ଦୁନିଆର ସବୁଠାରୁ ବିଶାଳ ତଥା ବଡ ଷ୍ଟାଚୁ ! ଏହାର ଉଚତା ଦେଖିଲେ… ଆପଣଙ୍କର ବି ଉଡିଯିବ ହୋସ୍ !

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଦୁନିଆରେ ବହୁତ ବଡ ବଡ ଷ୍ଟାଚ୍ୟୁ ବା ମୂର୍ତ୍ତି ଦେଖିବାକୁ ମିଳିଥାଏ । ଏହି ଉଚତମ ଷ୍ଟାଚ୍ୟୁ ଦେଖିବା ପାଇଁ ପ୍ରତିଦିନ ଦୂରଦୂରାନ୍ତରୁ ଲୋକଙ୍କର ଭିଡ ଦେଖିବାକୁ ମିଳିଥାଏ । ଆପଣ କଣ ଜାଣିଛନ୍ତି ? ଦୁନିଆର ସବୁଠାରୁ ବଡ ଷ୍ଟାଚ୍ୟୁ କେଉଁଟି ? ଆଜି ଆପଣ ଆମ ପୋଷ୍ଟ ମାଧ୍ୟମରେ ଦୁନିଆର ବଛା ବଛା ଉଚତମ ଷ୍ଟାଚ୍ୟୁ ସମ୍ବଦ୍ଧୀୟ ଅନେକ ତଥ୍ୟ ଜାଣିବାକୁ ପାଇବେ ।

ଚାଇନାର ଳିଙ୍ଗ ଶାନରେ ଥିବା ଗ୍ରେଟ ବୁଦ୍ଧ ଷ୍ଟାଚ୍ୟୁ ଦୁନିଆର ବଡ ବଡ ଷ୍ଟାଚ୍ୟୁ ମଧ୍ୟରେ ଅନ୍ୟତମ । ଏହା ଚାଇନାର ଏକ ମାଉଣ୍ଟେନ ଉପରେ ନିର୍ମାଣ କରାଯାଇଛି । ଚାଇନାରେ ଥିବା ଥିବା ସମସ୍ତ ବୁଦ୍ଧ ମୂର୍ତ୍ତି ଠାରୁ ଏହା ସବୁଠାରୁ ବଡ ଷ୍ଟାଚ୍ୟୁ ଅଟେ । ଏହି ଷ୍ଟାଚ୍ୟୁର ଉଚଟା ୮୮ ମିଟର ବା ୨୮୮ ଫିଟ । ଏହାକୁ ନିର୍ମାଣ କରିବାକୁ ୭୦୦ ଟନ୍ ର ପିତ୍ତଳର ବ୍ୟବହାର କରାଯାଇଛି ।

ଦିତୀୟରେ ସ୍ପ୍ରିଙ୍ଗ ଟେମ୍ପଲ ବୁଦ୍ଧ । ଏହି ମୂର୍ତ୍ତିର ଉଚଟା ୧୨୮ ମିଟର । ଏହା ହେଉଛି ଦୁନିଆର ଦିତୀୟ ବୃହତ୍ତମ ଷ୍ଟାଚ୍ୟୁ । ତୃତୀୟରେ ଲାକ୍ୟୁନ୍ ସେକୟା ବୁଦ୍ଧ । ଏହି ଷ୍ଟାଚ୍ୟୁକୁ ନିର୍ମାଣ କରିବାକୁ ପ୍ରାୟତଃ ୧୨ ବର୍ଷ ଲାଗିଯାଇଥିଲା । ଏହି ବୁଦ୍ଧ ଷ୍ଟାଚ୍ୟୁର ଉଚତା ହେଉଛି ୧୧୫ . ୮ ମିଟର । ଏହି ଷ୍ଟାଚ୍ୟୁରେ ୩୨ ଟି ଫ୍ଲୋର ରହିଛି ।

ଚତୁର୍ଥରେ ଉଷିକୁ ଦଇବୁଟ୍ସ । ଜାପାନର ଉଷିକୁ ସହରରେ ୧୯୯୩ ମସିହାରେ ଏହି ଷ୍ଟାଚ୍ୟୁ ନିର୍ମାଣ କରାଯାଇଛି । ଏହି ଷ୍ଟାଚ୍ୟୁର ଉଚତା ୧୨୦ ମିଟର । ଏହାକୁ ସଂପୂର୍ଣ୍ଣ ଭାବରେ ପିତ୍ତଳରେ ନିର୍ମାଣ କରାଯାଇଛି । ଏହା ୪ ଫ୍ଲୋର ବିଶିଷ୍ଟ । ପ୍ରତ୍ଯେକଟି ଫ୍ଲୋରରେ କିଛି ନୂଆ ନୂଆ ଜିନିଷ ଦେଖିବାକୁ ମିଳିଥାଏ ।

ପଞ୍ଚମରେ ସେଣ୍ଡାଇ ଡାଇକନନୋନ । ଏହି ଷ୍ଟାଚ୍ୟୁ ପାହାଡ ଉପରେ ନିର୍ମିତ କରାଯାଇଛି । ଜାପାନରେ ଅବସ୍ତିତ ଏହି ଷ୍ଟାଚ୍ୟୁର ଉଚତା ପ୍ରାୟ ୯୯ ମିଟର।  ଷଷ୍ଠରେ ଜିଆନଶୌ ଜିଅନୟାନ ଗୁଆନ୍ୟିନ । ଏହି ଷ୍ଟାଚ୍ୟୁ ଚୀନରେ ଅବସ୍ତିତ । ଏହାର ଉଚତା ୯୯ ମିଟର । ଏହି ଷ୍ଟାଚ୍ୟୁରେ ପିତ୍ତଳରେ ନିର୍ମାଣ କରାଯାଇଛି ସତ କିନ୍ତୁ ଏହାର ଉପର ଭାଗରେ ସୁନାର ପରସ୍ତ ଲଗାଯାଇଛି ।

ସପ୍ତମରେ ଆମେରିକାରେ ଅବସ୍ତିତ ଷ୍ଟାଚ୍ୟୁ ହେଉଛି ଷ୍ଟାଚ୍ୟୁ ଅଫ ଲିବର୍ଟି ଦୁନିଆର ସବୁଠାରୁ ପ୍ରସିଦ୍ଧ । ଏହାର ପୁରା ନାମ ହେଉଛି ଲିବର୍ଟି ଆଣ୍ଡ ଲାଇଟିଙ୍ଗ ଦି  ୱୋର୍ଲ୍ଡ । ଏହି ଷ୍ଟାଚ୍ୟୁର ବାହାର ପରସ୍ତ ଶୁଦ୍ଧ ତମ୍ବାରେ ନିର୍ମାଣ କରାଯାଇଛି । ଏହି ଷ୍ଟାଚ୍ୟୁର ମୁଣ୍ଡ ପର୍ଯ୍ୟନ୍ତ ପହଞ୍ଚିବା ପାଇଁ ୩୫୪ ପାହଞ୍ଚ ଚଢିବାକୁ ପଡିବ ।

ଅଷ୍ଟମରେ ଗ୍ରେଟ ବୁଦ୍ଧ ଅଫ ଥାଇଲାଣ୍ଡ । ଏହାର ଉଚତା ୩୦୦ ଫୁଟ୍ ଓ ଚଉଡା ୨୧୦ ଫୁଟ୍ । ଷ୍ଟାଚ୍ୟୁର ଉପର ଭାଗ ଗୋଲ୍ଡେନ ପେଣ୍ଟ କରାଯାଇଥିବାରୁ ଏହାକୁ ଗୋଲ୍ଡେନ ବୁଦ୍ଧ ବୋଲି କୁହାଯାଇଥାଏ । ନବମରେ ଷ୍ଟାଚ୍ୟୁ ଅଫ ୟୁନିଟି । ଏହା ଭାରତରେ ଅବସ୍ତିତ । ସର୍ଦ୍ଧାର ବଲ୍ଲଭ ଭାଇ ପଟେଲଙ୍କ ଉଦ୍ଧେଶ୍ୟରେ ଏହାକୁ ନିର୍ମାଣ କରାଯାଇଛି । ଏହାର ଉଚତା ୧୮୨ ମିଟର । ଏହା ଦୁନିଆର ସବୁଠାରୁ ବଡ ଷ୍ଟାଚ୍ୟୁ ।  ଯଦି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *