Health Tips;- ଏହି 17 ଟି ଭୁଲ ପାଇଁ ଭୋଗିବାକୁ ପଡିଥାଏ ଗ୍ଯାସ, ଏସିଡିଟି ଭଳି ପେଟ ସମସ୍ଯା ! ଏସବୁ ଭୁଲରୁ ଦୂରେଇ ରୁହନ୍ତୁ…

ନମସ୍କାର ବନ୍ଧୁଗଣ, ଆମେ ଖାଉଥିବା ସମୟରେ କରୁଥିବା ଭୁଲ ଆମ ପାଇଁ ପରେ ଚିନ୍ତାର କାରଣ ବନି ଯାଇଥାଏ । ଆଉ ଯାହା ସମ୍ପର୍କରେ ଆମକୁ ଜଣା ନଥାଏ । ତେଣୁ ନିଜକୁ ସୁସ୍ଥ ରଖିବା ପାଇଁ ହେଲେ କିଛି କଥା ଉପରେ ବିଶେଷ ଧ୍ୟାନ ଦେବାକୁ ପଡିଥାଏ । ଯାହାଦ୍ୱାରା ଆପଣଙ୍କୁ ସ୍ୱାସ୍ଥ୍ୟ ଜନିତ କୌଣସି ସମସ୍ୟା ଭୋଗ କରିବାକୁ ପଡିବ ନାହିଁ । ଶରୀର ସୁସ୍ଥ ରହିଲେ ସବୁ ସୁନ୍ଦର ଏବଂ ଭଲ ଲାଗିଥାଏ । ତେଣୁ ଆଜି ଆମେ ଆପଣ ମାନଙ୍କୁ ଜଣାଇବା ପାଇଁ ଯାଉଛୁ ସେହି ଭୁଲ ସମ୍ପର୍କରେ ଯାହା ଆପଣ କେବେ କରିବା ଉଚିତ ନୁହେଁ ।

୧- ସକାଳୁ ଉଠିବା ପରେ ଖାଲି ପେଟରେ ଆପଣଙ୍କୁ ମିଠା ଜାତୀୟ ଖାଦ୍ୟ ଖାଇବା ଅନୁଚିତ । କାରଣ ଚିନିରୁ ପ୍ରସ୍ତୁତ ସମସ୍ତ ମିଠା ଜାତୀୟ ଖାଦ୍ୟ ଆପଣଙ୍କ ପେଟକୁ ଯାଇ ଗ୍ୟାସ ସୃଷ୍ଟି କରିଥାଏ । ଏହା ଆମ ଲିଭର ଏବଂ ପ୍ୟାନକ୍ରିୟାଜ ଉପରେ ମଧ୍ୟ ବହୁତ ଖରାପ ପ୍ରଭାବ ପକାଇଥାଏ । ତେଣୁ ସବୁବେଳେ ସକାଳର ଆରମ୍ଭ ପ୍ରାକୃତିକ ଫଳରୁ କରିବା ଆବଶ୍ୟକ ।

୨- ଖାଇ ସାରିବା ପରେ ତୁରନ୍ତ ଗାଧୋଇବା ଅନୁଚିତ । କାରଣ ଖାଇବା ପରେ ଖାଦ୍ୟ ହଜମ ହେବା ପାଇଁ ରକ୍ତ ପ୍ରବାହ ପେଟ ଆଡକୁ ଅଧିକ ହେବାକୁ ଲାଗେ । ଗାଧୋଇବା ଦ୍ଵାରା ଆପଣଙ୍କ ଶରୀର ତୁରନ୍ତ ଥଣ୍ଡା ହୋଇଯାଏ ତେଣୁ ଆପଣଙ୍କ ହଜମ ପ୍ରକ୍ରିୟା ବହୁତ ଧୀର ହୋଇଯାଏ ।

୩- ଶୀଘ୍ର ଖାଦ୍ୟ ଖାଇବା ଦ୍ଵାରା କମ ସମୟରେ ଅଧିକ ଖାଇବା ପେଟକୁ ଚାଲିଯାଇଥାଏ । ଯାହାକି ଅଳ୍ପ ସମୟ ପରେ ଫୁଲିଯାଇ ବହୁତ ଅଧିକ ହୋଇଯାଏ । ଯାହାଦ୍ୱାରା ପେଟ ଭାରି ଲାଗିବା ସହ ବାରମ୍ବାର ହାକୁଟି ଆସିବାକୁ ଲାଗେ । ତେଣୁ ସର୍ବଦା ଖାଇବା ଧୀରେ ଧୀରେ ଏବଂ ଆରାମରେ ଖାଇବା ଉଚିତ । ୪-  ଖାଇ ସାରି ତୁରନ୍ତ ଆସି ଶୋଇବା ଦ୍ଵାରା ଖାଇବା ହଜମ ହେବାର ପ୍ରକ୍ରିୟା ମନ୍ଥର ହୋଇଯାଇଥାଏ । ଏବଂ ଖାଇବା ଉପରକୁ ଆସିବାକୁ ଲାଗିଥାଏ ଯାହାଫଳରେ ଆଶିରିଟି ଏବଂ ଛାତିରେ ଜଳାପୋଡା ହେବା ଭଳି ଲାଗେ ।

୫- ଆମିଷ ସହ ଆପଣମାନେ ଅନ୍ୟ କୌଣସି ପନିପରିବାରୁ ତରକାରୀ ଖାଇବା ଊଚିତ । ଆପଣଙ୍କ ଖାଇବାରେ ପନିପରିବା ମାତ୍ରା ଯେତେ ଅଧିକ ରହିବ କବ୍ଜ ସମସ୍ୟା ସେତେ କମିବ । ୬- ଖାଇବାର ତୁରନ୍ତ ପରେ ପାଣି ପିଇବା ଅନୁଚିତ । ୭- ଖାଇସାରିବା ପରେ ସଙ୍ଗେ ସଙ୍ଗେ ସାଲାଡ ଖାଇବା ଅନୁଚିତ । ଏପରି କରିବା ଦ୍ଵାରା ପାଚନକ୍ରିୟା ବହୁତ ଧିମା ହୋଇଯାଏ ।

୮- ଦିନକୁ ପ୍ରତ୍ୟକ ଦିନ ୭ ରୁ ୮ ଗ୍ଳାସ ପିଇବା ଉଚିତ । ୯- ପେଟ ଫୁଲ କରି କେବେ ଖାଇବା ଉଚିତ ନୁହେଁ । ପେଟରେ ଟିକିଏ ଖାଲି ସ୍ଥାନ ରଖିବା ଉଚିତ । ନଚେତ ଖାଦ୍ୟ ହଜମ ହେବ ନାହିଁ ଠିକ ଭାବରେ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟର କରିବା ପାଇଁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *