ଗ୍ଯାସ ରୋଗୀ କ’ଣ ଖାଇବେ, କ’ଣ ଖାଇବେ ନାହିଁ, ଜାଣନ୍ତୁ ଏ ନେଇ କଣ କୁହନ୍ତି Dr Sushree Tapaswini Das

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଆଜି କାଲି ବହୁତ ଲୋକମାନଙ୍କର ଗ୍ଯାସଷ୍ଟିକ ପ୍ରୋବ୍ଲେମ ଦେଖା ଯାଉଛି । ପିଲାମାନଙ୍କ ଠାରୁ ଆରମ୍ଭ କରି ବୟସ୍କ ଲୋକ ପର୍ଯ୍ୟନ୍ତ ପ୍ରାୟତଃ ମାନଙ୍କର ଏହି ଗ୍ଯାସ ବା ଏସିଡିଟି ସମସ୍ଯା ରହୁଛି । ପେଟରେ ଗ୍ଯାସ ହେବାର ଅନେକ ଗୁଡିଏ କାରଣ ରହିଛି । ଯେପରିକି ସକାଳ ବ୍ରେକଫାଷ୍ଟ ଖାଇବାରେ ଅତ୍ୟଧିକ ତେଲ, ମସଲା ଖାଦ୍ୟ ଖାଇବା । ବହୁତ ସମୟ ପର୍ଯ୍ୟନ୍ତ ଉପାସ ରହିବା ଓ ଏକା ସମୟରେ ବହୁତ ଗୁଡିଏ ଜିନିଷ ଖାଇବା, ରାତିରେ ଲେଟରେ ଶୋଇବା ।

ବହୁତ ଲୋକମାନଙ୍କର ପାଣି ପିଇବାର ଅଭ୍ଯାସ ଜମାରୁ ନଥାଏ, ଯାହା ଦ୍ଵାରା ପେଟରେ ଗ୍ଯାସ ସୃଷ୍ଟି ହୋଇଥାଏ । ଏହିପରି ଅନେକ କାରଣ ପାଇଁ ଗ୍ଯାସ, ଏସିଡିଟି ଭଳି ରୋଗର ଶିକାର ହେବାକୁ ପଡୁଛି। ସକାଳେ ଆଲକାଲାଇନ ଖାଦ୍ଯ ଖାଆନ୍ତୁ। ଆଲକାଲାଇନ ଖାଦ୍ୟ ଜେମିତିକି ସେଥିରେ ତେଲ ମସଲା ବ୍ୟବହାର ହୋଇନଥିବ କିମ୍ବା ଅଳ୍ପ ପରିମାଣରେ ହୋଇଥିବ ।

ଚୂଡା, ଦହି, କଦଳୀ, ମଲ୍ଟି ଗ୍ରେନରୁ ତିଆରି ଅଟା, ଶାଗୁ, ଛତୁଆ, ଗଜାମୁଗ, ଓ ଓଟ୍ସ ଏହିପରି କିଛି ସ୍ଵାସ୍ଥ ଉପଯୋଗୀ ଖାଦ୍ୟ ଖାଇବା ନିହାତି ଦରକାର । ଏହା ସହିତ ଡାଲମା, ଇଟିଲି, ସନ୍ତୁଳା ଖାଇପାରିବେ । ବ୍ରେକଫାଷ୍ଟ ଖାଇସାରିବା ଓ ଲଞ୍ଚ ଖାଇବାର ମଝି  ସମୟରେ ପଇଡ ପାଣି, ଲେମ୍ବୁ ପାଣି ଓ ଫଳ କିଛି ଖାଇପାରିବେ । ଲଞ୍ଚରେ ଭାତ, ରୁଟି, ଡାଲି, ବିଭିନ୍ନ ପ୍ରକାର ପରିବାରେ ତିଆରି ତରକାରୀ ଓ ଭଜା, ମାଛ, ମାଂସ ଓ ଅଣ୍ଡା ଯାହା ଆପଣ ଖାଇପାରିବେ ।

ସେହି ଲଞ୍ଚ ସମୟରେ ଏକ୍ସରସାଇଜ ବହୁତ ଥାଏ, ଲୋକମାନେ ଶାରୀରିକ ପରିଶ୍ରମ କରିଥାନ୍ତି ଓ ପରିବେଶ ମଧ୍ୟ ଗରମ ଥାଏ । ତେଣୁ ଖାଦ୍ୟର ପଚନ ଶୀଘ୍ର ହୋଇଯାଇଥାଏ । ତାପରେ ସନ୍ଧ୍ୟାବେଳେ ଆପଣ ହାଲ୍କା ଫୁଲକା ସ୍ନାକ୍ସ୍ ଖାଇପାରିବେ । ରାତିରେ ଆପଣ ବେଶୀ ପେଟ ଭର୍ତ୍ତି କରି ଖାଇବେ ନାହିଁ । ଯେତିକି ପରିମାଣରେ ଦରକାର ସେତିକି ଖାଇକି ଶୋଇବେ । ସକାଳୁ ଉଠିଲା ମାତ୍ରାରେ ଅଧୂଆ ମୁହଁରେ ପାଣି ପିଇବା ଉଚିତ ।

କାରଣ ସକାଳୁ ଉଠିଲା ବେଳେ ଯେଉଁ ଆଲକାଲାଇନ ଆମ ପାଟିରେ ଥାଏ। ପାଣି ପିଇବା ଦ୍ଵାରା ତାହା ପେଟକୁ ଯାଇଥାଏ, ଯାହା ଆମ ପେଟରେ ଥିବା ଏସିଡ୍କୁ ବାଲାନ୍ସ କରିଥାଏ। ବାସିଖାଦ୍ୟ, କୋବି, ମୂଳା, ଅରୁଆ ଭାତ ଭଳି ଅଠଳିଆ ଖାଦ୍ୟ ଅଳ୍ପ ପରିମାଣରେ ଖାଇବା ଉଚିତ। ଏହାଦ୍ବାରା ଗ୍ଯାସ ହେବାର ସମ୍ଭାବନା ଥାଏ । ଖାଲି ପେଟରେ କ୍ଷୀର ପିଇବେ ନାହିଁ । ଶାଗ ରାତିରେ ଖାଇବା ଉଚିତ ନୁହେଁ ।

ଆପଣ ନିଜ ଖାଦ୍ୟ ପ୍ରତି ଧ୍ୟାନ ଦିଅନ୍ତୁ । ଯଥା ପରିମାଣରେ ହେଲଦି ଖଇବାକୁ ଚେଷ୍ଟା କରନ୍ତୁ ଓ ଜଙ୍କ ଫୁଡ଼କୁ ଇଗନୋର କରନ୍ତୁ । ପ୍ରଚୁର ପାଣି ପିଅନ୍ତୁ । ଏହାଦ୍ବାରା ଗ୍ଯାସ ଓ ଏସିଡିଟି ଭଳି ସମସ୍ଯା ଦୂର ହେବ। ତେବେ ବନ୍ଧୁଗଣ , ଆଶା କରୁଛି ଏହା ଆପଣଙ୍କୁ ନିଶ୍ଚିତ ଭାବରେ ପସନ୍ଦ ଆସିଥିବ । ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଲେ ଗୋଟେ ଲାଇକ କରିଦିଅନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *