ନମସ୍କାର ବନ୍ଧୁଗଣ, ବିଭିନ୍ନ ପବିତ୍ର ଗ୍ରନ୍ଥ ଏବଂ ପୁରାଣ ଅନୁଯାୟୀ ମଣିଷ ପୂର୍ବ ଜନ୍ମର କର୍ମ ଫଳ ଭୋଗିବା ପାଇଁ ମଣିଷ ମୃତ୍ୟୁ ଲୋକ ବା ପୃଥିବୀ ପୃଷ୍ଠରେ ଜନ୍ମ ଗ୍ରହଣ କରିଥାଏ । କୁହାଯାଏ ମଣିଷକୁ ତା କଲା କର୍ମର ଫଳ ଏହି ମର୍ତ୍ତ୍ୟ ଲୋକରେ ଭୋଗିବାକୁ ପଡିଥାଏ । ଯଦି ମଣିଷ ଏହି ପୃଥିବୀରେ କର୍ମ ଫଳ ଭୋଗିବା ପାଇଁ ଜନ୍ମ ନେଇଥାଏ ତେବେ କଣ ଭୋଗିବାର ଆରମ୍ଭ ସେବେଠାରୁ ହୋଇଥାଏ ଯେତେବଳେ ପିଲା ମାଆର ଗର୍ଭରେ ରହିଥାଏ । ତେବେ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହାର ସତ୍ୟତା ବିଷୟରେ ।
ମଣିଷ ଯେତେବେଳେ ମାତା ଗର୍ଭରେ ରହିଥାଏ ସେବେଠାରୁ ହିଁ ସେହି ମଣିଷର ପରୀକ୍ଷା ଆରମ୍ଭ ହୋଇଯାଇଥାଏ । ଯାହା ଜୀବନର ଅନ୍ତ ପର୍ଯ୍ୟନ୍ତ ଚାଲିଥାଏ । ମାତା ଗର୍ଭରେ ଥିବା ଅବସ୍ତାରେ ହିଁ ମଣିଷ ନିଜର କର୍ମ ଫଳ ଭୋଗିବା ଆରମ୍ଭ କରିଦେଇଥାଏ । ଗର୍ଭରେ ଥିବା ସନ୍ତାନର ବୃଦ୍ଧି ହେବା ସହ ମାଆ ପେଟର ଗର୍ଭ କୋଷ ମଧ୍ୟ ବଢିଥାଏ ।
ମାଆ ଯେଉଁ ଖାଦ୍ୟ ଗ୍ରହଣ କରିଥାଏ ତାହା ରକ୍ତ ମାଧ୍ୟମରେ ଶିଶୁ ପାଖରେ ପହଞ୍ଚିଥାଏ । ମାଆର ବିଚାର ଯେଉଁଭଳି ହୋଇଥାଏ ଏହାର ପୁରା ପ୍ରଭାବ ଶିଶୁ ଉପରେ ପଡିଥାଏ । ଗର୍ଭରେ ଶିଶୁ ଯେତେ ଯେତେ ବଢିଥାଏ ସେତେ ସେତେ ତାହାର ପୂର୍ବ ଜନ୍ମ ସ୍ମରଣ ହୋଇଥାଏ । ଏହି କାରଣ ପାଇଁ ତାକୁ ଆତ୍ମା ଗ୍ଳାନି, ନିରାଶ ମିଳିବା ସହ ବହୁତ କଷ୍ଟ ହୋଇଥାଏ । ଏହିସବୁ କଷ୍ଟ ପାଇଁ ତା ମନରେ ଗର୍ଭରେ ଥିବା ଅବସ୍ତାରେ ବିଚାର ଆସିଥାଏ କି ମୁଁ ଏହି ଜନ୍ମରେ କିଛି ବି ଖରାପ କରିବି ନାହିଁ ।
ଯାହାଦ୍ୱାରା କି ମତେ ପୁଣି ଏହିଭଳି ଗର୍ଭରେ ରହିବା ପାଇଁ ପଡିବ । ନିଜ ପୂର୍ବ ଜନ୍ମର କର୍ମକୁ ଭାବି ଶିଶୁର ମନ ବହୁତ ଦୁଃଖ ହୋଇଥାଏ । ଏହି କାରଣ ପାଇଁ ସେ ଗର୍ଭରୁ ମୁକ୍ତିର ବାଟ ଖୋଜିଥାଏ । ଶିଶୁକୁ ତା ପୂର୍ବ ଜନ୍ମର ଭଲ ଖରାପ ସବୁ କଥା ମନେ ରହିଥାଏ । ଏହା ସହିତ ଶିଶୁର ଏହା ମଧ୍ୟ ମନେ ଥାଏ କି ତାହାର ପୂର୍ବ ଜନ୍ମରେ କିପରି ମୃତ୍ୟୁ ହୋଇଥିଲା ।
ଶିଶୁ ଗର୍ଭରେ ରହି ଏହା ମଧ୍ୟ ଜାଣିଥାଏ କି ତାକୁ ପୁଣି ଥରେ ସାଂସାରିକ ବନ୍ଧନରରେ ବାନ୍ଧି ହେବା ପାଇଁ ପଡିବ । ଗରୁଡ ପୁରାଣ ଅନୁଯାୟୀ ଗୋଟିଏ ଶିଶୁକୁ ଗର୍ଭରେ ରହିବା ସମୟରେ ପାହାଡ ତଳେ ଚାପି ହୋଇ ରହିବା କଷ୍ଟ ସଙ୍ଗେ ସମାନ ହୋଇଥାଏ । ଗର୍ଭରେ ଅଧିକ ଟାପ ଦ୍ଵାରା ଶିଶୁକୁ ବହୁତ କଷ୍ଟ ହୋଇଥାଏ ।
ମାଆ ଗର୍ଭରେ ଶିଶୁ ଦୁଃଖୀ ଥିବାରୁ ଜନ୍ମ ହେବା ପରେ ଶିଶୁ ଜୋରେ କାନ୍ଦିଥାଏ । ଜନ୍ମ ହୋଇ ଦୁନିଆକୁ ଆସିବା ପରେ ଶିଶୁଟି ଭଲ ଖରାପ କିଛି ମନେ ରଖିନଥାଏ । ଭଗବାନଙ୍କୁ ମଧ୍ୟ ଭୁଲିଯାଇଥାଏ । ଯାହାଦ୍ୱାରା ସେ ପୁଣି ଖରାପ କରିବାକୁ ଡରି ନଥାଏ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବା ପାଇଁ ଜମା ବି ଭୁଲିବେନି ।