ଘରକୁ ଆସୁଛନ୍ତି କି ଏହି ୬ ଟି ଜୀବଜନ୍ତୁ, ଜାଣନ୍ତୁ ଶୁଭ ଏବଂ ଅଶୁଭ ସଂକେତ

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଅନ୍ୟ ଜିନିଷ ଭଳି ଜୀବ ଜନ୍ତୁ ମଧ୍ୟ ପ୍ରକୃତିର ଏକ ଅଭିନ୍ନ ଅଙ୍ଗ ଅଟନ୍ତି ଏବଂ ଆମର ବନ୍ଧୁ ମଧ୍ୟ ଅଟନ୍ତି । ସମସ୍ତ ଜୀବ ଜନ୍ତୁ ଙ୍କ ଭିନ୍ନ ବିଶେଷତା ରହିଥାଏ

ଏବଂ ଏହି ବିଶେଷତା ପାଇଁ ସେମାନଙ୍କୁ ଆମେ ଜାଣିଥାଉ । ବେଳେ ବେଳେ ଏମାନଙ୍କୁ ଶୁଭ ଓ ଅଶୁଭ ସହିତ ମଧ୍ୟ ତୁଳନା କରି ଦେଖା ଯାଇଥାଏ ।

ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏଭଳି କିଛି ଜୀବ ଜନ୍ତୁ ମାନଙ୍କ ସମ୍ବନ୍ଧରେ କହିବୁ ଯେଉଁ ମାନଙ୍କ ଦ୍ଵାରା ଆମକୁ ଶୁଭ ଅଥବା ଅଶୁଭ ସଂକେତ ମିଳିଥାଏ । ଯଦି ଏହି ଜୀବ ଜନ୍ତୁ ଆପଣଙ୍କ ଘରକୁ ଆସୁଛନ୍ତି ତେବେ ଏହା ପଛରେ କୌଣସି ସଂକେତ ନିଶ୍ଚିତ ଭାବରେ ଲୁଚି ରହିଛି । ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

୧. ବନ୍ଧୁଗଣ ପ୍ରଥମତଃ, ଯେଉଁ ଘରେ ବିରାଡ଼ି ମାନେ ସର୍ଵଦା କଳି ଝଗଡା କରିଥାନ୍ତି ସେହି ଘରେ ଥିବା ସଦସ୍ୟ ମାନଙ୍କ ମଧ୍ୟରେ କଳହ ସୃଷ୍ଟି ହୋଇଥାଏ ଏବଂ ଝଗଡା ଲାଗି ରହିଥାଏ । ଏହା ସହିତ ଘରେ ଯଦି ବିରାଡ଼ି ମାନେ କଳି କରିଥାନ୍ତି ତେବେ ସେହି ଘରେ ଥିବା ସଦସ୍ୟ ମାନଙ୍କ ମଧ୍ୟରେ ମତଭେଦ ମଧ୍ୟ ସୃଷ୍ଟି ହୋଇଥାଏ ।

୨. ବନ୍ଧୁଗଣ ଦ୍ବିତୀୟତଃ, ଯେଉଁ ଘର ସାମ୍ନା ରେ ଗାଈ ଆସି ଜୋର ଶବ୍ଦ ରେ ରମ୍ଭାଇ ଥାଏ ତେବେ ତାହା ଅତ୍ୟନ୍ତ ଶୁଭ ଦାୟକ ହୋଇଥାଏ । ଏହାର ଅର୍ଥ ଯେଉଁ ଘର ସମ୍ମୁଖ କୁ ଆସି ଗାଈ ବୋବାଇ ଥାଏ ସେହି ଘରେ ସୁଖ ଓ ସମୃଦ୍ଧି ର ବୃଦ୍ଧି ଘଟିଥାଏ ।

୩. ବନ୍ଧୁଗଣ ତୃତୀୟତଃ, ଯଦି କୌଣସି ଘରେ କୁକୁର ଟି ଜୋରେ କାନ୍ଦିଥାଏ ତେବେ ତାହା ବହୁତ ଅଶୁଭ ହୋଇଥାଏ । ଘରେ କୁକୁର କାନ୍ଦିବାର ଅର୍ଥ ଏହା ବିପଦ ର ସୂଚନା ଅଟେ ଏବଂ ସେହି ବିପଦ କୌଣସି ସଦସ୍ୟ ର ମୃତ୍ୟୁ ର ସୂଚନା ମଧ୍ୟ ହୋଇପାରେ ।

୪. ବନ୍ଧୁଗଣ ଚତୁର୍ଥତଃ, ଯଦି ଆପଣ ଘରେ କଳା ରଙ୍ଗର ପିଂପୁଡି କୁ ଦଳ ହୋଇଥିବାର ଦେଖୁଛନ୍ତି ତେବେ ଏହାର ଅର୍ଥ ଆପଣଙ୍କ ଘରେ ଐଶ୍ଚର୍ଯ୍ୟ ର ବୃଦ୍ଧି ହେବ ଓ ଆପଣଙ୍କୁ ଧନ ଲାଭ ହେବ । ଏହା ସହିତ ଯଦି କଳା ପିଂପୁଡ଼ି କୁ ଆପଣ ଏକ ଧାଡ଼ି ରେ ଦେଖୁଛନ୍ତି ଏହାର ଅର୍ଥ ଘରେ କୌଣସି ସଦସ୍ୟ ଙ୍କ ମଧ୍ୟରେ ମତଭେଦ ହେବାର ସମ୍ଭାବନା ରହିଛି । ଯଦି ଆପଣ ନାଲି ରଙ୍ଗର ପିଂପୁଡ଼ି କୁ ଘରେ ଦେଖୁଛନ୍ତି ତେବେ ଏହା ବହୁତ ଅଶୁଭ ହୋଇଥାଏ । ଏହାର ଅର୍ଥ ଆପଣଙ୍କ ଘରେ କଳହ ସୃଷ୍ଟି ହେବାର ସମ୍ଭାବନା ରହିଛି ।

୫. ବନ୍ଧୁଗଣ ପଞ୍ଚମତଃ, ମୟୁର ଦେଖିବା ଅତ୍ୟନ୍ତ ଶୁଭଦାୟକ ହୋଇଥାଏ । ଯଦି କୌଣସି ଘରେ ସାମ୍ନା ରେ ମୟୁର ଆସି ବସିବାର ଦେଖିବାକୁ ମିଳିଥାଏ ତେବେ ତାହା ଶୁଭ ବୋଲି ବିବେଚନା କରାଯାଏ । ଏହାର ଅର୍ଥ ଘରକୁ କୌଣସି ଶୁଭ ଖବର ଆସିବାର ସମ୍ଭାବନା ରହିଛି ।

୬. ବନ୍ଧୁଗଣ ଷଷ୍ଠତଃ, କଳା ରଙ୍ଗର ବିଚ୍ଛା କୁ ଦେଖିବା ଅଶୁଭ ହୋଇଥାଏ । ଯଦି ଆପଣ ଘରେ ଏକ ଧାଡ଼ି ରେ ଦୁଇ ତିନୋଟି କଳା ରଙ୍ଗର ବିଚ୍ଛା କୁ ଦେଖୁଛନ୍ତି ତେବେ ଏହାର ଅର୍ଥ ଆପଣଙ୍କ ଘରୁ ଲକ୍ଷ୍ମୀ ଚାଲି ଯିବାର ସୂଚନା ମିଳିଥାଏ । କିନ୍ତୁ ହଳଦିଆ ରଂଗର ବିଚ୍ଛା ଅତ୍ୟନ୍ତ ଶୁଭ ଦାୟକ ହୋଇଥାଏ । ହଳଦିଆ ରଙ୍ଗର ବିଚ୍ଛା ଯଦି ଆପଣ ନିଜ ଘରେ ଦେଖୁଛନ୍ତି ତେବେ ଏହାର ଅର୍ଥ ଆପଣଙ୍କୁ ଧନ ପ୍ରାପ୍ତି ହେବ ଏବଂ ଆପଣଙ୍କ ଘରେ ଧନର ଆଗମନ ହେବ ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *