ନମସ୍କାର ବନ୍ଧୁଗଣ ଆମ ଶରୀର ରେ ଥିବା କଳା ଜାଇ ମଧ୍ୟ ଆମକୁ ଶୁଭ ଏବଂ ଅଶୁଭ ସଙ୍କେତ ଦେଇଥାଏ । ଆପଣ ମାନେ ଦେଖିଥିବେ କି ବହୁତ ଲୋକଙ୍କର ମୁହଁରେ କଳା ଜାଇ ଥାଏ ।
ଆଜି ଆମେ ସେହି କଳା ଜାଇ ର ରହିବାର ଅର୍ଥ ଏବଂ ଲକ୍ଷଣ ବିଷୟରେ ଆଲୋଚନା କରିବୁ । ଶାସ୍ତ୍ର ରେ କଳା ଜାଇ ର ଏକ ଅଲଗା ହିଁ ମହତ୍ତ୍ୱ ରହିଥାଏ ।
ଆମ ଶରୀର ରେ ପ୍ରାୟତଃ ନାଲି ଏବଂ କଳା ରଙ୍ଗ ର ଚିହ୍ନ ଥାଏ । ତାହାକୁ କଳା ଜାଇ ଏବଂ ନାଲି ଜାଇ ମଧ୍ୟ କୁହାଯାଏ । ଆମ ଶରୀର ରେ ଥିବା ଏହି କଳା ଜାଇ ଆମକୁ ଅନେକ ପ୍ରକାରର ସଙ୍କେତ ମଧ୍ୟ ଦେଇଥାଏ । ଆସନ୍ତୁ କଳା ଜାଇ ବିଷୟରେ କିଛି ଆଲୋଚନା କରି ନେବା ।
୧- ଯଦି କୌଣସି ବ୍ୟକ୍ତି ର ମଥାରେ କଳା ଜାଇ ଥାଏ କିମ୍ବା କପାଳର ଡାହାଣ ପଟରେ କଳା ଜାଇ ଥାଏ ତେବେ ତାଙ୍କର କେବେବି ଧନ ର ଅଭାବ ହୋଇ ନଥାଏ । ଏବଂ ଧନ ସର୍ଵଦା ବୃଦ୍ଧି ପାଉ ଥାଏ ।
୨- କପାଳର ମଝିରେ ଯଦି କଳା ଜାଇ ରହିଥାଏ । ତେବେ ଏହାକୁ ଅତି ଶୁଭ ବୋଲି ବିଚାର କରା ଯାଇ ଥାଏ । ଏହି ଭଳି ବ୍ୟକ୍ତି ବହୁତ ଭାଗ୍ୟବାନ ଏବଂ ବହୁତ ନିର୍ମଳ ଥାଆନ୍ତି । ସେ ବହୁତ ଶାନ୍ତ ମଧ୍ୟ ଥାଆନ୍ତି ।
୩-ମଥାରେ ବାମ ପଟରେ ଯଦି କଳା ଜାଇ ଥାଏ ତେବେ ଏମାନେ ବହୁତ ଅଯଥା ଖର୍ଚ୍ଚ କରି ଥାଆନ୍ତି ଏବଂ ବହୁତ ପଇସା ଉଡାଇ ମଧ୍ୟ ଥାଆନ୍ତି ।
୪- ଆଖି ରେ କଳା ଜାଇ ଥାଏ ସେମାନେ ଉଚ୍ଚ ଵିଚାରଶୀଳ ଥାଆନ୍ତି । ଏହା ଛଡ଼ା ଏମାନେ ଅଳ୍ପ ଭାବ ପ୍ରବଣ ମଧ୍ୟ ହୋଇ ଥାଆନ୍ତି । ଏହି ବ୍ୟକ୍ତି ମାନେ ସର୍ଵଦା ଅନ୍ୟ ର ଭଲ ଚିନ୍ତା କରିଥାନ୍ତି ଏବଂ ଏହି ମାନେ ନିଜ ଜୀବନରେ ବହୁତ ସୁଖ ମଧ୍ୟ ପାଇଥାନ୍ତି ।
୫-ନାକରେ ଯାହାର କଳା ଜାଇ ଥାଏ ସେମାନେ ପ୍ରତ୍ୟେକ କାମ ର ଲକ୍ଷ ନିର୍ଧାରଣ କରି ଚାଲି ଥାଆନ୍ତି । ଏବଂ ନିଜର ବିପରୀତ ଲିଙ୍ଗ ପ୍ରତି ବହୁତ ଆକର୍ଷିତ ରହିଥାନ୍ତି ।
୬- ନାକର ତଳେ ଯଦି କଳା ଜାଇ ଥାଏ ତେବେ ସେମାନେ ବହୁତ ବିଳାଶ ପ୍ରିୟ ଥାଆନ୍ତି । ଏହି ବ୍ୟକ୍ତି ମାନେ ଅଧିକ ଶୋଇବା କୁ ପସନ୍ଦ କରିଥାନ୍ତି ।
୭- ନାକର ଡାହାଣ ପଟରେ ଯଦି କାହାର କଳା ଯାଇ ଥାଏ ତେବେ ସେମାନେ କେବେବି ଦୁଃଖ ରେ ରୁହନ୍ତି ନାହିଁ ଏବଂ ଧନ ଦୋୖଲତ ମଧ୍ୟ କେବେବି କମେ ନାହିଁ ।
୮- ଯେଉଁ ବ୍ୟକ୍ତି ମାନଙ୍କ ର ନାକର ବାମ ପଟରେ କଳା ଜାଇ ଥାଏ । ସେମାନେ ବହୁତ ସଙ୍ଘର୍ଷ କରିଥାନ୍ତି । ସାରା ଜୀବନ ସଙ୍ଘର୍ଷ ରେ ହିଁ ପଳାଏ ।
୯- ଓଠ ର ଡାହାଣ ପଟରେ କଳା ଜାଇ ଥିଲେ ସେମାନଙ୍କୁ ଜୀଵନ ସାଥୀ ର ବହୁତ ଭଲ ପାଇବା ମିଳି ଥାଏ ।
୧୦- ଓଠ ର ବାମ ପଟରେ କଳା ଜାଇ ଥିଲେ ସେମାନଙ୍କ ଜୀଵନ ସାଥୀ ଙ୍କ ସହ ସର୍ଵଦା ବିବାଦ ଲାଗି ରହିଥାଏ ।
୧୧- ଓଠ ର ଡାହାଣ ପଟ ତଳେ ଯଦି କଳା ଜାଇ ଥିଲେ ସେମାନେ ବହୁତ ପ୍ରସିଦ୍ଧି ଲାଭ କରିଥାନ୍ତି ।
୧୨- ତଳ ଓଠର ବାମ ପଟେ ଯଦି କଳା ଜାଇ ଥାଏ ତେବେ ଏମାନଙ୍କୁ ପ୍ରାୟତଃ କୌଣସି ନା କୌଣସି ରୋଗ ଲାଗି ରହିଥାଏ ।
ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।