ଗର୍ଭଧାରଣର ସଠିକ୍‌ ସମୟ କ’ଣ ? Dr Priyadarshini Tripathy

ବନ୍ଧୁଗଣ, ସବୁ ସ୍ତ୍ରୀ ଲୋକଙ୍କ ପକ୍ଷରେ ପ୍ରତି ସାଇକେଲ ରେ ଇଣ୍ଟର କୋର୍ସ କରିଲେ କେବଳ ୨୫ ପ୍ରତିଶତ ଚାନ୍ସ ରହିଅଛି ପ୍ରେଗନେଣ୍ଟ ହେବାର । ଏବଂ ଏହି ୨୫ ପ୍ରତିଶତ ଚାନ୍ସ ଟି ବଢୁଛି ସେତେବେଳେ ମାନିନିଅନ୍ତୁ ଯେ ଆପଣଙ୍କ ମାସିକିଆ ସାଇକେଲ ହେଉଛି ୨୮ ଦିନ ଅଥବା ୩୦ ଦିନ । ଯେଉଁ ୨୮ ଦିନରୁ ୩୦ ଦିନ ଥାଏ ଲାଷ୍ଟ ୧୪ ଦିନ ହେଉଛି ଆପଣଙ୍କ ନିମନ୍ତେ ଖୁବ ମହତ୍ଵପୂର୍ଣ୍ଣ ଦିନ । ଏହାକୁ କୁହାଯାଏ ଲୁଟିଆଲଫେସ ।

ଯଦି ଗୋଟିଏ ମହିଳା ଙ୍କ ସାଇକେଲ ରେଗୁଲାର ଅଛି ପ୍ରତି ୨୮ ରୁ ୩୦ ଦିନ କୁ ଥରେ ସାଇକେଲ ହେଉଛି ତେବେ ତାଙ୍କର ଯେଉଁ ଓଭାରୀରୁ ଅଣ୍ଡା ବାହାରୁଛି ତାହା ୧୩ ରୁ ୧୫ ଦିନ ମଧ୍ୟରେ ବାହାରୁଛି । ତେବେ ଏଗ ର ସରଭାଇଲିଟି କ’ଣ ? ଯଦି ଜଣେ ମହିଳା ଙ୍କ ଓଭାରୀରୁ ଅଣ୍ଡା ବାହାରିଲା, ତେବେ ସେ ଅଣ୍ଡା କେବଳ ୨୪ ଘଣ୍ଟା ହିଁ ସରଭାଇଭ କରିବ । ଏହାପରେ ସେ ଅଣ୍ଡା ନଷ୍ଟ ହୋଇଯିବ ।

ତେବେ ଏହି ୨୪ ଘଣ୍ଟା ଆଗରୁ ସେ ଇଣ୍ଟରକୋର୍ଷ କରିଲେ ତାଙ୍କର ପ୍ରେଗନେନସି ଚାନ୍ସ ବଢିଯାଇଥାଏ । ଯଦି ଜଣେ ମହିଳା ଙ୍କ ରେଗୁଲାର ସାଇକେଲ ରହୁଛି ଜେଭଳି ୧୩ ରୁ ୧୫ ଦିନ ଭିତରେ ଅଣ୍ଡା ରିଲିଜ ହୋଇଥାଏ, ତେବେ ୧୨ ରୁ ୧୬ ଦିନ ମଧ୍ୟରେ ଇଣ୍ଟରକୋର୍ଷ କରିଲେ ପ୍ରେଗନେନସି ଚାନ୍ସ ବଢିଯାଇଥାଏ ।

ଯଦି ଆପଣ ଦେଖୁଛନ୍ତି ଯେ ଆପଣଙ୍କର ପିରିୟଡ୍ସ ହେଲାନାହିଁ ତଥା ପରବର୍ତ୍ତୀ ପିରିଅଡ ଘୁଞ୍ଚିଗଲା, ଏବଂ ଆପଣ ଭାବୁଛନ୍ତି ଯେ ୨୮ ଦିନ ପରେ ଆପଣଙ୍କର ପିରିୟଡ୍ସ ହେବ କିନ୍ତୁ ୨୮ ଦିନ ପରେ ହେଲାନାହିଁ । ତେବେ କିଛି ପାନିକ ହେବା ଦରକାର ନାହିଁ ଆପଣ ବିଶେଷ କରି ଏକ ସପ୍ତାହ ନିଶ୍ଚିତ ଭାବରେ ଜଗନ୍ତୁ । ସପୋଜ ଆପଣଙ୍କର ପିରିଅଡ ହେଲାନାହିଁ ଏବଂ ବେଳେ ବେଳେ ଆପଣଙ୍କର ଷ୍ଟ୍ରେସ ଇଣ୍ଡୟୂସ ହୋଇପାରେ ଅଥବା କୌଣସି ମେଡିସନ ର ପ୍ରଭାବ ହୋଇପାରେ ।

ଯାହା ଦ୍ଵାରା ପିରିଅଡ ଟିକିଏ ବିଳମ୍ବ ରେ ହୋଇପାରେ ଏହାର ଅର୍ଥ ନୁହେଁ ଯେ ଆପଣ ପ୍ରେଗନେଣ୍ଟ ହେବେ । ତେବେ ଆପଣ ନିଶ୍ଚିତ ଭାବରେ ସପ୍ତାହ ଟେ ଜଗି ୟୁରିନ ଟେଷ୍ଟ କରନ୍ତୁ । ୟୁରିନ ଟେଷ୍ଟ କରାଇବାର ସବୁଠାରୁ ସଠିକ ସମୟ ହେଉଛି ଗୋଟିଏ ସପ୍ତାହ ପିରିଅଡ ଘୁଞ୍ଚିଯିବା । ତେବେ ବନ୍ଧୁଗଣ , ଆଶା କରୁଛି ଏହା ଆପଣଙ୍କୁ ନିଶ୍ଚିତ ଭାବରେ ପସନ୍ଦ ଆସିଥିବ । ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଲେ ଗୋଟେ ଲାଇକ କରିଦିଅନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *