Vastu Tips: ଘରକୁ ଆସିଲେ ଏହି ସବୁ ପକ୍ଷୀ,ହୋଇଯାଆନ୍ତୁ ସାବଧାନ, ହୋଇଥାଏ ଅଶୁଭ

ନମସ୍କାର ବନ୍ଧୁଗଣ, ବନ୍ଧୁଗଣ ଆମ ସମାଜ ରେ ଶାସ୍ତ୍ର ର ବହୁତ ମହତ୍ତ୍ୱ ରହିଛି । ଶାସ୍ତ୍ର କୁ ବିଶ୍ଵ ର ପ୍ରାୟ ସମସ୍ତ ଲୋକ ବିଶ୍ୱାସ କରିଥାନ୍ତି । ଶାସ୍ତ୍ର ରେ ଲେଖା ହୋଇଥିବା ସମସ୍ତ କଥା ସତ୍ୟ ହୋଇଥାଏ ବୋଲି ଆମେ ମାନେ ବିଶ୍ୱାସ କରିଥାଉ ଏବଂ ଏହା ପ୍ରମାଣିତ ମଧ୍ୟ ହୋଇଛି ।

ଶାସ୍ତ୍ର ରେ ଅନେକ ଉପକାରୀ ଜିନିଷ ସମ୍ପର୍କରେ ଲେଖା ହୋଇଥାଏ । ଶାସ୍ତ୍ର ରେ ଏପରି କିଛି ଲେଖା ହୋଇଥାଏ ବେଳେବେଳେ ଆମେ ଏହାକୁ ଦେଖିଲେ ଆଶ୍ଚର୍ଯ୍ୟ ମଧ୍ୟ ହୋଇଯାଇଥାଉ । ବାସ୍ତୁ ଶାସ୍ତ୍ର ଅନୁସାରେ ଆମେ ଘର ନିର୍ମାଣ କରିଥାଉ । ଯଦି ଆମେ ବାସ୍ତୁ ଶାସ୍ତ୍ର କୁ ନ ମାନି କୌଣସି କାର୍ଯ୍ୟ କରିଥାଉ ତେବେ ଆମ ଘରେ ଅଶାନ୍ତି ଲାଗି ରହିଥାଏ । ଶାସ୍ତ୍ର ଅନୁସାରେ କେତେକ ପକ୍ଷୀ ଅଛନ୍ତି ଯେଉଁମାନେ ଘର କୁ ଆସିବା ଦ୍ଵାରା ତାହା କୌଣସି ବିପଦ ର ସୂଚନା ଦେଇଥାଏ ।

ତେବେ କେଉଁ ପକ୍ଷୀ ମାନେ ଘରକୁ ଆସିବା ଦ୍ଵାରା କ୍ଷତି ହୋଇଥାଏ ସେ ବିଷୟରେ ଆମେ ଆଜି ଆପଣଂକୁ ଜଣାଇବୁ । ବନ୍ଧୁଗଣ କେତେକ ପକ୍ଷୀ ଅଛନ୍ତି ଯେଉଁମାନେ ଘରକୁ ଆସିବା ଦ୍ଵାରା ଆମକୁ ଶୁଭ ଫଳ ମିଳିଥାଏ । ଯେପରି ସକାଳୁ ଘରକୁ ଶୁଆ ଆସିଲେ କିମ୍ବା ମୟୁର ପର ଉଠାଇ କରି ନାଚିଲେ କିମ୍ବା କୁକୁଡ଼ା ବୋବାଇଲେ ବହୁତ ଶୁଭ ହୋଇଥାଏ । ସେହିପରି ଆଉ କେତେକ ପକ୍ଷୀ ଅଛନ୍ତି ଯେଉଁମାନଙ୍କୁ ଦେଖିବା କିମ୍ବା ସେମାନଙ୍କର ଘରକୁ ଆଗମନ ବହୁତ ଅଶୁଭ ହୋଇଥାଏ ।

ବନ୍ଧୁଗଣ ପାରା ଏକ ଶାନ୍ତ ପକ୍ଷୀ ଅଟେ । କିନ୍ତୁ ସକାଳୁ ପାରା ଦେଖିବା ଦ୍ଵାରା ଆମର ବହୁତ ଭଲ ହୋଇଥାଏ । ସକାଳେ ପାରା ଦେଖିଲେ ପ୍ରେମ ସମ୍ପର୍କ ରେ ବହୁତ ମଧୁରତା ଆସିଥାଏ । କିନ୍ତୁ ପାରା କୁ ସନ୍ଧ୍ୟା ସମୟ ରେ ଦେଖିବା ବହୁତ ଅଶୁଭ ହୋଇଥାଏ । ସନ୍ଧ୍ୟା ରେ ପାରା ଦେଖିବା ଦ୍ଵାରା ଘରୁ ଚୋରି ହେବା କିମ୍ବା ଘରେ କୌଣସି ଅଘଟଣ ଘଟିବାର ସୂଚନା ଦେଇଥାଏ । ତେଣୁ ସନ୍ଧ୍ୟା ସମୟ ରେ ପାରା ଦେଖିବା ଉଚିତ ନୁହେଁ ।

ପେଚା ମାତା ଲକ୍ଷ୍ମୀ ଙ୍କ ବାହାନ ଅଟେ । କିନ୍ତୁ ପେଚା ଘରକୁ ଆସିଲେ ତାହାକୁ ଅଶୁଭ ମନା ଯାଇଥାଏ । ପେଚା ଘର କୁ ଆସିଲେ ତାହା କୌଣସି ବିପଦ ର ସୂଚନା ଦେଉଥାଏ । କିନ୍ତୁ ଧାର୍ମିକ ଶାସ୍ତ୍ର ଅନୁସାରେ ଦୀପାବଳି ଦିନ ଘର କୁ ପାରା ଆସିଲେ ତାହା ବହୁତ ଶୁଭ ହୋଇଥାଏ । ଦୀପାବଳି ଦିନ ପେଚା ଘରକୁ ଆସିଲେ ତାହା ମାତା ଲକ୍ଷ୍ମୀ ଙ୍କ ଆଗମନ ସମ୍ପର୍କରେ ସୂଚନା ଦେଇଥାଏ । ଶାଗୁଣା ମୃତ ଜୀବ ଜନ୍ତୁ ଙ୍କୁ ଖାଇ ବଞ୍ଚିଥାଏ ।

ଏହାକୁ ଏକ ଅଶୁଭ ପକ୍ଷୀ ବୋଲି ମନା ଯାଇଥାଏ । ତେଣୁ ଏହି ପକ୍ଷୀ ଘରକୁ ଆସିଲେ ତାହା କୌଣସି ବିପଦ ର ସୂଚନା ଦେଇଥାଏ । ଯେଉଁ ଘର ଉପରେ ଶାଗୁଣା ବାସ କରିଥାଏ ସେ ଘର ର କେବେ ମଧ୍ୟ ବିକାଶ ହୋଇ ନ ଥାଏ । ସେହି ଘରେ ସବୁଦିନ ପାଇଁ ଦୁଃଖ କଷ୍ଟ ଲାଗି ରହିଥାଏ । ସେହି ଘରୁ ସକରାତ୍ମକ ଉର୍ଜା ସବୁଦିନ ପାଇଁ ସମାପ୍ତ ହୋଇଯାଇଥାଏ ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ

Leave a Reply

Your email address will not be published. Required fields are marked *