ଗର୍ଭାବସ୍ଥାରେ କେମିତି ନେବେ ଯତ୍ନ ? ଜାଣନ୍ତୁ କଣ କରିବେ ଓ କଣ ନୁହେଁ ? Dr Chinmayee Kar

ବନ୍ଧୁଗଣ, ସାଧାରଣତଃ ଗୋଟିଏ ସ୍ତ୍ରୀ ଲୋକ ଗର୍ଭ ଧାରଣ କରିଲେ ଯେତିକି ଖୁସି ତାକୁ ମିଳେ ସେତିକି ତାଙ୍କ ସହ ପରିବାର ସମସ୍ତଙ୍କୁ ମିଳିଥାଏ । ପ୍ରଥମେ ହେଉଛି ଯେ ପ୍ରେଗନେନସି ରହିଲା ବୋଲି ଜାଣିବେ କେମିତି ? ପିରିୟଡ ମିସ ହେବାର ୨ ରୁ ୪ ଦିନ ଭିତରେ ଆପଣ ପ୍ରେଗନେନସି ଟେଷ୍ଟ କରିପାରିବେ । ପଜେଟିଭ ଆସିଲେ ଆପଣ ପ୍ରଥମେ ଡାକ୍ତର ଙ୍କ ପାଖକୁ ଯାଇ ଦେଖାନ୍ତୁ । ବହୁତ ଜଣ ଅଛନ୍ତି ଯେଉଁମାନେ ଏଭଳି ଭାବନ୍ତି ଯେ ପଜେଟିଭ ଆସିଛି ତ ଆମ୍ଭେ ଆରାମ ରେ ୨ ରୁ ୩ ମାସ ରହି ଡାକ୍ତର ଙ୍କ ପାଖକୁ ଯିବା ।

ମାତ୍ର ସେହି ସମୟରେ ଆପଣ ମିସ କରିଯାଉଛନ୍ତି ଯେ ଗୋଟିଏ ନରମାଲ ପ୍ରେଗନେନସି କଣ୍ଟିନିଉ କରିବା ନିମନ୍ତେ । ପ୍ରେଗନେନସି ରହିବା ମାତ୍ରେ ଡାକ୍ତର ଙ୍କ ସହିତ ପରାମର୍ଶ କରିବା ନିହାତି ଆବଶ୍ୟକ ହୋଇଥାଏ । ପ୍ରେଗନେନସି ସଠିକ ଜାଗାରେ ରହିଅଛି କି ନହିଁ ତାହା ଜାଣିବା ନିହାତି ଆବଶ୍ୟକ ବହୁତ ଜାଗାରେ ଏଭଳି ଅଛି ଯେ ପ୍ରେଗନେନସି ୟୁଟ୍ରେସ ଭିତରେ ନ ରହି ବାହାରେ ରହିଥାଏ ।

ଏହା ଯେତେ ଜଲ୍ଦି ସଠିକ ଭାବରେ ରହିବ ତାହା ସବୁଠାରୁ ଉତ୍ତମ ଅଟେ । ମାତ୍ର ଯଦି ତାହା ଜଣା ପଡୁନାହିଁ ଏବଂ ପ୍ରେଗନେନସି ସେହିଭଳି କଣ୍ଟିନିଉ କରୁଛି ତେବେ ତାହା ବେଳେ ବେଳେ ମା’ ର ଜୀବନ ପ୍ରତି ଘାତକ ଆସିଯାଇଥାଏ । ଏହା ଭିତରେ ଇଣ୍ଟର୍ନାଲ ବ୍ଲିଡିଙ୍ଗ ହୋଇ ବହୁତ ସମୟରେ ପେସେଣ୍ଟ କୁ ହରାଇବାକୁ ପଡିଥାଏ ।

ଏଣୁ ଡାକ୍ତର ଙ୍କ ସହିତ ପରାମର୍ଶ କରିବା ନିହାତି ଆବଶ୍ୟକ । ପ୍ରେଗନେନସି ରେ ବହୁତ ଥର ଛୋଟ ଛୋଟ କିଛି ବିଶେଷ ଅସୁବିଧା ଦେଖାଯାଇଥାଏ । ଆପଣ ଏହି ଛୋଟ ଛୋଟ ଅସୁବିଧା କୁ ଜାଣିବା ସହିତ ଏହାକୁ କିଭଳି କଣ୍ଟ୍ରୋଲ କରିପାରିବେ ତାହା ସମ୍ବନ୍ଧରେ ଜାଣିବା ନିହାତି ଆବଶ୍ୟକ । ଏହି ସମୟରେ ସକାଳୁ ଉଠିବା ମାତ୍ରେ ବାନ୍ତି ଲାଗିବା ଅଥବା ବାନ୍ତି ଦେଖାଇବା, ଖାଇବା ଦେଖିଲେ ଖାଇବାକୁ ଇଛା ନ ହୋଇ ଓକାର ଉଠେଇବା ।

ସବୁବେଳେ ତଣ୍ଟି ପାଖରେ କିଛି ଗୋଟିଏ ରହିଗଲା ଭଳି ଅନୁଭବ ହେବା, ଛାତି ପୋଡିବା, ଉପର ପେଟରେ ସବୁବେଳେ ପୋଡିବା ଭଳି ଲାଗିବା । ଏହିସବୁ ଜିନିଷ ଗୁଡିକ ପ୍ରଥମେ ଭାଗରେ ହେବା ସାଧାରଣ କଥା ଅଟେ । ଏହି ସମୟରେ ଏକ ସାଥିରେ ବହୁତ ପରିମାଣରେ ଖାଇବା ଉଚିତ ନୁହେଁ । ଖାଲି ପେଟରେ ପାଣି ତଥା ଜୁଷ ସେବନ କରିବା କଥା ନୁହେଁ । ଏହି ଜିନିଷ ଗୁଡାକ ପାଇଁ ବାନ୍ତି ବେସୀ ଦେଖାଇଥାଏ ।

ଆପଣ ଯେତିକି ଖାଇବା କଥା ଦିନରେ ସେତିକି ଖାଇବେ କିନ୍ତୁ କମ କମ ପରିମାଣରେ ବ୍ୟବଧାନ ରଖି ଖାଇବେ । ଏହା ସହିତ ଅଧିକା ପାଣି ସେବନ କରିବା ମଧ୍ୟ ନିହାତି ଜରୁରୀ ଅଛି । କିନ୍ତୁ ଏହି ସମୟରେ ଖାଲି ପେଟରେ ଜଳ ସେବନ କରିବା କଥା ନୁହେଁ । ତେବେ ବନ୍ଧୁଗଣ , ଆଶା କରୁଛି ଏହା ଆପଣଙ୍କୁ ନିଶ୍ଚିତ ଭାବରେ ପସନ୍ଦ ଆସିଥିବ । ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଲେ ଗୋଟେ ଲାଇକ କରିଦିଅନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *