ମୁହଁରେ ବ୍ରଣ ! କେମିତି କରିବେ ଦୂର, Dr Kumar Abhishek ଙ୍କ ଠାରୁ ଏଥିରୁ ମୁକ୍ତି ପାଇବାର ଉପାୟ

ଆଜିର ଯୁବକ ଓ ଯୁବତୀଙ୍କ ପାଇଁ ବ୍ରଣ ହେଉଛି ମୁଖ୍ୟ ସମସ୍ୟା । ଆମେ ଭାବି ଥାଉ କି ବ୍ରଣ ଫୁଟାଇ ଦେଲେ ତାହା କମି ଯାଇଥାଏ ଏବଂ ଆମ ଚର୍ମ ଠିକ ହୋଇଯାଇଥାଏ । କିନ୍ତୁ ଏହା ଭୁଲ ଧାରଣା ଅଟେ । ଡାକ୍ତରଙ୍କ ପରାମର୍ଶରେ ଏହି ଭଳି କରିବା ଅନୁଚିତ୍ ହୋଇଥାଏ । ଯଦି ଆମେ ବ୍ରଣ କୁ ଚିପି ଦେଇଥାଉ ତେବେ ସେହି ସ୍ଥାନରେ କଳା ଦାଗ ହୋଇଯାଏ ଏବଂ ଇନଫେକ୍ଶନ ହେବାର ସମ୍ଭାବନା ରହିଥାଏ ।

ଏହି ଇନଫେକ୍ଶନ ବଢିଲେ ମୁହଁରେ ଗାତ ହୋଇଯାଏ । ତେଣୁ ଏଭଳି କରିବା ଅନୁଚିତ୍ ହୋଇଥାଏ । ମୁହଁରେ ବ୍ରଣ ହେବ ଏକ ସାଧାରଣ ଚର୍ମ ରୋଗ ହୋଇଥାଏ । ଯୌବନ ଅବସ୍ଥାରେ ଏହାର ପ୍ରାରମ୍ଭ ହୋଇଥାଏ ଯୌବନ ରେ ଆମର ମୁହଁରେ ବିଭିନ୍ନ ହରମୋନସ ବାହାରିଥାଏ ଯେତେ ବେଳେ ଆନଡ୍ରୋଜେନ ହୋରମୋନ ବାହାରେ ତେବେ ଆମ ମୁହଁରେ ବ୍ରଣ ହେବା ପ୍ରାରମ୍ଭ ହୋଇଥାଏ ।

ଏହା ଛଡା ଆମ ଚର୍ମରେ ଏକ ବ୍ୟକ୍ଟେରିଆ ରହିଥାଏ ଏହାର ପ୍ରତିକାର ହେଲେ ମଧ୍ୟ ମୁହଁରେ ବ୍ରଣ ସୃଷ୍ଟି ହୋଇଥାଏ । ଯଦି ଏହି ବ୍ରଣ ଆମ ମୁହଁରେ ହୋଇଥାଏ , ସେହି ସମୟରେ ହାତ ମାରିବା ଅନୁଚିତ୍ ହୋଇଥାଏ ବୋଲି ଡାକ୍ତର ଉପଦେଶ ଦେଇଥାନ୍ତି । ବ୍ରଣ ଦୁଇ ପ୍ରକାରର ହୋଇଥାଏ ଧଳା ଏବଂ ଲାଲ । ଏହି ବ୍ରଣ କୁ ରୋକିବାକୁ ହେଲେ ଆମକୁ ନିଜର ଜୀବନଶୈଳୀ କୁ ବଦଳାଇବାକୁ ପଡିଥାଏ ।

ଆମେ ଆଜିକା ଦିନରେ ଅଧିକ  ଚିନ୍ତା କରିଥାଉ ଯାହାର ପ୍ରଭାବ ଆମ ମୁହଁରେ ପଡି ବ୍ରଣ ସୃଷ୍ଟି କରିଥାଏ । ଏହା ଛଡା ଅଧିକ ତେଲ ଜାତୀୟ ଖାଦ୍ୟ , ଜଙ୍ଗ ଫୁଡ ଦ୍ଵାରା ବ୍ରଣ  କୁ ବୃଦ୍ଧି କରିବାରେ ସାହାଯ୍ୟ କରେ ଏବଂ ଚିନି ଜାତୀୟ ଖାଦ୍ୟ ଖାଇବା ଦ୍ଵାରା ମଧ୍ୟ ବ୍ରଣ ଅଧିକ ହୋଇଥାଏ । ଯେଉଁ ମାନେ କ୍ଷୀର ପିଇଅନ୍ତି ସେମାନଙ୍କୁ ବ୍ରଣ ହେବାର ସମ୍ଭାବନା ରହିଥାଏ ।

ବ୍ରଣ ଯେତେ ବେଳେ ହୋଇଥାଏ ତେବେ ଆମେ ଘରୋଇ ଉପଚାର କରିଥାଉ ଯେମିତି କି ହଳଦୀ ଦହି ଅଡିକୁ ପ୍ରୋୟଗ କରି ଲେପ ପ୍ରସ୍ତୁତ କରିଥାଏ ଏବଂ ଏହାକୁ ମୁହଁରେ ଲଗେଇଥାଉ । ଆଉ କିଛି ଲୋକେ ନିକଟ ରେ ଥିବା ଔଷଧ ଦୋକାନରେ ରେ କିଛି କ୍ରିମ କିଣି ତାହାକୁ ମୁହଁରେ ଲଗାଇଥାନ୍ତି । କିନ୍ତୁ ଡାକ୍ତରଙ୍କ ମତ ଅନୁସାରେ ଏହା ଅନୁଚିତ୍ ଅଟେ । କାରଣ ବିନା ଚିକିତ୍ସା ରେ ଔଷଧ ଲଗେଇବା ଉଚିତ ହୋଇ ନଥାଏ ।

ଘରୋଇ ଉପକରଣରେ ଯଦି ଲେମ୍ବୁ ଏବଂ ପିଆଜ ଅଧିକ ପରିମାଣରେ ଲଗିଯାଇଥାଏ  ତେବେ ତାହା ମୁହଁରେ ପ୍ରତିକାରକ କରିଥାଏ । ବ୍ରଣ ର ପ୍ରାରମ୍ଭ ରୁ ଆମ କୁ ପ୍ରଥମେ ଡାକ୍ତରଙ୍କ ପାଖ କୁ ଯାଇ ଏହାର ଉପଚାର କରିବା ଏବଂ ତାଙ୍କ ପରାମର୍ଶ ଅନୁସାରେ ଔଷଧ , କ୍ରିମ ର ପ୍ରୋୟଗ କରିବା ଉଚିତ୍ ହୋଇଥାଏ ଏବଂ ଭିଟାମିନ -ଏ , ଭିଟାମିନ – ବି ଫଳ ପନିପରିବା ଅଧିକ ଖାଇବା ଉଚିତ୍ । ଆପଣ ଏହାକୁ ଅବହେଳା କରିବେ ନାହିଁ ନଚେତ୍ ଏହା ଅଧିକ ହୋଇ ଆପଣଙ୍କ ମୁହଁ ସାରା ଗାତ ହୋଇଥାଏ । ଉପଯୁକ୍ତ ସମୟ ରେ ଏହା ଉପଚାର ଡାକ୍ତରଙ୍କ ଦ୍ଵାରା କରାନ୍ତୁ । ଏଭଳି ପୋଷ୍ଟ ପାଇଁ ଆମ ପେଜକୁ ଲାଇକ ଶେୟାର ଆଉ କମେଣ୍ଟ କରନ୍ତୁ ।

Leave a Reply

Your email address will not be published. Required fields are marked *