ୍ଧ୍ୟା ସମୟରେ ଠାକୁରଙ୍କ ପାଖରେ ଘିଅର ଦୀପ ପ୍ରଜ୍ଵଳନ କରିବା ନିତାନ୍ତ ଆବଶ୍ୟକ । ଯଦି ସମ୍ଭବ ନୁହେଁ, ତେବେ ସନ୍ଧ୍ୟା ସମୟରେ ଠାକୁରଙ୍କର ପାଖରେ ଦୀପ ପ୍ରଜ୍ଵଳନ କରନ୍ତୁ । କାରଣ ଦୀପ ପ୍ରଜ୍ଵଳନ ଦ୍ଵାରା ଘରେ ଥିବା ନକରାତ୍ମକ ଶକ୍ତିର କ୍ଷୟ ହୋଇ ସକାରାତ୍ମକ ଶକ୍ତିରେ ବୃଦ୍ଧି ହୋଇଥାଏ ।

ଠାକୁରଙ୍କ ପାଖରେ ସକାଳେ ପୂଜା କରିବା ସମୟରେ ତମ୍ବା ପାତ୍ର ବା କଳସରେ ରେ ଜଳ ଭର୍ତ୍ତି କରି ରଖିବା ଉଚିତ । ଏହା ଘର ପାଇଁ ବହୁତ ହିଁ ଶୁଭଫଳ ପ୍ରଦାୟୀ ହୋଇଥାଏ । ଠାକୁର ଘରେ ମା’ ଲକ୍ଷ୍ମୀଙ୍କ ସହିତ ଭଗବାନ ନାରାୟଣଙ୍କର ମୂର୍ତ୍ତି ଏକାଠି ରଖି ପୂଜା କରିବା ଉଚିତ । ଯଦି ମା’ ଲକ୍ଷ୍ମୀଙ୍କର ଫୋଟ ବା ମୂର୍ତ୍ତି ଗୋଟିକିଆ ଥାଏ । ତେବେ ମା’ ଲକ୍ଷ୍ମୀଙ୍କର ବାମ ପାଖରେ ପ୍ରଭୁ ଶ୍ରୀ ଗଣେଶଙ୍କର ଫୋଟ ରଖି ପୂଜା କରିବା ଉଚିତ ।

ଘରେ ଆଙ୍ଗୁଠି ଠାରୁ ବଡ ଉଚତାରେ ଶିବଲୀଙ୍ଗ ଘରେ ରଖିବା ଅନୁଚିତ । ଶିବଲିଙ୍ଗରେ ଭୁଲରେ ବି ତୁଳସୀ ପତ୍ର ଅର୍ପଣ କରିବା ଅନୁଚିତ । ଘରର ବେଡ୍ ରୁମ୍ ରେ କେବେବି ପ୍ରଭୁ ହନୁମାନଙ୍କର ଫୋଟ ରଖିବା ଉଚିତ ନୁହେଁ । ମା’ ଦୂର୍ଗାଙ୍କର କ୍ରୋଧିତ ରୂପ ଥିବା ଫୋଟ ଆଣି ଘରେ ରଖିବା ଉଚିତ ନୁହେଁ ।

ଏହି ସବୁ ନିୟମର ପାଳନ କରିବା ଦ୍ଵାରା ଘରେ ମଙ୍ଗଳ ହୋଇଥାଏ । ନଚେତ ଘରକୁ ଦରିଦ୍ରତା  ମାଡିଆସିଥାଏ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *